ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏବେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଗୋଟିଏ ୫୦ ଫୁଟ ଲମ୍ବର ଆନାକୋଣ୍ଡା ନଦୀ ପାର କରୁଛି। ନଦୀଟି ବ୍ରାଜିଲରେ ବୋଲି ଏଥିରେ କୁହାଯାଉଛି। ତେବେ ପ୍ରକୃତରେ, କ’ଣ ୫୦ ଫୁଟ ଲମ୍ବର ଆନାକୋଣ୍ଡା ନଦୀ ପାର ହେଲା ବେଳେ କ୍ୟାମେରାରେ କଏଦ ହୋଇଛି? ୨୦୧୮ରେ ମଧ୍ୟ ସୋଶାଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଥିଲା। ସେତେବେଳେ ବ୍ରାଜିଲର ଜିଙ୍ଗୁ ନଦୀରେ ୫୦ ଫୁଟ ଲମ୍ବର ଆନାକୋଣ୍ଡା ପାର ହେଉଥିବା ଅନେକ କହିଥିଲେ।
ଆଜି ସକାଳୁ ପୁଣିଥରେ ଏହି ଭିଡିଓ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି। ଏହାର ଶୀର୍ଷକ ରହିଛି ବ୍ରାଜିଲର ଜିଙ୍ଗୁ ନଦୀରେ ଗୋଟିଏ ୫୦ ଫୁଟରୁ ଅଧିକ ଲମ୍ବର ଆନାକୋଣ୍ଡା ଦେଖିବାକୁ ମିଳିଛି। ସୋଶାଲ ମିଡିଆରେ ଏହା ପୋଷ୍ଟ ହେବା ପରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ୭ ଲକ୍ଷ ଲୋକ ଦେଖି ସାରିଲେଣି।
ଏହି ଭିଡିଓରେ ଗୋଟିଏ ସାପ ନଦୀର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯାଉଥିବା ଦେଖିବାକୁ ମିଳିଛି। ତେବେ ଗୋଟିଏ ଆନାକୋଣ୍ଡା ଯେ ନଦୀ ପାର କରୁଛି, ତାହା ସଂପୂର୍ଣ୍ଣ ଭୁଲ।
https://twitter.com/i/status/1322084563007406080
ତେବେ ଏହା କେଉଁଠି କାର ଦୃଶ୍ୟ ସେକଥା କୁହାଯାଇ ନଥିଲା। ଯଦି ଆପଣ ପୁରୁଣା ଭିଡିଓ ସହ ଆଜିର ଭିଡିଓକୁ ତୁଳନା କରିବେ, ତା’ହେଲେ ଦୁଇଟି ଯାକ ସମାନ। ଆଜିର ଭିଡିଓଟିକୁ ଷ୍ଟ୍ରେଚ୍ କରାଯାଇଛି। ଭିଡିଓର ଡାଇମେନସନକୁ ବଦଳା ଯାଇ ସାପଟିକୁ ୫୦ ଫୁଟରୁ ଅଧିକ ଲମ୍ବ କରି ଦେଖା ଯାଇଛି।
https://youtu.be/7ti6s_UStUc
ନ୍ୟୁଜ ୱେବସାଇଟ୍ ଖୋଉ ମଧ୍ୟ ଆଜିର ଭିଡିଓଟିକୁ ପୁରୁଣା ବୋଲି କହିଛି। ଏଥିସହ ସାପଟି ନଦୀ ନହେଁ, ବରଂ ଗୋଟିଏ ରାସ୍ତା ପାର କରୁଛି। ତେଣୁ ଆଜି ଯେଉଁ ସାପ ନଦୀ ପାର କରୁଛି ବୋଲି ଦାବି କରାଯାଉଥିଲା, ତାହା ସଂପୂର୍ଣ୍ଣ ମିଛ।