ବିଶ୍ୱ ଯୋଗ ଦିବସରେ ୧୫ଟି ଯୋଗାସନ କରିବେ ୪୫ହଜାର ଲୋକ

ନୂଆଦିଲ୍ଲୀ: ଚଳିତମାସ ଜୁନ ୨୧ରେ ଦିଲ୍ଲୀରେ ରାଜଘାଟରେ ମହାଆଡମ୍ବରରେ ପାଳିତ ହେବ ବିଶ୍ୱ ଯୋଗ ଦିବସ। ଏଥିପାଇଁ ପ୍ରସ୍ତୁତି ଜୋର ସୋରରେ ଚାଲିଛି। ୩୫ ମିନିଟର ଏହି ଯୋଗ କାର୍ଯ୍ୟକ୍ରମରେ ୧୫ଟି ଯୋଗାସନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ବର୍ଗର ୪୫ ହଜାର ଲୋକ ସାମିଲ ହୋଇ ଯୋଗ କରିବେ। ଏଥିରେ ସରକାରୀ କର୍ମଚାରୀ, କୂଟନୀତିଜ୍ଞ,ସେନା ଅଧିକାରୀ ଓ ଏନସିସି କ୍ୟାଡେଡଙ୍କ ସହ ମୋଦି ସରକାରଙ୍କ ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ମଧ୍ୟ ସାମିଲ ହେବେ। ଏହି […]

internationaldayofyoga-blog-2

Rakesh Mallick
  • Published: Wednesday, 03 June 2015
  • , Updated: 03 June 2015, 08:05 AM IST

ନୂଆଦିଲ୍ଲୀ: ଚଳିତମାସ ଜୁନ ୨୧ରେ ଦିଲ୍ଲୀରେ ରାଜଘାଟରେ ମହାଆଡମ୍ବରରେ ପାଳିତ ହେବ ବିଶ୍ୱ ଯୋଗ ଦିବସ। ଏଥିପାଇଁ ପ୍ରସ୍ତୁତି ଜୋର ସୋରରେ ଚାଲିଛି। ୩୫ ମିନିଟର ଏହି ଯୋଗ କାର୍ଯ୍ୟକ୍ରମରେ ୧୫ଟି ଯୋଗାସନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ବର୍ଗର ୪୫ ହଜାର ଲୋକ ସାମିଲ ହୋଇ ଯୋଗ କରିବେ। ଏଥିରେ ସରକାରୀ କର୍ମଚାରୀ, କୂଟନୀତିଜ୍ଞ,ସେନା ଅଧିକାରୀ ଓ ଏନସିସି କ୍ୟାଡେଡଙ୍କ ସହ ମୋଦି ସରକାରଙ୍କ ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ମଧ୍ୟ ସାମିଲ ହେବେ। ଏହି ଦିବସକୁ ସ୍ମରଣୀୟ କରିବା ସହ ବିଶ୍ୱ ରେକର୍ଡ ସ୍ଥାପନ ପାଇଁ କେନ୍ଦ୍ରସରକାରଙ୍କ ଏହି ଆୟୋଜନ କରୁଛନ୍ତି ବୋଲି ଜଣାପଡଛି। ମଙ୍ଗଳବାର ସୁଦ୍ଧା ରେକର୍ଡ ସଂଖ୍ୟକ ପଞ୍ଜୀକୃତ ହୋଇଛି ବୋଲି ସରକାରୀ କର୍ମଚାରୀ କହିଛନ୍ତି।ସୂଚନାଯୋଗ୍ୟ ଯେ, ଆସନ୍ତା ୨୧ ତାରିଖ ଭୋର ୫ଟାରୁ ରାଜଘାଟକୁ ପ୍ରବେଶ, ସକାଳ ୬ଟା ୩୦ରୁ ଯୋଗ କାର୍ଯ୍ୟକ୍ରମ ଆରମ୍ଭ ହେବ।

Related story