ସାବରକରଙ୍କ ସମାଲୋଚକ ସୁପ୍ରିମକୋର୍ଟଙ୍କୁ ସମ୍ମାନ ଦେବା ଆବଶ୍ୟକ: ସାବରକରଙ୍କ ଅଣନାତି

ମୁମ୍ୱାଇ: ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କୁ ନେଇ ବିରୋଧୀ ଛି ଛି କରୁଥିବାର କଡ଼ା ଜବାବ ଦେଇଛନ୍ତି ସାବରକରଙ୍କ ଅଣନାତି ରଣଜିତ। କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ସାବରକରଙ୍କୁ ଅନୁସରଣ କରନ୍ତି ବୋଲି ସେ କହିଛନ୍ତି। ଯେଉଁ କଂଗ୍ରେସ ଗାନ୍ଧିବାଦୀ ଚିନ୍ତାଧାରା କଥା କହୁଛି ବାସ୍ତବରେ ତାଙ୍କ ଦଳ କେତେ ଗାନ୍ଧିଜୀଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ସମ୍ମାନ ଦେଉଛନ୍ତି ତାହା ନିଜେ ବୁଝିବା ଦରକାର ବୋଲି ସେ କହିଛନ୍ତି। ଇନ୍ଦିରା ଗାନ୍ଧି […]

SAVARKAR

Subhransu Sekhar
  • Published: Friday, 18 October 2019
  • , Updated: 18 October 2019, 02:00 PM IST

ମୁମ୍ୱାଇ: ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କୁ ନେଇ ବିରୋଧୀ ଛି ଛି କରୁଥିବାର କଡ଼ା ଜବାବ ଦେଇଛନ୍ତି ସାବରକରଙ୍କ ଅଣନାତି ରଣଜିତ। କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ସାବରକରଙ୍କୁ ଅନୁସରଣ କରନ୍ତି ବୋଲି ସେ କହିଛନ୍ତି। ଯେଉଁ କଂଗ୍ରେସ ଗାନ୍ଧିବାଦୀ ଚିନ୍ତାଧାରା କଥା କହୁଛି ବାସ୍ତବରେ ତାଙ୍କ ଦଳ କେତେ ଗାନ୍ଧିଜୀଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ସମ୍ମାନ ଦେଉଛନ୍ତି ତାହା ନିଜେ ବୁଝିବା ଦରକାର ବୋଲି ସେ କହିଛନ୍ତି।

ଇନ୍ଦିରା ଗାନ୍ଧି ସାବରକରଙ୍କ ଚିନ୍ତାଧାରାକୁ ଅନୁସରଣ କରୁଥିଲେ। ସେଥିପାଇଁ ସେ ପାକିସ୍ତାନକୁ ଆଣ୍ଠେଇ ପକେଇଥିଲେ। ଏମିତିକି ସେ ପରମାଣୁ ପରୀକ୍ଷା କରାଇଥିଲେ। ଯାହାକି ନେହେରୁ ଏବଂ ଗାନ୍ଧିଙ୍କ ଚିନ୍ତାଧାରା ବିରୋଧୀ ଥିଲା ବୋଲି ରଣଜିତ କହିଛନ୍ତି।

[caption id="attachment_448960" align="aligncenter" width="750"] Photo Courtesy: ANI[/caption]

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ବିଜେପି ବୀର ସାବରକରଙ୍କୁ ଭାରତ ରତ୍ନ ଦେବା ପାଇଁ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛି। ଏହାପରେ ଏହାକୁ ନେଇ ସାରା ଦେଶରେ ତର୍କ ବିତର୍କ ଆରମ୍ଭ ହୋଇଛି। କିଛି ଲୋକଙ୍କ ପାଇଁ ବୀର ସାବରକର ଭିଲେନ ବୋଲି ମତ ପ୍ରକାଶ ପାଇଛି ତ ଆଉ କିଛି ହିରୋ ବୋଲି କହୁଛନ୍ତି।

ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିବାରେ ସଂପୃକ୍ତ ଥିବା ନେଇ ବିରୋଧୀ ଯେଉଁ ସମାଲୋଚନା କରୁଛନ୍ତି ସେମାନେ ପ୍ରଥମେ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଦେବା ଦରକାର ବୋଲି ସେ କହିଛନ୍ତି। ଗତବର୍ଷ ସୁପ୍ରିମକୋର୍ଟ ସାବରକର ହତ୍ୟା ମାମଲାରେ ସଂପୃକ୍ତି ଥିବା ନେଇ କାପୁର କମିଶନ ଯେଉଁ ଇଙ୍ଗିତ କରିଥିଲେ ତାହା ଭୁଲ୍ ବୋଲି କହିସାରିଛନ୍ତି।

ଏମିତିକି ଜବାହରଲାଲ ନେହରୁ ସରକାରଙ୍କ ସମୟରେ ସାବରକରଙ୍କୁ କୋର୍ଟ ଦୋଷମୁକ୍ତ କରିଥିଲା। ସରକାର ତାଙ୍କ ବିରୋଧରେ ଉପର କୋର୍ଟକୁ ଯାଇନଥିଲେ ବୋଲି ସାବରକରଙ୍କ ନାତି ରଣଜିତ କହିଛନ୍ତି। ତାଙ୍କ ପାଖରେ କାପୁର କମିଶନଙ୍କ ସଂପୂର୍ଣ୍ଣ ରିପୋର୍ଟ ରହିଛି। ଯେତେବେଳେ ସୁପ୍ରିମକୋର୍ଟ ହତ୍ୟାରେ ସାବରକର ନଥିବା ନେଇ କହି ସାରିଛନ୍ତି ସେତେବେଳେ ବିରୋଧୀ ଏହାକୁ ପ୍ରସଙ୍ଗ କରିବା ଠିକ୍ ନୁହେଁ। ଯଦି କରୁଛନ୍ତି ତାହେଲେ ସୁପ୍ରିମକୋର୍ଟଙ୍କ ପ୍ରତି ଅସମ୍ମାନ ବୋଲି ରଣଜିତ କହିଛନ୍ତି।

ତାଙ୍କ ପାଖରେ ସମସ୍ତ ପ୍ରମାଣ ରହିଛି। କେହି ଯଦି ତର୍କ କରିବା ପାଇଁ ଚାହୁଁଛି ତାହେଲେ ସେ ସମୟ ଏବଂ ସ୍ଥାନ ନିର୍ଘଣ୍ଟ କରନ୍ତୁ ବୋଲି ରଣଜିତ ଆହ୍ୱାନ କରିଛନ୍ତି। ସାବରକର ଲୁଚାଛପାରେ ଭାରତ ରତ୍ନ ପାଇଁ ହକଦାର ବୋଲି ଦାବି ହେଉ ନାହାନ୍ତି। ସେଥିପାଇଁ ସେ ଗର୍ବିତ ବୋଲି କହିଛନ୍ତି।

ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ, ଆମେ ସାବରକରଙ୍କୁ ବିରୋଧ କରୁନୁ। ବୀର ସବରକରଙ୍କ ହିନ୍ଦୁତ୍ୱ ବିଚାରକୁ କଂଗ୍ରେସ ବିରୋଧ କରୁଥିବା ସେ କହିଥିଲେ। ଏହା ଉପରେ ରଣଜିତ କହିଛନ୍ତି, କଂଗ୍ରେସର କେଉଁ ନେତା ଗାନ୍ଧିଙ୍କ ଚିନ୍ତା ଧାରାରେ କାମ କରୁଛନ୍ତି ଏବଂ ଗାନ୍ଧିଙ୍କ ଚିନ୍ତାଧାରାରେ ଇନ୍ଦିରା ଗାନ୍ଧି କଣ କାମ କରିଛନ୍ତି ବୋଲି ଜବାବ ମାଗିଛନ୍ତି। ବୀର ସାବରକର ଜଣେ ମହାନ ବ୍ୟକ୍ତିତ୍ୱ, ଇନ୍ଦିରା ଗାନ୍ଧି ତାଙ୍କୁ ସମ୍ମାନ କରନ୍ତି।

ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ସାବରକରଙ୍କ ସ୍ମୃତିରେ ପୋଷ୍ଟାଲ ଷ୍ଟାମ୍ପ ପ୍ରଚଳନ କରିଥିଲେ। ଇଂରେଜଙ୍କୁ ସାବରକର କ୍ଷମା ମାଗିଥିଲେ ବୋଲି ମହାତ୍ମା ଗାନ୍ଧି ତାଙ୍କ ଉଦ୍ଦେଶ୍ୟରେ ଏକ ମତ ରଖିଥିଲେ। ସେ କହିଥିଲେ 'ସାବରକରଙ୍କ ଉଦ୍ଦେଶ୍ୟ ଥିଲା ଦେଶକୁ ସ୍ୱାଧୀନତା ଦେବା। ସେ ଜଣେ ଦେଶପ୍ରେମୀ, ସଚ୍ଚୋଟ ବ୍ୟକ୍ତି। ଇଂରେଜମାନେ ସାବରକରଙ୍କୁ ଗିରଫ କରିଥିଲେ। ହେଲେ ସେଠି ରହି ଦେଶକୁ ସ୍ୱାଧୀନ ଦେଇ ହେବନି ବୋଲି ଚିନ୍ତା କରିଥିଲେ। ଏହାପରେ ଚତୁରତାର ସହ ଇଂରେଜଙ୍କୁ କ୍ଷମା ମାଗି ତାଙ୍କର ଦଣ୍ଡ ଅବଧି କମାଇଥିଲେ।'

Related story