ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ପ୍ରସ୍ତୁତ। ଜାତିସଂଘର ପତାକା ଅଧୀନରେ ଭାରତ ଏହି ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ଅପରେସନ୍ କରିବାକୁ ପ୍ରସ୍ତୁତ ଅଛି। ତେବେ ଏଥିପାଇଁ ଜାତିସଂଘ ପକ୍ଷରୁ ଏ ପ୍ରସଙ୍ଗରେ ଏକ ସଂକଳ୍ପ ଅଣାଯିବା ଦରକାର। ଜାତିସଂଘ ଏ ନେଇ ଏକ ମିଶନ ଘୋଷଣା କରାଯିବା ଦରକାର। ଏପରି ହେଲେ ଆଇଏସ୍ଆଇଏସ୍ ବିରୋଧୀ ଅଭିଯାନରେ ଭାରତ ସାମିଲ ହେବାକୁ ପ୍ରସ୍ତୁତ ଅଛି। ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଏହି କଥା କହିଛନ୍ତି।
ଆମେରିକାର ପ୍ରତିରକ୍ଷା ସଚିବ ଆସ୍ତୋତନ କାର୍ଟରଙ୍କ ସହିତ ୱାଶିଂଟନରେ ଆଲୋଚନା କରି ଫେରିଥିବା ପାରିକର କହିଛନ୍ତି ଯେ ଆଇଏସଆଇଏସ୍ ନେଇ ଭାରତ ସୂଚନା ପ୍ରଦାନ କରି ଆସୁଛି। ଏହି ପ୍ରକ୍ରିୟା ଆଗକୁ ଜାରି ରହିବ।