ଦେଶରେ ୫୦ ହଜାର ଡେଇଁଲା କରୋନା ମୃତ୍ୟୁସଂଖ୍ୟା: ଦିନକରେ ୯୪୧ ମୃତ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ଥମିବାର ନାଁ ଧରୁନି। ଭାରତରେ କ୍ରମାଗତ ମୃତ୍ୟୁହାର କମୁଥିବା ସରକାର କହୁଥିଲେ ହେଁ ପ୍ରତିଦିନ ପ୍ରାୟ ଏକ ହଜାର ଲୋକ ଏହି ପ୍ରାଣଘାତୀ ଭାଇରସ ଯୋଗୁ ପ୍ରାଣ ହରାଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୦ ହଜାର ପାର କରି ଯାଇଛି। ରବିବାର କରୋନା ଆଉ ୯୪୧ ଜଣଙ୍କ ମୁଣ୍ଡ ନେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ […]

d

Hemant Lenka
  • Published: Monday, 17 August 2020
  • , Updated: 17 August 2020, 01:34 PM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ଥମିବାର ନାଁ ଧରୁନି। ଭାରତରେ କ୍ରମାଗତ ମୃତ୍ୟୁହାର କମୁଥିବା ସରକାର କହୁଥିଲେ ହେଁ ପ୍ରତିଦିନ ପ୍ରାୟ ଏକ ହଜାର ଲୋକ ଏହି ପ୍ରାଣଘାତୀ ଭାଇରସ ଯୋଗୁ ପ୍ରାଣ ହରାଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୦ ହଜାର ପାର କରି ଯାଇଛି। ରବିବାର କରୋନା ଆଉ ୯୪୧ ଜଣଙ୍କ ମୁଣ୍ଡ ନେଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୫୭,୯୮୨ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬,୪୭,୬୬୪କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ୯୪୧ ଜଣଙ୍କ ଜୀବନ ଯିବାରୁ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୦,୯୨୧ ଛୁଇଁଛି।

ତେବେ ରବିବାର ରେକର୍ଡ ୫୭,୫୮୪ ଜଣ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ବର୍ତ୍ତମାନ ଦେଶରେ ୧୯,୧୯,୮୪୨ ଜଣ ଆରୋଗ୍ୟ ଲାଭ କଲେଣି। ଦେଶରେ ଆକ୍ଟିଭ କେସ ସଂଖ୍ୟା ୬,୭୬,୯୦୦ ରହିଛି।

ଅନ୍ୟପକ୍ଷରେ ଦେଶର କରୋନା ଟେଷ୍ଟ ସଂଖ୍ୟା ରବିବାର ୩ କୋଟି ପାର କରିଛି। ରବିବାର ମୋଟ ୭,୩୧,୬୯୭ଟି ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ଏଯାଏ ୩,୦୦,୪୧,୪୦୦ଟି ନମୁନା ପରୀକ୍ଷା କରାଗଲାଣି।

Related story