ଚର୍ଚ୍ଚାରେ ଥିଲା ତୃତୀୟ ଲହରୀ, କିନ୍ତୁ ଆସିଲା ଭଲ ଖବର

ବାଙ୍ଗାଲୋର: କରୋନାର ତୃତୀୟ ଲହରକୁ ନେଇ ଚର୍ଚ୍ଚାରେ ଥିଲା ଭାରତ। ହେଲେ ଏବେ କିନ୍ତୁ ଆସିଛି ଭଲ ଖବର। ଦେଶରେ ଦୁର୍ବଳ ହେଉଛି ଭାଇରସ। ଦ୍ରୁତ ସଂକ୍ରମଣର ହାର ଖସୁଛି।  କମୁଛି R-ଭେଲ୍ୟୁ। ଅର୍ଥାତ ରି-ପ୍ରଡକ୍ଟିଭ୍‌ ନମ୍ବର।  ଅଗଷ୍ଟ ଶେଷରେ R-ଭେଲ୍ୟୁ 1.17 ଥିବା ବେଳେ  ସେପ୍ଟେମ୍ବର ମଧ୍ୟଭାଗରେ 0.92 କୁ ହ୍ରାସ ପାଇଛି। ଗବେଷକ ମାନେ ଏହି ତଥ୍ୟ ଦେଇଛନ୍ତି। ତଥାପି କେତେକ ପ୍ରମୁଖ ସହର ତଥା  ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁର ସ୍ଥିତି ଭିନ୍ନ […]

corona

Tapas Behera
  • Published: Tuesday, 21 September 2021
  • , Updated: 21 September 2021, 08:11 PM IST

ବାଙ୍ଗାଲୋର: କରୋନାର ତୃତୀୟ ଲହରକୁ ନେଇ ଚର୍ଚ୍ଚାରେ ଥିଲା ଭାରତ। ହେଲେ ଏବେ କିନ୍ତୁ ଆସିଛି ଭଲ ଖବର। ଦେଶରେ ଦୁର୍ବଳ ହେଉଛି ଭାଇରସ। ଦ୍ରୁତ ସଂକ୍ରମଣର ହାର ଖସୁଛି।  କମୁଛି R-ଭେଲ୍ୟୁ। ଅର୍ଥାତ ରି-ପ୍ରଡକ୍ଟିଭ୍‌ ନମ୍ବର।  ଅଗଷ୍ଟ ଶେଷରେ R-ଭେଲ୍ୟୁ 1.17 ଥିବା ବେଳେ  ସେପ୍ଟେମ୍ବର ମଧ୍ୟଭାଗରେ 0.92 କୁ ହ୍ରାସ ପାଇଛି। ଗବେଷକ ମାନେ ଏହି ତଥ୍ୟ ଦେଇଛନ୍ତି। ତଥାପି କେତେକ ପ୍ରମୁଖ ସହର ତଥା  ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁର ସ୍ଥିତି ଭିନ୍ନ ରହିଛି। ଉକ୍ତ ସହରମାନଙ୍କରେ କରୋନା ପ୍ରଭାବ କମି ନାହିଁ।  ଉକ୍ତ ସହର ଗୁଡ଼ିକରେ R-ଭେଲ୍ୟୁ ୧ରୁ ଉପରେ ରହୁଛି। ଦିଲ୍ଲୀ ଏବଂ ପୁଣେରେ କମିଛି । ଏଠାରେ R-ଭେଲ୍ୟୁ ୧ ତଳେ ରହିଛି। ଏହି ଦୁଇଟି ସହର ପାଇଁ ଏହା ଏକ ଆଶ୍ୱସ୍ତିକର ବିଷୟ।

କାରଣ ଉକ୍ତ ଦୁଇଟି ସହରରେ ସର୍ବାଧକ କେସ୍ ରହୁଥିଲା। ଅଗଷ୍ଟ ଶେଷରେ R-ଭେଲ୍ୟୁ  1.17 ଥିଲା। ସେପ୍ଟେମ୍ବର 4ରୁ 7 ମଧ୍ୟରେ ଏହା 1.11 କୁ ହ୍ରାସ ପାଇଛି। ସେବେଠାରୁ ଏହା 1ରେ ସ୍ଥିର ରହିଛି।  ଚେନ୍ନାଇର ଗଣିତ ବିଜ୍ଞାନ ପ୍ରତିଷ୍ଠାନର ସୀତାଭ୍ରା ସିହ୍ନା କହିଛନ୍ତି ଯେ, ଭଲ ଖବର ହେଉଛି କେରଳ ଏବଂ ମହାରାଷ୍ଟ୍ରରେ ସ୍ଥିତିରେ ବହୁ ପରିବର୍ତ୍ତନ ଆସିଛି। ଏଠାରେ R-ଭେଲ୍ୟୁ ୧ରୁ କମ୍ ରହିଛି। ମାନେ ଆଗ ଅପେକ୍ଷା ବେଶ ସୁଧାର ଆସିଛି। ଶ୍ରୀ ସିହ୍ନାଙ୍କ ନେତୃତ୍ୱରେ  R-ଭେଲ୍ୟୁ ଗବେଷଣା ହେଉଛି। ଆର ଭେଲ୍ୟୁ ବା ଏକ ସଂଖ୍ୟା ଯାହାକି କରୋନା ସଂକ୍ରମଣର ଏକ ମାପକ ବୋଲି ସୂଚାଏ। ସଂକ୍ରମଣ କେତେ ଶୀଘ୍ର ବିସ୍ତାର ହେଉଛି ତାର ଆକଳନ ହେଉଛି ଆର କିମ୍ବା ‘ପ୍ରଭାବଶାଳୀ ପ୍ରଜନନ ସଂଖ୍ୟା’।

ଏହି ସଂଖ୍ୟା ଦର୍ଶାଏ ଯେ ହାରାହାରି କେତେ ଲୋକ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ପଜିଟିଭ୍ ହେବାର ସମ୍ଭାବନା ରହିଛି। ଆର ଭେଲ୍ୟୁ ୧ ତଳେ ରହିଲେ କରୋନା ନିୟନ୍ତ୍ରଣରେ ରହିଛି। ଆର ଭେଲ୍ୟୁ ୦.୯୫ର ଅର୍ଥ ହେଉଛି ପ୍ରତ୍ୟେକ ୧୦୦ ସଂକ୍ରମିତ ଲୋକ ହାରାହାରି ୯୫ ଜଣଙ୍କୁ ସଂକ୍ରମିତ କରିବେ। ଯଦି ଆର-ମୂଲ୍ୟ ଏକରୁ କମ୍, ଏହାର ଅର୍ଥ ହେଉଛି ଯେ ପୂର୍ବ ଅବସ୍ଥାରେ ସଂକ୍ରମିତ ଲୋକଙ୍କ ସଂଖ୍ୟାଠାରୁ ନୂଆ ସଂକ୍ରମିତ ଲୋକଙ୍କ ସଂଖ୍ୟା କମ୍ ହେବ। ଅର୍ଥାତ୍ ଏହି ରୋଗର ସଂଖ୍ୟା ହ୍ରାସ ପାଉଛି। ଆର ଭେଲ୍ୟୁ କମ୍ ହେଲେ ସଂକ୍ରମଣ ହ୍ରାସ ପାଇବ। ଅପରପକ୍ଷେ ଯଦି ଆର ୧ରୁ ଅଧିକ ତେବେ ପ୍ରତ୍ୟେକ ପର୍ଯ୍ୟାୟରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବ। ଯଦି ଏହା ବଢ଼ିବ ତାହେଲେ କୋଭିଡ୍ ମହାମାରୀର ବିପର୍ଯ୍ୟୟ କୁହାଯାଏ।

ଏହି ସଂଖ୍ୟା ଯେତେ ଅଧିକ ହେବ, ମହାମାରୀ ସେତେ କ୍ଷତି ଘଟାଇବ। ଦ୍ୱିତୀୟ ଲହର ବେଳେ ମାର୍ଚ୍ଚ ୯ ରୁ ଏପ୍ରିଲ ୨୧ ମଧ୍ୟରେ ଦେଶରେ ଆର ଭେଲ୍ୟୁ ୧.୩୭ ରହିବ ବୋଲି ଆକଳନ କରାଯାଇଥିଲା। ଏପ୍ରିଲ୍ ୨୪ ରୁ ମେ ୧ ମଧ୍ୟରେ ଏହା ୧.୧୮ କୁ ଖସି ଆସିଛି। ତା’ପରେ ଏହା ଏପ୍ରିଲ୍ ୨୯ ରୁ ମେ ୭ ମଧ୍ୟରେ ୧.୧କୁ ଖସିଛି। ମେ ୯ ରୁ ୧୧ ମଧ୍ୟରେ ଦେଶରେ ଆର ଭେଲ୍ୟୁ ପ୍ରାୟ ୦.୯୮ ହେବ ବୋଲି ଆକଳନ କରାଯାଇଥିଲା। ମେ ୧୪ ରୁ ୩୦ ମଧ୍ୟରେ ଏହା ୦.୮୨ କୁ ଖସି ଆସିଥିଲା। ମେ ୧୫ ରୁ ଜୁନ୍ ୨୬ ମଧ୍ୟରେ ୦.୭୮ କୁ ଖସି ଆସିଥିଲା। ପରେ ୨୦ ଜୁନ୍ ରୁ ୭ ଜୁଲାଇ ମଧ୍ୟରେ ୦.୮୮କୁ ବୃଦ୍ଧି ପାଇଥିଲା ଏବଂ ୩ ଜୁଲାଇରୁ ୨୨ ଜୁଲାଇ ମଧ୍ୟରେ ୦.୯୫କୁ ବୃଦ୍ଧି ପାଇଥିଲା।

Related story