ଏସି ଗାଡି ଛାଡି ଟ୍ରାକ୍ଟରରେ ପାର୍ଲିଆମେଣ୍ଟ ଗଲେ ଏମ୍‌ପି, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ। ଜାନୁୟାରୀ ୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନର ପ୍ରଥମ ଦିନରେ ଶୁକ୍ରବାର ଜାତୀୟ ଲୋକଦଳର ସାଂସଦ ଦୁଷ୍ୟନ୍ତ ଚୌଟାଲା ଏକ ଟ୍ରାକ୍ଟରରେ ପାର୍ଲିଆମେଣ୍ଟ ପରିସରକୁ ପ୍ରବେଶ କରିଥିଲେ। ପୂର୍ବରୁ ଅନ୍ୟ ସଦସ୍ୟ ସାଇକେଲ, ବାଇକ୍‌, ଶଗଡ଼ ଯୋଗେ ଏଭଳି ପ୍ରବେଶ କରିବାର ନଜିର ଥିବା ବେଳେ ଶୀର୍ଷାର ସାଂସଦଙ୍କ ଏଭଳି ପ୍ରବେଶ ଏବେ ଖବର ସିରୋନାମାରେ ରହିଛି। ଚୌଟାଲାଙ୍କୁ ଏ ବାବଦରେ ପଚରାଯିବାରୁ ସେ […]

netankagadi

Rakesh Mallick
  • Published: Friday, 15 December 2017
  • , Updated: 15 December 2017, 05:46 PM IST

ନୂଆଦିଲ୍ଲୀ: ଆଜି ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ। ଜାନୁୟାରୀ ୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନର ପ୍ରଥମ ଦିନରେ ଶୁକ୍ରବାର ଜାତୀୟ ଲୋକଦଳର ସାଂସଦ ଦୁଷ୍ୟନ୍ତ ଚୌଟାଲା ଏକ ଟ୍ରାକ୍ଟରରେ ପାର୍ଲିଆମେଣ୍ଟ ପରିସରକୁ ପ୍ରବେଶ କରିଥିଲେ। ପୂର୍ବରୁ ଅନ୍ୟ ସଦସ୍ୟ ସାଇକେଲ, ବାଇକ୍‌, ଶଗଡ଼ ଯୋଗେ ଏଭଳି ପ୍ରବେଶ କରିବାର ନଜିର ଥିବା ବେଳେ ଶୀର୍ଷାର ସାଂସଦଙ୍କ ଏଭଳି ପ୍ରବେଶ ଏବେ ଖବର ସିରୋନାମାରେ ରହିଛି।

ଚୌଟାଲାଙ୍କୁ ଏ ବାବଦରେ ପଚରାଯିବାରୁ ସେ କହିଛନ୍ତି ଯେ, ନିକଟରେ ସରକାର ଟ୍ରାକ୍ଟରକୁ ଅଣ ପରିବହନରୁ ପରିବହନକାରୀ(non transport to transport vehicle) ବାହାନ ତାଲିକାର ମାନ୍ୟତା ଦେବାକୁ ନୋଟିଫିକେଶନ୍‌ ଜାରି କରିଛନ୍ତି।  ଯାହାକି କୃଷକମାନଙ୍କ ପ୍ରତି ଅନ୍ୟାୟ। ଏଭଳି କରିବା ଦ୍ୱାରା ଟ୍ରାକ୍ଟର ଚାଳକଙ୍କୁ ଏବେ ଟୋଲ ଗେଟ୍‌ରେ ଟାକ୍ସ ଦେବାକୁ ପଡିବ। ଏହି ପ୍ରସଙ୍ଗକୁ ବିରୋଧ କରି ସେ ଏଭଳି ଟ୍ରାକ୍ଟର ଧରି ସଂସଦ ପରିସରକୁ ପ୍ରେବେଶ କରିଛନ୍ତି ବୋଲି କହିଛନ୍ତି। ଏକ ନିଳ ରଙ୍ଗରେ ଟ୍ରାକ୍ଟରରେ ଚୌଟାଲା ଆସୁଥିବାର ଦୃଶ୍ୟ ସବୁ ଗଣମାଧ୍ୟମରେ ଏବେ ଚର୍ଚ୍ଚିତ ଖବର ହୋଇ ରହିଛି।

ପୂର୍ବରୁ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରିଙ୍କୁ ଭେଟିଥିଲେ ମଧ୍ୟ ମନ୍ତ୍ରୀ ମହୋଦୟ ପ୍ରତିଶ୍ରୁତି ମୁତାବକ ପଦକ୍ଷେପ ନେଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।

ଘୋଡ଼ାଠୁ ଟ୍ରାକ୍ଟର ପର୍ଯ୍ୟନ୍ତ ସବୁ ଗଡିଛି ଏଠି

ଖାଲି ଚୌଟାଲା ନୁହନ୍ତି, ପୂର୍ବରୁ ଏମିତି ଅନେକ ନେତା ବା ସାଂସଦ ଅଛନ୍ତି ଯେଉଁମାନେ ଭିନ୍ନ ଢଙ୍ଗରେ ସଂସଦକୁ ଆସି ଚର୍ଚ୍ଚାର ସିରୋନାମା ପାଲଟିଛନ୍ତି। କିଏ ଘୋଡାରେ ତ କିଏ ସାଇକେଲ ଆଉ କିଏ ବାଇକ୍‌ରେ ଆସିଛନ୍ତି। ଆସନ୍ତ ଜାଣିବା ସେମାନଙ୍କ ସମ୍ପର୍କରେ।

୨୦୧୬ରେ ଦିଲ୍ଲୀ ସରକାର ଅଡ୍‌ -ଇଭିନ୍‌ ବ୍ୟବସ୍ଥା ଲାଗୁ କରିବା ପରେ ଏହାକୁ ବିରୋଧ କରି ବିଜେପି ଏମ୍‌ପି ରାମ ପ୍ରସାଦ ଶର୍ମା ପାର୍ଲିଆମେଣ୍ଟକୁ ଘୋଡ଼ାରେ ଚଢି ଆସିଥିଲେ। ସହିପରି କେନ୍ଦ୍ରମନ୍ତ୍ରୀ ଅର୍ଜୁନ୍‌ ରାମ ମେଘୱାଲ, ଭାଜପା ଏମ୍‌ପି ମନସୁଖଲାଲ ମାଣ୍ଡଭିୟ ଓ ମନୋଜ ତିୱାରୀ ସାଇକେଲରେ ସଂସଦରେ ପହଞ୍ଚିଥିଲେ। ଏହି ତାଲିକାରେ ରହିଛନ୍ତି ବିହାରର ଜଣେ କଂଗ୍ରେସ୍‌ ନେତ୍ରୀ। ମହିଳା ଏମ୍‌ପି ରଣଜିତ୍‌ ରଞ୍ଜନ ମହିଳା ଦିବସ ଅବସରରେ ନାରୀ ସ୍ୱାଧୀନତାର ବାର୍ତ୍ତା ବାଣ୍ଟିବାକୁ ଏକ ସୌଖୀନ୍‌ ବାଇକ୍‌ରେ ସଂସଦରେ ପହଞ୍ଚି ଚର୍ଚ୍ଚା ସାଉଁଟିଥିଲେ।

ବିଜୁ ବାବୁ ବି ଚଢିଥିଲେ ସାଇକେଲ

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଏକଦା ରାଜ୍ୟର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମଧ୍ୟ ସାଇକେଲ ଚଢି ବିଧାନସଭାକୁ ଆସିଥିଲେ।

...................

....................

Related story