ନିତ୍ୟାନନ୍ଦ ବିରୋଧରେ ଇଣ୍ଟରପୋଲ୍‌ର ‘ବ୍ଲୁ କର୍ଣ୍ଣର’ ନୋଟିସ୍‌

ନୂଆଦିଲ୍ଲୀ: ଦୁଷ୍କର୍ମ ଏବଂ ଅପହରଣ ଆଦି ସଙ୍ଗିନ ମାମଲାର ଅଭିଯୁକ୍ତ ଆତ୍ମଘୋଷିତ ବାବା ନିତ୍ୟାନନ୍ଦକୁ ଖୋଜିବା ପାଇଁ ଇଣ୍ଟରପୋଲ୍‌ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ବିଭିନ୍ନ ଦେଶକୁ ଇଣ୍ଟରପୋଲ୍‌ ପକ୍ଷରୁ ନିତ୍ୟାନନ୍ଦକୁ ଠାବ କରିବାରେ ସାହାଯ୍ୟ କରିବା ପାଇଁ ସୂଚନା ଦିଆଯାଇଛି। ଗୁଜରାଟ ପୁଲିସ୍‌ର ଅନୁରୋଧରେ ବିଭିନ୍ନ ଦେଶଙ୍କୁ ବ୍ଲୁ କର୍ଣ୍ଣର ନୋଟିସ୍‌ ଜାରି କରାଯାଇଛି। ଏହି ନୋଟିସ୍‌ ଆସିଲେ ଅପରାଧରେ ସଂଶ୍ଲିଷ୍ଟ ଥିବା କୌଣସି ବ୍ୟକ୍ତିଙ୍କୁ ଦେଶମାନେ ଖୋଜିବାକୁ ଏବଂ ସୂଚନା ଦେବାକୁ ବାଧ୍ୟ। ଗତ […]

nityananda

Subrat Kumar Nayak
  • Published: Wednesday, 22 January 2020
  • , Updated: 22 January 2020, 04:53 PM IST

ନୂଆଦିଲ୍ଲୀ: ଦୁଷ୍କର୍ମ ଏବଂ ଅପହରଣ ଆଦି ସଙ୍ଗିନ ମାମଲାର ଅଭିଯୁକ୍ତ ଆତ୍ମଘୋଷିତ ବାବା ନିତ୍ୟାନନ୍ଦକୁ ଖୋଜିବା ପାଇଁ ଇଣ୍ଟରପୋଲ୍‌ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ବିଭିନ୍ନ ଦେଶକୁ ଇଣ୍ଟରପୋଲ୍‌ ପକ୍ଷରୁ ନିତ୍ୟାନନ୍ଦକୁ ଠାବ କରିବାରେ ସାହାଯ୍ୟ କରିବା ପାଇଁ ସୂଚନା ଦିଆଯାଇଛି।

ଗୁଜରାଟ ପୁଲିସ୍‌ର ଅନୁରୋଧରେ ବିଭିନ୍ନ ଦେଶଙ୍କୁ ବ୍ଲୁ କର୍ଣ୍ଣର ନୋଟିସ୍‌ ଜାରି କରାଯାଇଛି। ଏହି ନୋଟିସ୍‌ ଆସିଲେ ଅପରାଧରେ ସଂଶ୍ଲିଷ୍ଟ ଥିବା କୌଣସି ବ୍ୟକ୍ତିଙ୍କୁ ଦେଶମାନେ ଖୋଜିବାକୁ ଏବଂ ସୂଚନା ଦେବାକୁ ବାଧ୍ୟ।

ଗତ କିଛି ଦିନ ହେଲା ନିତ୍ୟାନନ୍ଦକୁ କେବଳ ଭିଡିଓରେ ଦେଖିବାକୁ ମିଳୁଛି। କିଛି ଅଜଣା ସ୍ଥାନରୁ ସେ ଏଥିରେ ବିଭିନ୍ନ ଅଜବ ଦାବି ସବୁ କରୁଛି। ସୂଚନାଯୋଗ୍ୟ ଯେ, ତା’କୁ ଅନେକ ଥର ସମନ୍‌ ସରିଛି। କିନ୍ତୁ ସେ ଏଯାଏ ଏହାର ଉତ୍ତର ଦେଉନାହିଁ। ପୂର୍ବରୁ ସେ ଇକ୍ୟୁଏଡର୍‌ଠାରେ ଏକ ଦ୍ୱୀପ କିଣି ଏହାକୁ କୈଳାସା ନାମ ଦେଇଥିବା କହିଥିଲା। କିନ୍ତୁ ଇକ୍ୟୁଏଡର ଏହାକୁ ଅସ୍ୱୀକାର କରିଥିଲା। ସେଠାକାର ପ୍ରଶାସନ ପକ୍ଷରୁ କୁହାଯାଇଥିଲା, ନା ନିତ୍ୟାନନ୍ଦ ସେଠାକୁ ଯାଇଛି ନା ତାକୁ ଶରଣ ଦିଆଯାଇଛି।

ଦୁଷ୍କର୍ମ ଓ ଯୌନ ନିର୍ଯାତନା ଆଦି ମାମଲାର ଅଭିଯୁକ୍ତ ନିତ୍ୟାନନ୍ଦ ସମସ୍ତଙ୍କୁ ଧୂଳି ଦେଇ ବିଦେଶ ପଳାଇବା ପରେ ୱେବସାଇଟ୍‌ ଯୋଗେ ନିଜର ଦେଶ, ପତାକା, ଜାତୀୟ ପଶୁ, କ୍ୟାବିନେଟ୍‌ ଏବଂ ଜନସଂଖ୍ୟା ଆଦି ବାବଦରେ ଘୋଷଣା କରିଥିଲା। ଏହି ଦେଶର ନାମ ସେ ‘କୈଲାସା’ ରଖିଥିଲା। ସେ ୩ଟି ଭାଷାରେ ଇଂରାଜୀ, ସଂସ୍କୃତ ଏବଂ ତାମିଲ ରଖିଥିଲା। ସେ ପତାକାର ନାମ ‘ଋଷଭ ଧ୍ୱଜ’ ରଖିଥିଲା। ସେ ଘୋଷଣା କରିଥିଲା ଏହି ଦେଶର କୌଣସି ସୀମା ରହିବନି।

Related story