ଆତଙ୍କବାଦୀଙ୍କ ପାଇଁ ଜାଲ ବିଛାଇଛି ଭାରତ: ସୀମାରେ ପାଦ ଦେଉ ଦେଉ ଖେଳ ଖତମ୍ କରି ଦେବ ସେନା

ନୂଆଦିଲ୍ଲୀ: ପାକିସ୍ତାନ ପଟୁ ସୀମାପାର କରି ଭାରତ ଆସୁଥିବା ଆତଙ୍କବାଦୀଙ୍କୁ ସାବାଡ଼ କରିବା ପାଇଁ ଭାରତ ଏକ ନୂଆ ଜ୍ଞାନକୌଶଳ ଆପଣାଇବାକୁ ଯାଉଛି। ଏଣିକି ଆତଙ୍କବାଦୀମାନେ ଭାରତୀୟ ସୀମା ଭିତରକୁ ପଶିବା ପୂର୍ବରୁ ହଜାରେ ଥର ଭାବିବେ। କାରଣ ଭାରତୀୟ ସୀମା ମଧ୍ୟରେ ପାଦ ଦେଉ ଦେଉ ସେମାନଙ୍କ ଖେଳ ଖତମ୍ କରିଦେବ ସେନା। ପାକିସ୍ତାନକୁ ଲାଗି ରହିଥିବା ଭାରତୀୟ ସୀମାକୁ ଇତ୍ସାଏଲ ଦ୍ୱାରା ବିକଶତି ହୋଇଥିବା ତାରବାଡ଼ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ସିଲ୍ କରିବାକୁ ଅଣ୍ଟା […]

border

Rakesh Mallick
  • Published: Monday, 14 August 2017
  • , Updated: 14 August 2017, 12:24 PM IST

ନୂଆଦିଲ୍ଲୀ: ପାକିସ୍ତାନ ପଟୁ ସୀମାପାର କରି ଭାରତ ଆସୁଥିବା ଆତଙ୍କବାଦୀଙ୍କୁ ସାବାଡ଼ କରିବା ପାଇଁ ଭାରତ ଏକ ନୂଆ ଜ୍ଞାନକୌଶଳ ଆପଣାଇବାକୁ ଯାଉଛି। ଏଣିକି ଆତଙ୍କବାଦୀମାନେ ଭାରତୀୟ ସୀମା ଭିତରକୁ ପଶିବା ପୂର୍ବରୁ ହଜାରେ ଥର ଭାବିବେ। କାରଣ ଭାରତୀୟ ସୀମା ମଧ୍ୟରେ ପାଦ ଦେଉ ଦେଉ ସେମାନଙ୍କ ଖେଳ ଖତମ୍ କରିଦେବ ସେନା।

ପାକିସ୍ତାନକୁ ଲାଗି ରହିଥିବା ଭାରତୀୟ ସୀମାକୁ ଇତ୍ସାଏଲ ଦ୍ୱାରା ବିକଶତି ହୋଇଥିବା ତାରବାଡ଼ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ସିଲ୍ କରିବାକୁ ଅଣ୍ଟା ଭିଡିଛିନ୍ତି ସରକାର। ଏହି ଅତ୍ୟାଧୁନିକ ତାରବାଡ଼ରେ ଗୁପ୍ତ ସିସିଟିଭି କ୍ୟାମେରା ଲାଗିଛି।ଏହା ସିଧାସଳଖ କଣ୍ଟୋଲରୁମ୍ ସହ ସଂଯୁକ୍ତ ହେବ। ଯଦି କେହି ଅନୁପ୍ରବେଶକାରୀ ଏହି ତାରବାଡ଼ ଦେଇ ଭାରତ ଭିତରକୁ ପଶିବାକୁ ଚେଷ୍ଟା କରେ, ତା’ହେଲେ କଣ୍ଟୋଲରୁମ୍‌ରେ ଆର୍ଲାମ ବାଜିବା ସହ କ୍ୟୁଆରଟି ଟିମ୍‌କୁ ସୂଚିତ କରିବ।

ଲଗାତାର ପାକିସ୍ତାନ ଓ ବାଲାଂଦେଶ ପଟରୁ ଭାରତ ମଧ୍ୟକୁ ଆସୁଥିବା ଅନୁପ୍ରବେଶକାରୀଙ୍କୁ ରୋକିବାକୁ ମୋଦି ସରକାର ଏଭଳି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ଯାହାଦ୍ୱାରା ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ-ପାକିସ୍ତାନ ଓ ଭାରତ-ବାଲାଂଦେଶ ସୀମାକୁ ସମ୍ପୂର୍ଣ୍ଣ ଭାବେ ଇତ୍ସାଏଲ ଜ୍ଞାନକୌଶଳରେ ନିର୍ମିତ ତାରବାଡ଼ ଦ୍ୱାରା ସିଲ୍ କରି ଦିଆଯିବ।

ବିଏସ୍‌ଏଫ୍ ଡିଜିପିଙ୍କ କହିବା ଅନୁଯାୟୀ, ଏହି ଜ୍ଞାନକୌଶଳ ଆପଣାଇବା ଦ୍ୱାରା ସୀମା ଉପରେ ୨୪ ଘଣ୍ଟା ନଜର ରଖାଯାଇପାରିବ ଓ ଆତଙ୍କବାଦୀଙ୍କୁ ବି ଅତି ସହଜରେ ଠାବ କରାଯାଇପାରିବ।

Related story