ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି। ଏହି ମାସର ପ୍ରଥମ ସୋମବାରରେ ମୋଦି ସରକାର ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରାୟନ-୨ ଯାନ ପଠାଇବାରେ ସଫଳ ହୋଇଛନ୍ତି। ସେହିପରି ଦ୍ୱିତୀୟ ସୋମବାରରେ ସଂସଦରେ ବହୁ ପ୍ରତୀକ୍ଷିତ ତିନି ତଲାକ୍ ବିଲ୍ ପାସ ହୋଇଥିଲା।
ଏପରିକି ତୃତୀୟ ସୋମବାରରେ ଅର୍ଥାତ୍ ଆଜି ସଂସଦରେ କଶ୍ମୀରରେ ଲାଗୁ ହୋଇଥିବା ଧାରା ୩୭୦କୁ ଉଚ୍ଛେଦ କରିବାରେ କେନ୍ଦ୍ର ସରକାର ସଫଳ ହୋଇଛନ୍ତି। ତେବେ କ୍ଷମତାକୁ ଆସିବା ପରେ ମୋଦି ସରକାର ଗୋଟିଏ ପରେ ଗୋଟିଏ ମାଷ୍ଟର ଷ୍ଟ୍ରୋକ୍ ଖେଳି ଚାଲିଛନ୍ତି। ଏହିସବୁ ଘଟଣାକୁ ନେଇ ଏବେ ମୋଦି ସରକାର ବେଶ୍ ଚର୍ଚ୍ଚାରେ। ତେବେ ପ୍ରଶ୍ନ ଉଠୁଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ଶ୍ରାବଣ ସୋମବାରରେ କାହିଁକି ?
ସମସ୍ତେ ଜାଣନ୍ତି ଯେ ମୋଦି ଜଣେ ଶିବ ଭକ୍ତ। ତେଣୁ ସରକାରକୁ ଆସିବା ପରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ସବୁକୁ ସୋମବାର ସଂସଦରେ ପାସ୍ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।
ତେବେ ଶେଷ ସୋମବାରରେ ବହୁ ପୁରୁଣା ରାମ ମନ୍ଦିର ଓ ବାବ୍ରୀ ମସଜିଦ୍ ଘଟଣାର ସମାଧାନ ହେବାକୁ ଯାଉଛି। ମୋଦି ସରକାର ବର୍ତ୍ତମାନ ଶିବଙ୍କର ତାଣ୍ଡବ ମୁଦ୍ରାରେ ରହିଛନ୍ତି। ଏହିପରି କିଛି ଟ୍ୱିଟ୍ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଆଗାମୀ ସୋମବାର ରାମ ମନ୍ଦିର ବିବାଦର ସମାଧାନ ହେବ। ଏହି କଥା ଶୁଣି ଆପଣଙ୍କୁ ଟିକେ ଅଡୁଆ ଲାଗୁଥିବ। କିନ୍ତୁ ଏ କଥା ଆମେ ନୁହେଁ, ଏହାକୁ ସୋଶାଲ ମିଡିଆରେ କିଛି ୟୁଜର୍ସ ଟ୍ରେଣ୍ଡ କରିବାରେ ଲାଗିଛନ୍ତି। ଯାହା ବର୍ତ୍ତମାନ ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି।
https://twitter.com/SatyaPrakashUP/status/1158295832258420736
ଜମ୍ମୁ-କଶ୍ମୀରରେ ଧାରା ୩୭୦କୁ ଉଚ୍ଛେଦ କରି କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସୋଶାଲ ମିଡିଆରେ ଏହାକୁ ନେଇ ୟୁଜର୍ସମାନେ ମୋଦି ସରକାରଙ୍କର ସଫଳତାକୁ କିଛି ଏହିପରି ଭାବରେ ବ୍ୟକ୍ତ କରୁଛନ୍ତି।
କିଛି ୟୁଜର୍ସ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରୁଥିବା ବେଳେ କିଛି ସରକାରଙ୍କର ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି।
ସେହିପରି ଜଣେ ୟୁଜର ମୋଦି ଓ ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଫଟୋକୁ ମିଶାଇ ଏକ ମେମେଜ୍ ତିଆରି କରିଛନ୍ତି। ଯେଉଁଥିରେ ମୋଦି ଅକ୍ଷୟଙ୍କୁ କହୁଛନ୍ତି, ତୁମେ ଗୋଟିଏ ପରେ ଗୋଟିଏ କରି ଫିଲ୍ମ କରିଚାଲ, ମୁଁ ତୁମକୁ ପ୍ରତି ମାସରେ ସ୍କ୍ରିପ୍ଟ ଯୋଗାଇ ଦେବି। ଏହି ପୋଷ୍ଟ ଉପରେ ୟୁଜର୍ସଙ୍କର ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।
https://twitter.com/ankit_sfdc/status/1158295470310973442