ଇରଫାନ୍ ପଠାନଙ୍କୁ କଶ୍ମୀର ଛାଡ଼ିବାକୁ ନିର୍ଦ୍ଦେଶ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆଡଭାଇଜରି ଜାରି ହେବା ପରେ ନା କେବଳ ଟୁରିଷ୍ଟ ଏବଂ ତୀର୍ଥଯାତ୍ରୀଙ୍କୁ ଘରକୁ ପଠାଯାଉଛି, ବରଂ ବାହାର ଖେଳାଳିମାନଙ୍କୁ ମଧ୍ୟ ଘାଟି ଛାଡ଼ିବା ପାଇଁ କୁହାଯାଇଛି। ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନଙ୍କ ସମେତ ଜମ୍ମୁ-କଶ୍ମୀର କ୍ରିକେଟ୍ ଆସୋସିଏସନ୍ (ଜେକେସିଏ)ର ସର୍ପୋଟ୍ ଷ୍ଟାଫଙ୍କୁ ମଧ୍ୟ ଶୀଘ୍ର ଘାଟି ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜମ୍ମୁ-କଶ୍ମୀର ଟିମର ମେଣ୍ଟର ଇରଫାନ୍, କୋଚ୍ ମିଲାପ୍ ମେୱଡା ଓ ଟ୍ରେନର୍ ସୁଦର୍ଶନ ବିପିଙ୍କ ସହ ସବୁ ଚୟନକର୍ତ୍ତାଙ୍କୁ […]

pathan

Ranjit Kumar Jena
  • Published: Sunday, 04 August 2019
  • , Updated: 04 August 2019, 05:32 PM IST

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆଡଭାଇଜରି ଜାରି ହେବା ପରେ ନା କେବଳ ଟୁରିଷ୍ଟ ଏବଂ ତୀର୍ଥଯାତ୍ରୀଙ୍କୁ ଘରକୁ ପଠାଯାଉଛି, ବରଂ ବାହାର ଖେଳାଳିମାନଙ୍କୁ ମଧ୍ୟ ଘାଟି ଛାଡ଼ିବା ପାଇଁ କୁହାଯାଇଛି। ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନଙ୍କ ସମେତ ଜମ୍ମୁ-କଶ୍ମୀର କ୍ରିକେଟ୍ ଆସୋସିଏସନ୍ (ଜେକେସିଏ)ର ସର୍ପୋଟ୍ ଷ୍ଟାଫଙ୍କୁ ମଧ୍ୟ ଶୀଘ୍ର ଘାଟି ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜମ୍ମୁ-କଶ୍ମୀର ଟିମର ମେଣ୍ଟର ଇରଫାନ୍, କୋଚ୍ ମିଲାପ୍ ମେୱଡା ଓ ଟ୍ରେନର୍ ସୁଦର୍ଶନ ବିପିଙ୍କ ସହ ସବୁ ଚୟନକର୍ତ୍ତାଙ୍କୁ ସହରରକୁ ଚାଲିଯିବାକୁ କୁହାଯାଇଛି। ଏଥିସହ ଜେକେସିଏ ବିଭିନ୍ନ ବୟସ ବର୍ଗର କ୍ରିକେଟରଙ୍କୁ ନିଜ ନିଜର ଘରକୁ ପଠାଇ ଦିଆଯାଇଛି। ଏହି କ୍ରିକେଟରମାନେ ଶ୍ରୀନଗରର ଶେର୍-ଇ-କଶ୍ମୀର ଷ୍ଟାଡିୟମରେ ଟ୍ରେନିଂ କରୁଥିଲେ।

ଏ ନେଇ ପଠାନ୍ କହିଛନ୍ତି, ଆମ କ୍ୟାମ୍ପକୁ ବନ୍ଦ କରିଦିଆଯାଇଛି ଏବଂ କ୍ରିକେଟରଙ୍କୁ ନିଜ ନିଜର ଘରକୁ ପଠାଇ ଦିଆଯାଇଛି। କ୍ୟାମ୍ପ୍ ୧୪ ଜୁନରୁ ୧୪ ଜୁଲାଇ ପର୍ଯ୍ୟନ୍ତ ଚାଲିଥିଲା। ୧୦ ଦିନର ବ୍ରେକ୍ ପରେ ୨୫ ଜୁଲାଇରୁ ପୁଣିଥରେ କ୍ୟାମ୍ପ୍ ଆରମ୍ଭ ହୋଇଥିଲା। ଜିଲ୍ଲା କ୍ରିକେଟରଙ୍କ ଚୟନ ପାଇଁ ଏହି ମ୍ୟାଚ୍ ୩୧ ଜୁଲାଇରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାର ଥିଲା। କିନ୍ତୁ ଏବେ ଏହା ସମ୍ଭବ ନୁହେଁ ବୋଲି ପଠାନ୍ କହିଛନ୍ତି। ସୂଚନାଯୋଗ୍ୟ, ୩୪ ବର୍ଷୀୟ ପଠାନଙ୍କୁ ଗତବର୍ଷ ଜୁଲାଇରେ ଜମ୍ମୁ-କଶ୍ମୀର କ୍ରିକେଟ୍ ଟିମର ମେଣ୍ଟର-କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା।

ଜେକେସିଏର ମୁଖ୍ୟ କାର୍ଯ୍ୟକାରୀ ଅଫିସର୍ ସୟଦ ଆଶିକ୍ ହୁସେନ୍ ବୁଖାରୀ କହିଛନ୍ତି, ପଠାନ୍ ଏବଂ ଅନ୍ୟ ସବୁ ସର୍ପୋଟ୍ ଷ୍ଟାଫଙ୍କୁ ଜମ୍ମୁ-କଶ୍ମୀର ଛାଡ଼ିବାକୁ କୁହାଯାଇଛି। ଯେଉଁ ଚୟନକର୍ତ୍ତା ଏଠାକାର ନୁହନ୍ତି, ସେମାନଙ୍କୁ ମଧ୍ୟ ନିଜ ନିଜ ଘରକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆମେ ପ୍ରାୟ ୧୦୨ ଜଣ ଜମ୍ମୁ ଖେଳାଳିଙ୍କୁ ଘରକୁ ପଠାଇ ଦେଇଛୁ, ଯେଉଁମାନେ ଏଠାରେ କ୍ୟାମ୍ପରେ ଥିଲେ। ଏଠାରେ ସ୍ଥିତି କିଛି ଭଲ ନାହିଁ।

କେତେବେଳେ କ'ଣ ହେଉଛି, ଆମେ କିଛି ଜାଣୁପାରୁ ନାହୁଁ। ଆମେ କ୍ରିକେଟ ଇଭେଣ୍ଟକୁ ମଧ୍ୟ ସ୍ଥଗିତ କରିଦେଇଛୁ ଏବଂ ପୁଣିଥରେ ଆରମ୍ଭ କରିବା ପାଇଁ ସଠିକ୍ ସମୟକୁ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛୁ। ସୂଚନାଯୋଗ୍ୟ, ଆତଙ୍କବାଦୀ ଆକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଟୁରିଷ୍ଟ ଏବଂ ଅମରନାଥ ଯାତ୍ରା ପାଇଁ ଯାଇଥିବା ଶ୍ରଦ୍ଧାଳୁଙ୍କୁ ଶୀଘ୍ର ଘାଟି ଛାଡ଼ିବାକୁ କୁହାଯାଇଛି।

Related story