ନୂଆଦିଲ୍ଲୀ: ଇଣ୍ଡୋନେସିଆର ନୂଆ ରାଜଧାନୀ ବୋର୍ଣ୍ଣିଓ ଦ୍ୱୀପରେ ପ୍ରତିଷ୍ଠା ହେବ ବୋଲି ଦେଶର ରାଷ୍ଟ୍ରପତି ଜୋକୋ ୱିଡୋଡୋ ସୂଚନା ଦେଇଛନ୍ତି। ସେ ଟ୍ୱିଟର ଯୋଗେ କହିଛନ୍ତି, ଏହା ମଧ୍ୟ କାଲିମାଣ୍ଟନ୍, ପୂର୍ବ କାଲିମାଣ୍ଟନ୍ କିମ୍ବା ଦକ୍ଷିଣ କାଲିମାଣ୍ଟନ୍ରେ ପ୍ରତିଷ୍ଠିତ ହେବ।
ଜାକର୍ତ୍ତା ବଦଳରେ ବୋର୍ଣ୍ଣିଓ ଦ୍ୱୀପକୁ ରାଜଧାନୀ ଉଠାଇ ନିଆଯିବା ପାଇଁ ବିଭିନ୍ନ ଦିଗକୁ ବିଚାର କରାଯାଉଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଭବିଷ୍ୟତକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯିବ। ଆଗାମୀ ୧୦ ବର୍ଷ, ୫୦ ବର୍ଷ ଏବଂ ୧୦୦ ବର୍ଷ ପାଇଁ ଚିନ୍ତା କରାଯିବ।
ଜୋକୋ ୱିଡୋଡୋ ୨୦୧୯ ଜୁଲାଇରେ କହିଥିଲେ, ସେ ନୂଆ ରାଜଧାନୀ ନିର୍ମାଣ କରିବାକୁ ଚାହୁଁଛନ୍ତି। ଏହା ଇଣ୍ଡୋନେସିଆର ମେନ୍ଲ୍ୟାଣ୍ଡ ଜାଭାଠାରୁ ଦୂରରେ ହେବ ବୋଲି ସେ କହିଥିଲେ। ଏଠାରେ ଦେଶର ମୋଟ ଜନସଂଖ୍ୟାର ୫୭% ଲୋକ ବସବାସ କରିଥା’ନ୍ତି।
ସେ କହିଛନ୍ତି, ଆମେ ଚାହୁଁନୁ ସବୁ ଅର୍ଥ କେବଳ ଜାଭାରେ ଖର୍ଚ୍ଚ ହେଉ। ଏହି ଅଞ୍ଚଳ ବାହାରେ ମଧ୍ୟ ସରକାରୀ ନିବେଶ ହେବା ଦରକାର। ଭୂମିକମ୍ପ ମଧ୍ୟ ଏହି ନିଷ୍ପତ୍ତିର ଗୋଟିଏ କାରଣ ବୋଲି ସେ କହିଛନ୍ତି। ରାଜଧାନୀକୁ ସମସ୍ତ ପ୍ରକାରର ବିପର୍ଯ୍ୟୟରୁ ଦୂରେଇ ରଖିବାର ଅଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଦ୍ରୁତଗତିରେ ଭୂତଳରେ ଜଳସ୍ତର କମି ଯାଉଥିବା ସହର ମଧ୍ୟରେ ଜାକର୍ତ୍ତା ଅନ୍ୟତମ।