ଚିଦାମ୍ବରମ୍‌ଙ୍କ ପାଇଁ ଅଣ୍ଟା ଭିଡ଼ିଲା କଂଗ୍ରେସ, ଗଣମାଧ୍ୟମକୁ ଦୋଷ ଲଦିଲେ ରାହୁଲ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କୁ କୋର୍ଟ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେବା ପରେ ଏବେ ଗିରଫ ହେବା ଭୟରେ ସେ ନିଖୋଜ ଅଛନ୍ତି। ଏହି ମାମଲାରେ କଂଗ୍ରେସ ଏବେ ରାଜନୀତିର ରଙ୍ଗ ଲଗାଇବା ପ୍ରୟାସ ଆରମ୍ଭ କରିଦେଇଛି। କଂଗ୍ରେସର ଅନ୍ୟ ସମସ୍ତ ନେତାଙ୍କ ପରେ ଅଧ୍ୟକ୍ଷ ପଦରୁ ଗତ କିଛି ଦିନ ହେଲା ଇସ୍ତଫା ଦେଇଥିବା ରାହୁଲ ଗାନ୍ଧି ମଧ୍ୟ ଏବେ ମୁହଁ ଖୋଲିଛନ୍ତି। ଏହା ପୂର୍ବରୁ ତାଙ୍କ […]

palaniappan-chidambaram-former-finance-minister-770x433

Subrat Kumar Nayak
  • Published: Wednesday, 21 August 2019
  • , Updated: 21 August 2019, 04:53 PM IST

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କୁ କୋର୍ଟ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେବା ପରେ ଏବେ ଗିରଫ ହେବା ଭୟରେ ସେ ନିଖୋଜ ଅଛନ୍ତି। ଏହି ମାମଲାରେ କଂଗ୍ରେସ ଏବେ ରାଜନୀତିର ରଙ୍ଗ ଲଗାଇବା ପ୍ରୟାସ ଆରମ୍ଭ କରିଦେଇଛି। କଂଗ୍ରେସର ଅନ୍ୟ ସମସ୍ତ ନେତାଙ୍କ ପରେ ଅଧ୍ୟକ୍ଷ ପଦରୁ ଗତ କିଛି ଦିନ ହେଲା ଇସ୍ତଫା ଦେଇଥିବା ରାହୁଲ ଗାନ୍ଧି ମଧ୍ୟ ଏବେ ମୁହଁ ଖୋଲିଛନ୍ତି।

ଏହା ପୂର୍ବରୁ ତାଙ୍କ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି କହିଥିଲେ, ଚିଦାମ୍ବରମ୍‌ଙ୍କୁ ଲଜ୍ଜାଜନକ ଭାବେ ଫସାଇ ଦିଆଯାଇଛି।

ରାହୁଲ ଏହି ପ୍ରସଙ୍ଗରେ କହିଛନ୍ତି, ମୋଦି ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ସିବିଆଇ ଏବଂ କିଛି ମେରୁଦଣ୍ଡ ବିହୀନ ଗଣମାଧ୍ୟମଙ୍କୁ ବ୍ୟବହାର କରି ଚିଦାମ୍ବରମ୍‌ଙ୍କ ଚରିତ୍ର ସଂହାର କରୁଛି। ମୁଁ କ୍ଷମତାର ଏଭଳି ଦୁରୁପଯୋଗକୁ ନିନ୍ଦା କରୁଛି।

ଚିଦାମ୍ବରମ୍‌ଙ୍କୁ ଆଗୁଆ ଜାମିନ୍‌ ଦେବାପାଇଁ ଦିଲ୍ଲୀ ହାଇକୋର୍ଟ ମନା କରିବା ପରେ ସେ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏଥିପାଇଁ କରିଷ୍ଠ ଓକିଲ ତଥା କଂଗ୍ରେସ ନେତା କପିଲ ଶିବଲଙ୍କ ନେତୃତ୍ୱରେ ଏକ ଓକିଲଙ୍କ ଟିମ୍‌ ପୂରା ଦମ୍‌ ଲଗାଇଦେଇଛି। ତେବେ ଏହି ମାମଲର ଜରୁରୀକାଳୀନ ଶୁଣାଣି ପାଇଁ କୋର୍ଟ ମନା କରିବାପରେ ଚିଦାମ୍ବରମ୍‌ଙ୍କ ଭବିଷ୍ୟତକୁ ନେଇ କଂଗ୍ରେସ ଚିନ୍ତାରେ ପଡ଼ିଯାଇଛି।

Related story