ବନ୍ୟାରେ ୪୫ ଦିନର ଶିଶୁକୁ ବାହୁବଳୀ ଷ୍ଟାଇଲରେ ବଞ୍ଚାଇଲେ ପୁଲିସ୍ ଅଧିକାରୀ

ନୂଆଦିଲ୍ଲୀ: ଗୁଜରାଟର ଭଦୋଦରାରେ ଭୟଙ୍କର ବନ୍ୟା କାରଣରୁ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଜଣେ ପୁଲିସ୍‌ ଅଧିକାରୀ ଗୋଟିଏ ଶିଶୁକୁ ଉଦ୍ଧାର କରିବାର ଫଟୋ ଏବେ ଇଣ୍ଟରନେଟ୍‌ରେ ସବୁଠାରୁ ଚର୍ଚ୍ଚିତ ଫଟୋ। ଏହି ଭିଡିଓରେ ଆଇପିଏସ୍‌ ଅଧିକାରୀ ଗୋବିନ୍ଦ ଚାନ୍ଦ ୪୫ ଦିନର ଶିଶୁକୁ ତାଙ୍କ ମୁଣ୍ଡ ଉପରେ ଥିବା ଏକ ଟବ୍‌ରେ ରଖି ଆଗେଇ ଚାଲୁଛନ୍ତି। ଫଟୋରେ ସ୍ପଷ୍ଟ ଦେଖାଯାଉଛି ବାହୁବଳୀ ଫିଲ୍ମରେ ନାୟକ ଶିବଲିଙ୍ଗ ଧରି ମାଡ଼ିଚାଲିବା ଭଳି ସେ ମଧ୍ୟ ନିର୍ଭୟରେ ଆଗେଇ […]

Vadodara

Subrat Kumar Nayak
  • Published: Thursday, 01 August 2019
  • , Updated: 01 August 2019, 09:59 PM IST

ନୂଆଦିଲ୍ଲୀ: ଗୁଜରାଟର ଭଦୋଦରାରେ ଭୟଙ୍କର ବନ୍ୟା କାରଣରୁ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଜଣେ ପୁଲିସ୍‌ ଅଧିକାରୀ ଗୋଟିଏ ଶିଶୁକୁ ଉଦ୍ଧାର କରିବାର ଫଟୋ ଏବେ ଇଣ୍ଟରନେଟ୍‌ରେ ସବୁଠାରୁ ଚର୍ଚ୍ଚିତ ଫଟୋ। ଏହି ଭିଡିଓରେ ଆଇପିଏସ୍‌ ଅଧିକାରୀ ଗୋବିନ୍ଦ ଚାନ୍ଦ ୪୫ ଦିନର ଶିଶୁକୁ ତାଙ୍କ ମୁଣ୍ଡ ଉପରେ ଥିବା ଏକ ଟବ୍‌ରେ ରଖି ଆଗେଇ ଚାଲୁଛନ୍ତି। ଫଟୋରେ ସ୍ପଷ୍ଟ ଦେଖାଯାଉଛି ବାହୁବଳୀ ଫିଲ୍ମରେ ନାୟକ ଶିବଲିଙ୍ଗ ଧରି ମାଡ଼ିଚାଲିବା ଭଳି ସେ ମଧ୍ୟ ନିର୍ଭୟରେ ଆଗେଇ ଚାଲିଛନ୍ତି।
https://twitter.com/Shamsher_IPS/status/1156911614605647873

ତାଙ୍କର ଏପରି ବାହୁବଳୀ ଷ୍ଟାଇଲ୍‌ରେ ଅଭିଭୂତ ହୋଇ ଅତିରିକ୍ତ ଡିଜିପି ଶମଶେର୍‌ ସିଂହ କହିଛନ୍ତି, "ଭଦୋଦରାର ଏହି ପୁଲିସ୍ ଅଧିକାରୀଙ୍କ ମାନବିକତା ମୋତେ ଗର୍ବିତ କରିଛି। ସେ ପ୍ରଶଂସନୀୟ ସାହସ ଏବଂ କର୍ତ୍ତବ୍ୟ ପରାୟଣତା ଦେଖାଇଛନ୍ତି। ସେ ସେଇ ଶିଶୁ ଏବଂ ତା'ର ପରିବାରକୁ ଉଦ୍ଧାର କରିଛନ୍ତି।"

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଏଠାରେ ୪୯୯ ମିଲିମିଟର ଅର୍ଥାତ ୫୦ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି। ଯାହା ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। କର୍ତ୍ତୃପକ୍ଷ ଆଜ୍‌ୱା ଡ୍ୟାମ୍‌ରୁ ପାଣି ଛାଡ଼ିଦେବା ପରେ ଏଠାରେ ପରିସ୍ଥିତି ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି।

Related story