ସଚିବାଳୟରେ ଲାଗିଲା ନିଆଁ, ସୁନା ଚୋରା ଚାଲାଣର ପ୍ରମାଣ ନଷ୍ଟ କରିବାର ଗନ୍ଧ ବାରିଲେ ବିରୋଧୀ

ଥିରୁଭନନ୍ତପୁରମ: କେରଳ ସଚିବାଳୟରେ ଆଜି ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁ କିଛି ଫାଇଲ ପୋଡ଼ି ଯାଇଥିବା ଜଣାପଡ଼ିଛି। ଗୋଟିଏ ପଟେ ସୁନା ଚୋରା ଚାଲାଣକୁ ନେଇ କେରଳ ସରକାର ବ୍ୟାକଫୁଟରେ ଥିବା ବେଳେ ଏଭଳି ଅଗ୍ନିକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା ବିରୋଧୀ ଅଭିଯୋଗ କରିଛନ୍ତି। ସୁନା ଚୋରା ଚାଲାର ପ୍ରମାଣ ନଷ୍ଟ କରିବା ପାଇଁ ସରକାର ଜାଣିଶୁଣି ସଚିବାଳୟରେ ନିଆଁ ଲଗାଇଛନ୍ତି ବୋଲି ବିରୋଧୀ କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି। ଏଥିପାଇଁ ଦୁଇ ଦଳ […]

k

Hemant Lenka
  • Published: Tuesday, 25 August 2020
  • , Updated: 25 August 2020, 08:56 PM IST

ଥିରୁଭନନ୍ତପୁରମ: କେରଳ ସଚିବାଳୟରେ ଆଜି ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁ କିଛି ଫାଇଲ ପୋଡ଼ି ଯାଇଥିବା ଜଣାପଡ଼ିଛି। ଗୋଟିଏ ପଟେ ସୁନା ଚୋରା ଚାଲାଣକୁ ନେଇ କେରଳ ସରକାର ବ୍ୟାକଫୁଟରେ ଥିବା ବେଳେ ଏଭଳି ଅଗ୍ନିକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା ବିରୋଧୀ ଅଭିଯୋଗ କରିଛନ୍ତି।

ସୁନା ଚୋରା ଚାଲାର ପ୍ରମାଣ ନଷ୍ଟ କରିବା ପାଇଁ ସରକାର ଜାଣିଶୁଣି ସଚିବାଳୟରେ ନିଆଁ ଲଗାଇଛନ୍ତି ବୋଲି ବିରୋଧୀ କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି। ଏଥିପାଇଁ ଦୁଇ ଦଳ ପକ୍ଷରୁ ସଚିବାଳୟ ବାହାରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଛି। ଆନ୍ଦୋଳନ ତୀବ୍ର ହେବାରୁ ଏକାଧିକ ନେତାକୁ ପୁଲିସ୍‌ ଘଟଣାସ୍ଥଳରୁ ଉଠାଇ ନେଇଛି।

ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପାଖ ସାଉଥ ସାଣ୍ଡୱିଚ୍‌ ବ୍ଲକରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। ସାଧାରଣ ପ୍ରଶାସନିକ ବିଭାଗ ଅନ୍ତର୍ଗତ ପଲଟିକାଲ ସେକସନର କର୍ମଚାରୀମାନେ ପ୍ରଥମେ ଅଗ୍ନିକାଣ୍ଡର ଖବର ପାଇଥିଲେ। ୱାରିଙ୍ଗରୁ ଧୁଆଁ ବାହାରିବା ପରେ ଛୋଟ ଧରଣ ଅଗ୍ନିକାଣ୍ଡ ଘଟିଥିଲା। ତେବେ ତୁରନ୍ତ ନିଆଁକୁ ଆୟତ୍ତ କରି ଦିଆଯାଇଥିଲା।

କିନ୍ତୁ ଅଗ୍ନିକାଣ୍ଡ ପଛରେ ଗଭୀର ଷଡ଼ଯନ୍ତ୍ର ଥିବା ବିରୋଧୀ ଦଳର ବିଧାୟକମାନେ ଅଭିଯୋଗ କରିଥିଲେ। ସାଣ୍ଡୱିଚ୍‌ ବ୍ଲକରେ ଥିବା ସୁନା ଚୋରା ଚାଲାଣ ସଂକ୍ରାନ୍ତ ଫାଇଲକୁ ପୋଡ଼ି ଦେବା ପାଇଁ ଏପରି କରାଯାଇଥିବା ବିରୋଧୀ ବିଧାୟକମାନେ ଅଭିଯୋଗ କରି ସଚିବାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ସରକାର ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।

ଗତକାଲି କେରଳରେ କ୍ଷମତାସୀନ ପିନରାୟୀ ବିଜୟନ ସରକାରଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ତେବେ ୮୭ -୪୦ ବୋଟ ବ୍ୟବଧାନରେ ସରକାର ଏଥିରେ ବିଜୟ ହୋଇଥିଲେ। ସୁନା ଚୋରା ଚାଲାଣାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ଅଧିକାରୀମାନେ ସାମିଲ ଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ଏବେ ଜୋରାଦାର କରାଯାଇଛି। ଏହି ଚୋରା ଚାଲାଣ ପଛରେ ବିଦେଶୀ ଲିଙ୍କ ରହିଥିବା ଜଣାପଡ଼ିଛି।

Related story