ନୂଆଦିଲ୍ଲୀ: ଆଧାର କାର୍ଡ ଥିଲେ ଭାରତୀୟ ରେଳରେ ଯାତ୍ରା କରିବାରେ ଆହୁରି ସୁବିଧାଜନକ ହେବ। IRCTC ରେଲୱେ ଟିକେଟ୍ ବୁକିଂ ସମୟରେ ଆଧାର ଭେରିଫିକେସନ୍ କଲେ ଗୋଟିଏ ମାସରେ ଏଣିକି ୧୨ଟି ଟିକେଟ ବୁକ୍ କରିପାରିବେ। ଆଧାର ଲିଙ୍କ୍ କରିବା ଦ୍ୱାରା ଅନଲାଇନ୍ ଟିକେଟ୍ ବୁକିଂରେ ପୂର୍ବରୁ ପ୍ରତିମାସରେ ମିଳୁଥିବା ୬ଟି ଟିକେଟ୍ କରିବାର ସୁବିଧା ।
IRCTC ନିଜର ବୁକିଂ ଗାଇଡଲାଇନ୍ ବଦଳାଇ ଦେଇଛି। ଏଥିରେ ଆଧାର ନମ୍ବର ଅପଲୋଡ କରିବାର ସୁବିଧା ଦିଆଯାଇଛି। ଆପଣ ଏଠାରେ ନିଜ ଆଧାର ନମ୍ବର ଦେଇ ପ୍ରତି ମାସ ଟିକେଟ ବୁକ୍ କରିବାର ଲିମିଟ୍କୁ ୬ ରୁ ୧୨ କରିପାରିବେ। ଆଇଆରସିଟିସିର ଯେ, କୌଣସି ଆପ୍ ଓ ରେଲୱେ କନେକ୍ଟ ମୋବାଇଲ ଆପ୍ ଜରିଆରେ ଟିକେଟ୍ ବୁକ କରି ଆପଣ ଏହି ସୁବିଧା ପାଇପାରିବେ। ରେଲୱେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଅନ୍ଲାଇନ୍ ବୁକିଂ ପାଇଁ ଆଧାର କାର୍ଡ଼କୁ ବାଧ୍ୟତାମୂଳକ କରାଯାଇ ନାହିଁ।
କେମିତି କରିବେ ଆଧାର ଲିଙ୍କ୍
IRCTC ର କୌଣସି ବି ୱେବସାଇଟ୍ରେ ମାଇ ପ୍ରୋଫାଇଲରେ କେୱାଇସି ବିକଳ୍ପ ଥିବ। ଏଠାରେ କ୍ଲିକ କରି ଆପଣ ନିଜ ଆଧାର ନମ୍ବର ଅପଡେଟ୍ କରିପାରିବେ। ଭେରିଫିକେସନ୍ ପାଇଁ ଆଧାର ସହିତ ଲିଙ୍କ୍ ଥିବା ମୋବାଇଲ ନମ୍ବରରେ ଏକ ପାସୱାର୍ଡ ଆସିବ। ଏହି ପାସୱାର୍ଡକୁ ୱେବସାଇଟରେ ପକାଇଲେ ଆଧାର କାର୍ଡ ଭେରିଫିକେସନ ହୋଇଯିବ।