କାଶ୍ମୀର: ଜମ୍ମୁ-କାଶ୍ମୀରରେ ପୂର୍ବରୁ ଆତଙ୍କୀ ସଂଗଠନ ଆଇଏସ୍ଆଇଏସ୍ର ପତାକା ଉଡିଥିଲା। ଏଥିର ଆକ୍ରମଣ କରି ଏହି ସଂଗଠନ ନା କେବଳ କାଶ୍ମୀର, ଭାରତରେ ତା’ର ଉପସ୍ଥିତି ଜାହିର କରିଛନ୍ତି। ଶୁକ୍ରବାର ଶ୍ରୀନଗରର ଜକୁରା ପୋଲିସ୍ ଷ୍ଟେସନ ଆକ୍ରମଣ ପଛରେ ଏହି ସଂଗଠନର ହାତ ରହିଛି। ଆଇଏସ୍ଆଇଏସ୍ ନିଜ ଅଫିସିଆଲ ୱେବସାଇଟ୍ ‘ଏହମାକ’ରେ ଆରବୀ ଭାଷାରେ ଏହି ଆକ୍ରମଣ କରିଥିବା କହିଛି।
ଶୁକ୍ରବାର ହୋଇଥିବା ଏହି ଆତଙ୍କୀ ଆକ୍ରମଣରେ ଜଣେ ସବ୍ ଇନ୍ସପେକ୍ଟର ଶହିଦ ହୋଇଥିଲେ ଓ ଜଣେ ଏସ୍ପିଓ ଗୁରୁତର ଆହତ ହୋଇଥିଲେ। ପରେ ନିକଟ ବଗିଚାରୁ ଜଣେ ଆତଙ୍କବାଦୀର ମୃତଦେହ ମିଳିଥିଲା। ଆତଙ୍କବାଦୀ ଜଣଙ୍କ ଆଇଏସ୍ଆଇଏସ୍ର କଳା ରଙ୍ଗର ଟିସାର୍ଟ ପିନ୍ଧିଥିଲା। ଗୋଟିଏ ଦିନ ପରେ ଏହି ଆକ୍ରମଣ ନିଜେ କରାଇଥିବା ଆଇଏସ୍ଆଇଏସ୍ ନିଜ ୱେବସାଇଟ୍ରେ ଦାବି କରିଛି।