ମଣିପୁରରେ ଲାଗୁ ହେଲା ଇନର ଲାଇନ ପରମିଟ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ ଓ ମିଜୋରାମ ପରେ ଇନର ଲାଇନ ପରମିଟ ଅଞ୍ଚଳ ମଧ୍ୟରେ ମଣିପୁର ସାମିଲ ହୋଇଛି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏ ସଂକ୍ରାନ୍ତ ଏକ ଫାଇଲରେ ମୋହର ମାରିଛନ୍ତି। ଇନର ଲାଇନ ପରମିଟ ଅଞ୍ଚଳ ଅର୍ଥାତ ଏଠାରେ ବାହାର ଦେଶର ଲୋକ କିମ୍ବା ଭାରତର ଅନ୍ୟ କୌଣସି ରାଜ୍ୟର ଲୋକ ବୁଲିବା ପାଇଁ ଚାହିଁଲେ, ପ୍ରଥମେ ପ୍ରଶାସନ ପାଖରୁ ଏହାର ଅନୁମତି ନେବାକୁ ପଡ଼ିବ। ବୁଲିବାକୁ ଯାଉଥିବା ବ୍ୟକ୍ତିଙ୍କୁପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର […]

c

Hemant Lenka
  • Published: Wednesday, 11 December 2019
  • , Updated: 11 December 2019, 04:10 PM IST

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ ଓ ମିଜୋରାମ ପରେ ଇନର ଲାଇନ ପରମିଟ ଅଞ୍ଚଳ ମଧ୍ୟରେ ମଣିପୁର ସାମିଲ ହୋଇଛି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏ ସଂକ୍ରାନ୍ତ ଏକ ଫାଇଲରେ ମୋହର ମାରିଛନ୍ତି।

ଇନର ଲାଇନ ପରମିଟ ଅଞ୍ଚଳ ଅର୍ଥାତ ଏଠାରେ ବାହାର ଦେଶର ଲୋକ କିମ୍ବା ଭାରତର ଅନ୍ୟ କୌଣସି ରାଜ୍ୟର ଲୋକ ବୁଲିବା ପାଇଁ ଚାହିଁଲେ, ପ୍ରଥମେ ପ୍ରଶାସନ ପାଖରୁ ଏହାର ଅନୁମତି ନେବାକୁ ପଡ଼ିବ। ବୁଲିବାକୁ ଯାଉଥିବା ବ୍ୟକ୍ତିଙ୍କୁପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପରିଚୟପତ୍ର ଦିଆଯିବ।

ଏହାପରେ ଯାଇ ସେମାନେ ଇନର ଲାଇନ ପରମିଟ ଅଞ୍ଚଳକୁ ଯାଇପାରିବେ। ସାଧାରଣତଃ ଅନ୍ତର୍ଜାତୀୟ ସୀମାନ୍ତକୁ ଲାଗିଥିବା ରାଜ୍ୟଗୁଡ଼ିକ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ସେହିପରି ଇନର ଲାଇନ ପରମିଟ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ୱତନ୍ତ୍ର ସୁବିଧା ମଧ୍ୟ ସରକାରୀ ସ୍ତରରେ ମିଳିଥାଏ।

Related story