ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା

ତେହରିନ୍: ଇରାନର ଖ୍ୟାତନାମା ପରମାଣୁ ବୈଜ୍ଞାନିକ ମୋହସେନ୍ ଫକୀରଜାଦେହ ହତ୍ୟାର ଶିକାର ହୋଇଛନ୍ତି। ତାଙ୍କ ସୁରକ୍ଷାକର୍ମୀ ମଧ୍ୟ ଏକା ସାଙ୍ଗରେ ହତ୍ୟାର ଶିକାର ହୋଇଛନ୍ତି। ତେହରିନରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ନେଇ ଇରାନର ପ୍ରମୁଖ ଗଣମାଧ୍ୟମ ତରଫରୁ ସୂଚନା ମିଳିଛି।   Unofficial sources: Iranian nuclear scientist assassinated near Tehran#Iran #Breaking #BreakingNews pic.twitter.com/E4TWf5a3cQ — Press TV (@PressTV) November 27, 2020 ଫକୀରଜାଦେହ ଇରାନ ସରାକରର ପ୍ରତିରକ୍ଷା ମନ୍ତ୍ରଣାଳୟ […]

iran-scientist

Subhransu Sekhar
  • Published: Friday, 27 November 2020
  • , Updated: 27 November 2020, 09:52 PM IST

ତେହରିନ୍: ଇରାନର ଖ୍ୟାତନାମା ପରମାଣୁ ବୈଜ୍ଞାନିକ ମୋହସେନ୍ ଫକୀରଜାଦେହ ହତ୍ୟାର ଶିକାର ହୋଇଛନ୍ତି। ତାଙ୍କ ସୁରକ୍ଷାକର୍ମୀ ମଧ୍ୟ ଏକା ସାଙ୍ଗରେ ହତ୍ୟାର ଶିକାର ହୋଇଛନ୍ତି। ତେହରିନରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ନେଇ ଇରାନର ପ୍ରମୁଖ ଗଣମାଧ୍ୟମ ତରଫରୁ ସୂଚନା ମିଳିଛି।

 

ଫକୀରଜାଦେହ ଇରାନ ସରାକରର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସଶସ୍ତ୍ର ବାହିନୀର ବରିଷ୍ଠ ବୈଜ୍ଞାନିକ ଥିଲେ। ଏଥିସହ ଇମାମ ହୁସେନ୍ ବିଶ୍ୱବିଦ୍ୟାଳୟର ଫିଜିକ୍ସର ପ୍ରଫେସର ଥିଲେ।

୨୦୧୦ରୁ ୨୦୧୨ ମଧ୍ୟରେ ଇସ୍ରାଏଲ ଶାସନରେ ଚାରିଜଣ ଇରାନ ବୈଜ୍ଞାନିକ ହତ୍ୟାର ଶିକାର ହୋଇଥିଲେ। ତେବେ ଓ୍ୱେଷ୍ଟର୍ଣ୍ଣ ଏଜେନ୍ସି ଅନୁଯାୟୀ ଆତଙ୍କବାଦ କାର୍ଯ୍ୟକଳାପ ସହ ଜଡ଼ିତ ଆତତାୟୀ ଓ ଇସ୍ରାଏଲ୍ ଏଜେଣ୍ଟ ମିଳିତ ଭାବରେ ଏହି ହତ୍ୟା ପଛରେ ଥାଇପାରନ୍ତି। ଅନ୍ୟପଟେ ଇରାନ ସରକାର କୌଣସି ସଂଗଠନ ଏହି ହତ୍ୟା ନେଇ ନିରବ ରହିଛନ୍ତି।

Related story