ସିଭିଲ୍‌ ସର୍ଭିସ ପାଇ ଚାକିରି କଲେନି : ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥଙ୍କ ବିଷୟରେ ଜାଣିବା ଆଉ କିଛି...

ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପି ତା’ର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ନାମ ଘୋଷଣା କରିଛି। ରାମନାଥ ଏବେ ବିହାରରେ ରାଜ୍ୟପାଳ ଅଛନ୍ତି । ଏକଦା ସିଭିଲ ସର୍ଭିସ ପାଇଁ ଦୁଇ ଦୁଇ ଥର ଉଦ୍ୟମ କରି ତୃତୀୟଥର କୃତକାର୍ଯ୍ୟ ହୋଇଥିବା ରାମନାଥଙ୍କ ବିଷୟରେ ଆଉ କିଛି ତଥ୍ୟ ଜାଣିବା ଆସନ୍ତୁ। ୧: ରାମନାଥ ଉତ୍ତରପ୍ରଦେଶ କାନପୁରର ପାରାଉଙ୍ଖ ଗାଁରେ ୧୯୪୫  ଅକ୍ଟୋବର ୧ ରେ ଜନ୍ମଗ୍ରହଣ କରିଥିଲେ। ସେ ବାଣିଜ୍ୟ ଏବଂ ଲ’ରେ କାନପୁର […]

modi-kovind-tweet (1)

Rakesh Mallick
  • Published: Monday, 19 June 2017
  • , Updated: 19 June 2017, 06:00 PM IST

ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପି ତା’ର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ନାମ ଘୋଷଣା କରିଛି। ରାମନାଥ ଏବେ ବିହାରରେ ରାଜ୍ୟପାଳ ଅଛନ୍ତି । ଏକଦା ସିଭିଲ ସର୍ଭିସ ପାଇଁ ଦୁଇ ଦୁଇ ଥର ଉଦ୍ୟମ କରି ତୃତୀୟଥର କୃତକାର୍ଯ୍ୟ ହୋଇଥିବା ରାମନାଥଙ୍କ ବିଷୟରେ ଆଉ କିଛି ତଥ୍ୟ ଜାଣିବା ଆସନ୍ତୁ।

୧: ରାମନାଥ ଉତ୍ତରପ୍ରଦେଶ କାନପୁରର ପାରାଉଙ୍ଖ ଗାଁରେ ୧୯୪୫  ଅକ୍ଟୋବର ୧ ରେ ଜନ୍ମଗ୍ରହଣ କରିଥିଲେ। ସେ ବାଣିଜ୍ୟ ଏବଂ ଲ’ରେ କାନପୁର ବିଶ୍ୱବିଦ୍ୟାଳୟରେ ସ୍ନାତକ ହାସଲ  କରିଛନ୍ତି। ଏହା ପରେ ସେ ସିଭିଲ ସର୍ଭିସ ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଇଥିଲେ। ସିଭିଲ ସର୍ଭିସ ପରୀକ୍ଷାରେ ୨ ଥର ବିଫଳ ହେବା ପରେ ତୃତୀୟ ଥର ସଫଳ ହୋଇଥିଲେ। ଏଥିରେ ସେ ଆଲାଏଡ ସର୍ଭିସ ପାଇଥିଲେ ମଧ୍ୟ ଚାକିରି଼ରେ ଯୋଗ ଦେଇ ନ ଥିଲେ। ପରେ ସେ ଓକିଲାତି ବୃତିରେ ନିଜକୁ ସାମିଲ କରିଥିଲେ।

୨: ରାମନାଥ ନିଜ ପୈତୃକ ସମ୍ପତ୍ତିକୁ ଗାଁରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଦାନ ଦେଇଦେଇଛନ୍ତି।

୩: ୧୯୭୭ରେ ବିଜେପିରେ ଯୋଗଦାନ ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇଙ୍କ ବ୍ୟକ୍ତିଗତ ସଚିବ ଥିଲେ।

୪: ଦଳିତ ନେତା ଭାବେ ଜଣାଶୁଣା ରାମନାଥ ୧୯୯୪ରୁ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ମନୋନିତ ହୋଇଥିଲେ। ମାର୍ଚ୍ଚ (ଦୁଇଟି ଟର୍ମ)୨୦୦୬ ପର୍ଯ୍ୟନ୍ତ ସେ ରାଜ୍ୟସଭାରେ ସଦସ୍ୟ ଥିଲେ।

୫: ବୃତ୍ତିରେ ସେ ଜଣେ ଓକିଲ ।  ସେ ବିଭିନ୍ନ ସମୟରେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ସରକାରୀ ଓକିଲ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି।

୬: ସଂସଦରେ ସେ ଅନେକ କମିଟିର ସଦସ୍ୟ ରହିବା ସହ  ୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ ବିଜେପି ଦଳିତ ମୋର୍ଚ୍ଚାର ସଭାପତି ଥିଲେ।

୭: ୨୦୦୨ରେ ସେ ୟୁନାଇଟେଡ ନେଶନ ଜେନେରାଲ ଆସେମ୍ବ୍ଲି ପାଇଁ ଭାରତରୁ ପ୍ରତିନିଧିତ୍ୱ କରିଥିଲେ।

୮: କୋବିନ୍ଦ ବିବାହିତ ହୋଇଥିବା ବେଳେ ତାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି।

୯: ୨୦୧୫ ଅଗଷ୍ଟ ୮ରେ କୋଭିନ୍ଦ ବିହାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ।

Related story