ଆଇଏସ ଟାର୍ଗେଟରେ ବ୍ରିଟେନ୍ ରାଣୀ

ଲଣ୍ଡନ: ବ୍ରିଟେନ ରାଣୀ ଏଲିଜାବେଥ-୨ ଓ ରାଜପରିବାରଙ୍କୁ ହତ୍ୟା କରିବା ପାଇଁ ଲଣ୍ଡନରେ ଡେରା ପକାଇଛନ୍ତି ଆଇଏସ ଆତଙ୍କୀ ସଂଗଠନର ସଦସ୍ୟ ଆଇଏସ । ଆତଙ୍କୀମାନେ ଆକ୍ରମଣ କରିବାକୁ ସ୍ୱତନ୍ତ୍ର ଯୋଜନା କରିଥିବା ଲଣ୍ଡନର ଗଣମଧ୍ୟାମରେ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବ୍ରିଟିସ ଗୁଇନ୍ଦା ବିଭାଗ ସଜାଗ ହୋଇଯାଇଛି।  ରାଜପରିବାର ଓ ରାଜ ପ୍ରାସାଦରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ଅନୁସାରେ ଆତଙ୍କୀମାନେ ବେଶ […]

queen7eli

Rakesh Mallick
  • Published: Tuesday, 11 August 2015
  • , Updated: 04 May 2017, 03:45 PM IST

ଲଣ୍ଡନ: ବ୍ରିଟେନ ରାଣୀ ଏଲିଜାବେଥ-୨ ଓ ରାଜପରିବାରଙ୍କୁ ହତ୍ୟା କରିବା ପାଇଁ ଲଣ୍ଡନରେ ଡେରା ପକାଇଛନ୍ତି ଆଇଏସ ଆତଙ୍କୀ ସଂଗଠନର ସଦସ୍ୟ ଆଇଏସ । ଆତଙ୍କୀମାନେ ଆକ୍ରମଣ କରିବାକୁ ସ୍ୱତନ୍ତ୍ର ଯୋଜନା କରିଥିବା ଲଣ୍ଡନର ଗଣମଧ୍ୟାମରେ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବ୍ରିଟିସ ଗୁଇନ୍ଦା ବିଭାଗ ସଜାଗ ହୋଇଯାଇଛି।  ରାଜପରିବାର ଓ ରାଜ ପ୍ରାସାଦରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ଅନୁସାରେ ଆତଙ୍କୀମାନେ ବେଶ କିଛିଦିନ ହେବ ଲଣ୍ଡନରେ ଲୁଚି ରହିଛନ୍ତି। ସେମାନେ ଅର୍ଥ ସଂଗ୍ରହ କରି ଗୁଳିଗୁଳା କିଣୁଥିବା ଜଣାପଡିଛି। ଏହିମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଆତଙ୍କୀ ରହିଥିବା ବ୍ରିଟିସ ଗୁଇନ୍ଦା ବିଭାଗ ପକ୍ଷରୁ ଅନୁମାନ କରାଯାଉଛି । ଏହାକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Related story