ଜାକର୍ତା: ଇଣ୍ଡୋନେସିଆ ବାୟୁ ସେନା ବିମାନ ଦୁର୍ଘଟଣାର ମୃତକଙ୍କ ସଂଖ୍ୟା ୧୪୧କୁ ବୃଦ୍ଧି ପାଇଛି। ଗତକାଲି ରାତି ସୁଦ୍ଧା ମୃତକଙ୍କ ସଂଖ୍ୟା ୧୧୬ ବୋଲି କୁହାଯାଇଥିଲା। ତେବେ ବୁଧବାର ଏହି ସଂଖ୍ୟା ୧୪୧ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଗତକାଲି ଦିନ ୧୨ଟା ୫ରେ ବିମାନଟି ମେଦାନ ସହରରୁ ଉଡ଼ାଣ ଭରିବାର ମାତ୍ର ଦୁଇ ମିନିଟ୍ ପରେ ଏକ ନବ ନିର୍ମିତ କୋଠା ଉପରେ ପଡ଼ି ଯାଇଥିଲା। ପ୍ରାଥମିକ ଭାବେ ବିମାନରେ ମୋଟ ୧୧୩ ଜଣ ଯାତ୍ରୀ ଥିବା କୁହାଯାଇଥିଲା। ଏମାନଙ୍କ ମଧ୍ୟରେ ୧୨ ଜଣ ବିମାନ କର୍ମଚାରୀ ମଧ୍ୟ ଥିଲେ। ତେବେ ଆଜି କୁହାଯାଇଛି ଯେ ୧୨ ଜଣ ବିମାନ କର୍ମଚାରୀଙ୍କ ସମେତ ସେଥିରେ ୧୨୨ ଜଣ ସବାର ହୋଇଥିଲେ। ଏହା ବ୍ୟତୀତ ଭୂପୃଷ୍ଠରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆସାମରେ ପଶିଲା HMPV, ୧୦ ମାସର ଶିଶୁ ସଂକ୍ରମିତ
ଆସାମରେ ଏଚଏମପିଭିରରେ କେହି ସଂକ୍ରମିତ ହେବା ଚଳିତ ଋତୁରେ ପ୍ରଥମ ଘଟଣା।
National
ଘୃଣା ସୃଷ୍ଟିକାରୀ ବୟାନ ପାଇଁ ବିଜେପି ନେତାଙ୍କ ନାଁରେ ମାମଲା
ବିଜେପି ପକ୍ଷରୁ ଜର୍ଜଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ବିରୋଧ କରାଯାଇଛି। ଏହାକୁ କ୍ଷମତାସୀନ ଏଲଡିଏଫ ସରକାରଙ୍କର ଗୋଟିଏ ରାଜନୀତିକ ଷଡ଼ଯନ୍ତ୍ର ବୋଲି ଦଳ ପକ୍ଷରୁ କୁହାଯାଇଛି।
Politics
୨୦୨୬ କୋଟି କ୍ଷତି ସହିଛି ଦିଲ୍ଲୀ: ବିଜେପି ଟାର୍ଗେଟରେ ଆପ୍
ଲିକ୍ ହୋଇଥିବା ସିଏଜି ରିପୋର୍ଟକୁ ଆଧାର କରି ବିଜେପି କହିଛି ଯେ ଦିଲ୍ଲୀର କ୍ଷମତାସୀନ ଆପ୍ ଅବକାରୀ ନୀତି ଲାଗୁ କରିଛି। ଏଥିଯୋଗୁ ରାଜ୍ୟବାସୀ ୨୦୨୬ କୋଟି ଟଙ୍କାର କ୍ଷତି ସହିଛନ୍ତି।
National
ସାଙ୍ଘାତିକ ଅଭିଯୋଗ: ୫ ବର୍ଷ ଯାଏ ୬୪ ଜଣ ମୋର ଯୌନ ଶୋଷଣ କରିଛନ୍ତି
ଏହି ମାମଲାରେ ପୁଲିସ ଏଯାଏ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।
National
ରାଜ୍ୟପାଳ ଲାଟ୍ ସାହେବ ପଦ ନୁହେଁ: ରଘୁବର
ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଗତକାଲି ବିଧିବଦ୍ଧ ଭାବେ ରଘୁବର ଦାସ ପୁଣି ବିଜେପିରେ ସାମିଲ ହୋଇଛନ୍ତି।