ରାଞ୍ଚି: ଆପଣ ବଲିଉଡ୍ ଫିଲ୍ମ 'ଚକ୍ରବ୍ୟୁହ' ଦେଖିଥିବେ। ଏଥିରେ ଅଭିନେତା ଅର୍ଜୁନ୍ ରାମପାଲ ଏବଂ ଅଭିନେତ୍ରୀ ଇଶା ଗୁପ୍ତା ସ୍ୱାମୀ-ସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ। ଦୁହେଁ ଆଇପିଏସ୍ ଅଫିସର ଥିଲେ। ନକ୍ସଲ ଆତଙ୍କିତ ଅଞ୍ଚଳରେ ସେମାନେ କାମ କରୁଥିଲେ। ଏହି ଆଇପିଏସ୍ ଦମ୍ପତ୍ତିଙ୍କୁ ସମସ୍ତେ ଭୟ କରୁଥିଲେ। ଠିକ୍ ସେମିତି ଝାଡ଼ଖଣ୍ଡର ଜଣେ ଦମ୍ପତିଙ୍କୁ ଦେଖି ନକ୍ସଲ ଭୟଭୀତ ହୋଇ ପଡୁଛନ୍ତି।
ଏହି ଦମ୍ପତ୍ତି ହେଲେ ପ୍ରଶାନ୍ତ ଆନନ୍ଦ ଏବଂ ଶିବାନୀ ତିୱାରୀ। ଦୁହେଁ ଝାଡଖଣ୍ଡ ଲାତେହାରରେ କାମ କରନ୍ତି। ଉଭୟ ଏସ୍ପି ପଦରେ ଅଛନ୍ତି। ଲାତେହର ଘନ ଜଙ୍ଗଲ ହେଉଛି ନକ୍ସଲମାନଙ୍କ ଆଡ୍ଡାସ୍ଥଳୀ। ପ୍ରାୟତଃ ଏହି ଦମ୍ପତି ଘନ ଜଙ୍ଗଲରେ ବୁଲି ନକ୍ସଲଙ୍କ ସନ୍ଧାନ କରୁଥିବାର ଦେଖିବାକୁ ମିଳେ।
ତିନି ଦିନ ପୂର୍ବରୁ ଏଠାରେ ହୋଇଥିବା ଏକ ନକ୍ସଲ ଆତଙ୍କରେ ଏମାନେ ସକ୍ରିୟ ଭୂମିକା ନେଇଥିଲେ। ନକ୍ସଲ ସହ ଲଢେଇ ସମୟରେ ଏଠାକାର ୬ ଜଣ ଯବାନ ସହିଦ ହୋଇଥିବା ବେଳେ ୪ଜଣ ଆହତ ହୋଇଥିଲେ। ତଥାପି ସାହସ ନ ହାରି ଏହି ଦମ୍ପତି ଶେଷ ପର୍ଯ୍ୟନ୍ତ ଲଢି କିଛି ନକ୍ସଲଙ୍କୁ ଗିରଫ କରିଥିଲେ।
ସୂଚନାଯୋଗ୍ୟ, ପ୍ରଶାନ୍ତ ଝାଡଖଣ୍ଡ କ୍ୟାଡରରେ ୨୦୧୩ ବ୍ୟାଚ୍ର ଆଇପିଏସ୍ ଅଫିସର ହୋଇଥିବା ବେଳେ ଗତ ବର୍ଷ ନଭେମ୍ବର ୨୭ ତାରିଖ ଦିନ ସ୍ତ୍ରୀ ଶିବାନୀ ଲାତେହରର ଏସ୍ପି ପଦରେ ଅବସ୍ଥାପିତ ହୋଇଛନ୍ତି। ଶିବାନୀ ୨୦୧୧ବ୍ୟାଚ୍ର ଆଇପିଏସ୍ ଅଫିସର। ବିବାହ ପରେ ଝାଡଖଣ୍ଡ କ୍ୟାଡରରେ ତାଙ୍କୁ ଏସ୍ପି ପଦରେ ନିଯୁକ୍ତି ଦିଆଯାଇଥିଲା। ସେ ପ୍ରଥମେ କୋଡରମା ଏସ୍ପି ଥିବା ବେଳେ ଏବେ ଗାଢବାର ଏସ୍ପି ଅଛନ୍ତି।