ଉତ୍ତରକୋରିଆ ପରେ ଆମେରିକାକୁ ଡରାଇଲା ଇରାନ

ନୂଆଦିଲ୍ଲୀ: ଉତ୍ତରକୋରିଆ ପରେ ଆମେରିକାକୁ ଥରହର କରିଛି ଇରାନ। ଉତ୍ତରକୋରିଆ ଆଣବିକ ପରୀକ୍ଷା ପରେ ଇରାନ ଏକ  କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଆମେରିକାର ଚେତାବନୀକୁ ବେଖାତିର କରି  ଇରାନ ମଧ୍ୟମଧରଣ  ଦୂରଗାମୀ ବିଶିଷ୍ଟ ଏକ ମିଶାଇଲର ସଫଳ ପରୀକ୍ଷଣ କରିଛି।  ଏହି କ୍ଷେପଣାସ୍ତ୍ର ୨୦୦୦ କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ସରକାରୀ ଟିଭି ଚ୍ୟାନେଲରେ ଏହି ମିଶାଇଲର ସଫଳ ପରୀକ୍ଷଣର ଦୃଶ୍ୟ ଦେଖିବାକୁ ମିଳିଥିଲା। ଶୁକ୍ରବାର ସୈନ୍ୟ ପ୍ୟାରେଡରେ ଏହି ମିଶାଇଲର ପ୍ରଦର୍ଶନ କରାଯାଇଥିଲା। […]

iran-1

Rakesh Mallick
  • Published: Saturday, 23 September 2017
  • , Updated: 23 September 2017, 04:11 PM IST

ନୂଆଦିଲ୍ଲୀ: ଉତ୍ତରକୋରିଆ ପରେ ଆମେରିକାକୁ ଥରହର କରିଛି ଇରାନ। ଉତ୍ତରକୋରିଆ ଆଣବିକ ପରୀକ୍ଷା ପରେ ଇରାନ ଏକ  କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଆମେରିକାର ଚେତାବନୀକୁ ବେଖାତିର କରି  ଇରାନ ମଧ୍ୟମଧରଣ  ଦୂରଗାମୀ ବିଶିଷ୍ଟ ଏକ ମିଶାଇଲର ସଫଳ ପରୀକ୍ଷଣ କରିଛି।  ଏହି କ୍ଷେପଣାସ୍ତ୍ର ୨୦୦୦ କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ସରକାରୀ ଟିଭି ଚ୍ୟାନେଲରେ ଏହି ମିଶାଇଲର ସଫଳ ପରୀକ୍ଷଣର ଦୃଶ୍ୟ ଦେଖିବାକୁ ମିଳିଥିଲା। ଶୁକ୍ରବାର ସୈନ୍ୟ ପ୍ୟାରେଡରେ ଏହି ମିଶାଇଲର ପ୍ରଦର୍ଶନ କରାଯାଇଥିଲା।

ଇରାନର ରାଷ୍ଟ୍ରପତି ହସନ ରୁହାନି କହିଥିଲେ ଯେ, ଆମେରିକା ଏବଂ ଫ୍ରାନ୍ସ ସହ  ଆଲୋଚନା ପରେ ମଧ୍ୟ ନିଜର ବାଲାଷ୍ଟିକ୍‌ ମିଶାଇଲର କ୍ଷମତାକୁ ବଢାଇବ।  ସେହିପରି ନିଜ ସାମରିକ ଶକ୍ତିର ବୃଦ୍ଧି ପାଇଁ ଇରାନ ବଦ୍ଧପରିକର। ଦେଶର ପ୍ରତିରକ୍ଷା ପାଇଁ ଯାହା ଆବଶ୍ୟକ ତାହା ହିଁ କରାଯିବ ବୋଲି ସେ କହିଥିଲେ।

୧୯୮୦ ରୁ ୧୯୮୮ ମଧ୍ୟରେ ଇରାନ୍ ଓ ଇରାକ ମଧ୍ୟରେ ହୋଇଥିବା ବିନାଶକରୀ ଯୁଦ୍ଧର ବାର୍ଷିକ ଅବସରରେ ରୁହାନୀ ଏକଥା କହିଥିଲେ। ଆମେରିକାକୁ ଚେତାବନୀ ଦେଇ ରୁହାନୀ କହିଛନ୍ତି ଯ,  “ଆମେ ନା କେବଳ ନିଜ ମିଶାଇଲ କ୍ଷମତା ବଢାଇବୁ ବରଂ ବାୟୁ, ସ୍ଥଳ ଓ ନୌସେନାକୁ ମଧ୍ୟ ମଜଭୁତ କରିବୁ।

ଆମେରିକା ଏଥିରେ ପ୍ରତିକ୍ରିୟା ରଖି କହିଛି ଯେ, ଇରାନ ମିଶାଇଲ ପରୀକ୍ଷଣ କରି ପରମାଣୁ ବୁଝାମଣା ଚୁକ୍ତିର ଉଲ୍ଲଂଘନ କରିଛି। ଇରାନ୍ ଏହି ଅଭିଯୋଗକୁ ଖଣ୍ଡନ କରି ଏହା ସମ୍ପୂର୍ଣ୍ଣ ବୈଧ ବୋଲି କହିଛି।  ସେପଟେ ଆମେରିକାକୁ ସମର୍ଥନ କରିଛି ଫ୍ରାନ୍ସ। ଫ୍ରାନ୍ସର ରାଷ୍ଟ୍ରପତି ଅମାନୱେଲ୍ ମାକ୍ରୁନ୍ କହଛନ୍ତି, “ ଏହି ମିଶାଇଲ ପରୀକ୍ଷଣ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍‌।

Related story