ବର୍ଦ୍ଧିତ ଦରମା ଉପରେ ରୋକ୍ ଲଗାଇବା ନିଷ୍ପତ୍ତିକୁ ରାହୁଲଙ୍କ ନାପସନ୍ଦ

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଧାରୀଙ୍କ ବର୍ଦ୍ଧିତ ଦରମା ଉପରେ ରୋକ୍ ଲଗାଇବା ଅମାନୁଷିକ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ବୁଲେଟ୍ ଟ୍ରେନ ପ୍ରକଳ୍ପରେ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସରକାର ଏବେ କେନ୍ଦ୍ର କର୍ମଚାରୀଙ୍କ ବର୍ଦ୍ଧିତ ଦରମା ଉପରେ ରୋକ୍ ଲଗାଉଛନ୍ତି। ଏହା ଅସମ୍ୱେଦନଶୀଳ ଏବଂ ଅମାନବିକତା। ଏବେ ଦେଶରେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ରହିଥିବାବେଳେ ୬୨ ଲକ୍ଷ ପେନସନଧାରୀ ରହିଛନ୍ତି। କରୋନା ମହାମାରୀ […]

rahul_gandhi

Subhransu Sekhar
  • Published: Friday, 24 April 2020
  • , Updated: 24 April 2020, 08:49 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଧାରୀଙ୍କ ବର୍ଦ୍ଧିତ ଦରମା ଉପରେ ରୋକ୍ ଲଗାଇବା ଅମାନୁଷିକ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ବୁଲେଟ୍ ଟ୍ରେନ ପ୍ରକଳ୍ପରେ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସରକାର ଏବେ କେନ୍ଦ୍ର କର୍ମଚାରୀଙ୍କ ବର୍ଦ୍ଧିତ ଦରମା ଉପରେ ରୋକ୍ ଲଗାଉଛନ୍ତି। ଏହା ଅସମ୍ୱେଦନଶୀଳ ଏବଂ ଅମାନବିକତା।
ଏବେ ଦେଶରେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ରହିଥିବାବେଳେ ୬୨ ଲକ୍ଷ ପେନସନଧାରୀ ରହିଛନ୍ତି।

କରୋନା ମହାମାରୀ ଯୋଗୁ ଦେଶ ଲକଡାଉନ୍ ରହିଛି। ଏଥିପାଇଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଏଥିପାଇଁ ସରକାର ମହଙ୍ଗା ଭତ୍ତାକୁ ଗୋଟିଏ ବର୍ଷ ଯାଏ ଫ୍ରିଜ କରି ଦେଇଛନ୍ତି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଥିଲା।
ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର କ୍ୟାବିନେଟ କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତାକୁ ୪% ବୃଦ୍ଧି କରିଥିଲା। ଅର୍ଥାତ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀ ୨୧% ମହଙ୍ଗା ଭତ୍ତା ପାଇଥାଆନ୍ତେ। ତେବେ ଏହା ଉପରେ ରୋକ ଲାଗିବାରୁ ପୂର୍ବଭଳି ହିତାଧିକାରୀମାନେ ୧୭% ମହଙ୍ଗା ଭତ୍ତା ପାଇବେ।

ବର୍ଦ୍ଧିତ ମହଙ୍ଗା ଭତ୍ତା ଫ୍ରିଜ କରାଯାଇଥିବାରୁ କେନ୍ଦ୍ର ସରକାର ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରାୟ ୩୭୫୩୦ କୋଟି ଟଙ୍କା ସଂରକ୍ଷିତ କରିପାରିବେ। ଖାଲି କେନ୍ଦ୍ରୀୟ କର୍ମଚାରୀ ନୁହନ୍ତି ଦେଶର ସାଂସଦ ମାନଙ୍କ ଦରମା ମଧ୍ୟ ୩୦ ପ୍ରତିଶତ କଟାଯାଇଛି।

Related story