ଆଖି ବୁଜିଲା ଦେଶର ସବୁଠୁ ବୟସ୍କ ବାଘ ‘ରାଜା’

କୋଲକତା: ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’ । ‘ରାଜା’ ରୟାଲ ବେଙ୍ଗଲ ଟାଇଗର ହୋଇଥିବା ବେଳେ ତାକୁ ଭାରତର ସବୁଠୁ ବୟସ୍କ ବାଘ ବୋଲି ବିବେଚନା କରାଯାଇଥାଏ। ମୃତ୍ୟୁ ବେଳକୁ ତାକୁ ୨୫ ବର୍ଷ ୧୦ ମାସ ହୋଇଥିଲା । ତା’ ମୃତ୍ୟୁରେ ଖୁବ୍‌ ମର୍ମାହତ ହୋଇଛନ୍ତି ପଶୁପ୍ରେମୀ । ପଶ୍ଚିମବଙ୍ଗର ଆଲିପୁରଦୁଆରସ୍ଥିତ ସାଉଥ ଖୈରିବାଡି ଜାତୀୟ ଉଦ୍ୟାନରେ ଥିବା ବ୍ୟାଘ୍ର ଉଦ୍ଧାର ଓ ଥଇଥାନ କେନ୍ଦ୍ରରେ ପ୍ରାଣ ହରାଇଛି  ରାଜା।  ଏହି […]

raja

Niharika Rout
  • Published: Tuesday, 12 July 2022
  • , Updated: 12 July 2022, 08:29 AM IST

କୋଲକତା: ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’ । ‘ରାଜା’ ରୟାଲ ବେଙ୍ଗଲ ଟାଇଗର ହୋଇଥିବା ବେଳେ ତାକୁ ଭାରତର ସବୁଠୁ ବୟସ୍କ ବାଘ ବୋଲି ବିବେଚନା କରାଯାଇଥାଏ। ମୃତ୍ୟୁ ବେଳକୁ ତାକୁ ୨୫ ବର୍ଷ ୧୦ ମାସ ହୋଇଥିଲା । ତା’ ମୃତ୍ୟୁରେ ଖୁବ୍‌ ମର୍ମାହତ ହୋଇଛନ୍ତି ପଶୁପ୍ରେମୀ ।

ପଶ୍ଚିମବଙ୍ଗର ଆଲିପୁରଦୁଆରସ୍ଥିତ ସାଉଥ ଖୈରିବାଡି ଜାତୀୟ ଉଦ୍ୟାନରେ ଥିବା ବ୍ୟାଘ୍ର ଉଦ୍ଧାର ଓ ଥଇଥାନ କେନ୍ଦ୍ରରେ ପ୍ରାଣ ହରାଇଛି  ରାଜା।  ଏହି ରେସକ୍ୟୁ ସେଣ୍ଟରରେ ଦୀର୍ଘ ଦିନ ଧରି ରହିଆସୁଥିଲା ରାଜା । ସୁନ୍ଦରବନର ଏକ ନଦୀରେ କୁମ୍ଭୀର ଆକ୍ରମଣ କରିବା ପରେ ୨୦୦୮ରେ ତାକୁ ସେଠାକୁ ଅଣାଯାଇଥିଲା । ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ମଧ୍ୟ ତାକୁ ବନବିଭାଗ ପକ୍ଷରୁ ଜଙ୍ଗଲରେ ଛଡାଯାଇନଥିଲା । ସେବେଠାରୁ ଏହି ସେଣ୍ଟରରେ ରହିଆସୁଥିଲା ରାଜା ।

ଖୈରିବାଡି ଜାତୀୟ ଉଦ୍ୟାନ ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଥିଲା ରାଜା ।  ରାଜା ମୃତ୍ୟୁ ଖବର ପାଇ ବନବିଭାଗ, ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀ ଆସି ରାଜାକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।  ସେହିପରି ବହୁ ସ୍ଥାନୀୟ ଲୋକେ ମଧ୍ୟ ଆସି ରାଜାକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Related story