ମୁମ୍ବାଇ: ଇଣ୍ଡିଗୋ ଏୟାରଲାଇନ୍ସର ଏକ ଫ୍ଲାଇଟରେ ବୋମା ଥିବା କଥା ପ୍ରଚାର ହେବାପରେ ଚାରିଆଡ଼େ ଭୟର ବାତାରଣ ସୃଷ୍ଟି ହୋଇଛି। ବିମାନଟି ମୁମ୍ବାଇରୁ ଦିଲ୍ଲୀ ଦେଇ ଲକ୍ଷ୍ନୌ ଯିବାର ଥିଲେ ହେଁ ବୋମା ଥିବା ଖବର ମିଳିବା ପରେ ଏହାର ଜରୁରୀ ଅବତରଣ କରାଯାଇଛି।
ଏହି ବିମାନରେ ୧୬୯ ଜଣ ଯାତ୍ରୀ ଥିଲେ। ଏହା ସକାଳ ୬.୫ରେ ମୁମ୍ବାଇରୁ ଉଡ଼ାଣ ଆରମ୍ଭ କରିବାର ଥିଲା। ତେବେ ଏହି ସମୟରେ ଜଣେ ମହିଳା ଯାତ୍ରୀ ଇଣ୍ଡିଗୋ କମ୍ପାନୀର କର୍ମଚାରୀଙ୍କୁ ମୁମ୍ବାଇ ବିମାନବିନ୍ଦରରେ ଭେଟିଥିଲେ।
ସେ ମୁମ୍ବାଇ-ଦିଲ୍ଲୀ ୬ଇ ୩୬୧୨ ବିମାନରେ ବୋମା ଥାଇପାରେ ବୋଲି କହିବା ସହ କିଛି ଫଟୋ ଦେଖାଇଥିଲେ। ଏହାପରେ କର୍ମଚାରୀ ଜଣଙ୍କ ଏକଥା ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବିମାନଟିକୁ ଜରୁରୀ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଯାଞ୍ଚ ବେଳେ କିଛି ନ ମିଳିବାରୁ ବୋମା ଥିବା କଥା କହିଥିବା ଯାତ୍ରୀ ଜଣଙ୍କୁ ପଚରାଉଚରା କରାଯାଇଥିଲା।
ତେବେ ସେ ମାନସିକ ରୋଗଗ୍ରସ୍ତ ବୋଲି ଜଣାପଡ଼ିଥିଲା। କିନ୍ତୁ ମିଛ ବୋମା ଆତଙ୍କ କାରଣରୁ ବିମାନଟି ପ୍ରାୟ ୧ ଘଣ୍ଟା ବିଳମ୍ବରେ ଉଡ଼ାଣ ଆରମ୍ଭ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ଯାଉଥିବା ବିମାନକୁ ଜୟପୁରରେ ଛାଡ଼ି ପଳେଇଲେ ପାଇଲଟ
ଏୟାର ଇଣ୍ଡିଆ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ଏୟାରଲାଇନ ପକ୍ଷରୁ ଜୟପୁରରେ ଫସି ରହିଥିବା ଲୋକଙ୍କ ପାଇଁ କୌଣସି ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇ ନଥିଲା।
National
କରିମଗଞ୍ଜର ନାଁ ବଦଳି ହେଲା ଶ୍ରୀଭୂମି
ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଥିବା ସେ କହିଛନ୍ତି।
National
ନକଲି ଡାକ୍ତରଙ୍କ ମେଳି: ଭବ୍ୟ ଉଦଘାଟନର ଦିନକ ପରେ ସିଲ୍ ହେଲା ହସ୍ପିଟାଲ
ଦିନକ ତଳେ ବିରାଟକାୟ ହସ୍ପିଟାଲକୁ ବେଶ ଭବ୍ୟ ଢଙ୍ଗରେ ଉଦଘାଟନ କରାଯାଇଥିଲା। ହେଲେ ଦିନକ ପରେ ନକଲି ଡାକ୍ତରମାନଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି।
Guest Column
ସ୍ୱାଧୀନତାର ୭୫ ବର୍ଷ ପରେ ନୂଆ ଚିନ୍ତନର ଆବଶ୍ୟକତା
କେନ୍ଦ୍ରରେ କ୍ଷମତାସୀନ ବିଜେପି ରାଷ୍ଟ୍ରବାଦ ଏବଂ ଗୋଟିଏ ଦେଶ ଓ ନିର୍ବାଚନ କଥା କହୁଥିଲେ ମଧ୍ୟ ପ୍ରତ୍ୟେକ ଅଞ୍ଚଳର ଭାବନା ଓ ନିଜସ୍ୱ ପରିଚୟ ପାଇଁ ରହିଥିବା ଚେତନା ବିଷୟରେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି। ସେଥିପାଇଁ ଓଡ଼ିଶାରେ ଗତ ନିର୍ବାଚନରେ ରାଜ୍ୟରେ ଗୋଟିଏ ଆଞ୍ଚଳିକ ଦଳ କ୍ଷମତାସୀନ ଥିଲେ ମଧ୍ୟ ତାହା ବିରୋଧରେ ଓଡ଼ିଆ ଅସ୍ମିତାର ସ୍ଳୋଗାନ ଦିଆଯାଇ ସେହି ଦଳକୁ କ୍ଷମତାଚ୍ୟୁତ କରାଗଲା।