ଆଇଏସ୍‌ର ଭାରତୀୟ ଜିହାଦିଙ୍କ ଧମକ: କାଶ୍ମୀର, ବାଦ୍ରିର ପ୍ରତିଶୋଧ ନେବୁ

ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ (ଆଇଏସ୍‌ଆଇଏସ୍) ଜାରି କରିଥିବା ଏକ ୨୨ ମିନିଟ୍‌ର ଭିଡିଓରେ ଆଇଏସ୍‌ ସଙ୍ଗଠନରେ ଭର୍ତ୍ତି ହୋଇଥିବା ଭାରତୀୟ ଇଞ୍ଜିନିୟରିଂ ଛାତ୍ର କହିଛି, ଆତଙ୍କୀ ସଙ୍ଗଠନ ଭାରତରୁ କାଶ୍ମୀର, ବାବ୍ରି ମସ୍‌ଜିଦ୍,ଗୁଜୁରାଟ ଓ ମୁଜାଫରନଗରର ପ୍ରତିଶୋଧ ନେବ । ଆରବୀ ଭାଷାରେ ଜାରି ଏହି ଭିଡିଓରେ କୁହାଯାଇଛି ଭାରତରେ ଆଇଏସ୍‌ଆଇଏସ୍‌ ସ୍ଥାନୀୟ ଜେହାଦିଙ୍କ ଦ୍ୱାରା ଆକ୍ରମଣ କରିବ। ଆଇଏସ୍ ପକ୍ଷରୁ ଭାରତ ଓ ଦକ୍ଷିଣ ଏସିଆରେ ଜାରି କରାଯାଇଥିବା ଏହା ପ୍ରଥମ ଭିଡିଓ। ଆଇଏସ୍ ପକ୍ଷରୁ […]

isis

Rakesh Mallick
  • Published: Saturday, 21 May 2016
  • , Updated: 21 May 2016, 09:47 AM IST

ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ (ଆଇଏସ୍‌ଆଇଏସ୍) ଜାରି କରିଥିବା ଏକ ୨୨ ମିନିଟ୍‌ର ଭିଡିଓରେ ଆଇଏସ୍‌ ସଙ୍ଗଠନରେ ଭର୍ତ୍ତି ହୋଇଥିବା ଭାରତୀୟ ଇଞ୍ଜିନିୟରିଂ ଛାତ୍ର କହିଛି, ଆତଙ୍କୀ ସଙ୍ଗଠନ ଭାରତରୁ କାଶ୍ମୀର, ବାବ୍ରି ମସ୍‌ଜିଦ୍,ଗୁଜୁରାଟ ଓ ମୁଜାଫରନଗରର ପ୍ରତିଶୋଧ ନେବ । ଆରବୀ ଭାଷାରେ ଜାରି ଏହି ଭିଡିଓରେ କୁହାଯାଇଛି ଭାରତରେ ଆଇଏସ୍‌ଆଇଏସ୍‌ ସ୍ଥାନୀୟ ଜେହାଦିଙ୍କ ଦ୍ୱାରା ଆକ୍ରମଣ କରିବ। ଆଇଏସ୍ ପକ୍ଷରୁ ଭାରତ ଓ ଦକ୍ଷିଣ ଏସିଆରେ ଜାରି କରାଯାଇଥିବା ଏହା ପ୍ରଥମ ଭିଡିଓ।

ଆଇଏସ୍ ପକ୍ଷରୁ ଜାରି ହୋଇଥିବା ଭିଡିଓରେ ୫ ଜଣ ଅନ୍ୟ ଆତଙ୍କବାଦୀଙ୍କ ବୟାନ ରହିଛି। ସେଥିମଧ୍ୟରୁ ଫେୟଦ୍‌ ଶେଖ୍‌ଙ୍କ ପରିଚୟ ମିଳିପାରିଛି। ଭିଡିଓରେ ସେ ତାର ନାମ  ଅବୁ ଅମ୍ ଅଲ୍‌ ହିନ୍ଦ୍ ବୋଲି ପରିଚୟ ଦେଇଛି। ଶେଖ୍‌ଙ୍କ ସହ ସିରିଆ ଓ ଇରାକ୍ ଯାଇଥିବା ଅନ୍ୟ ଜଣେ ଭାରତୀୟ ଅରିବ୍‌ ମାଜିଦ୍‌କୁ ଜାତୀୟ ତଦନ୍ତକାରୀ ଅଧିକାରୀ ଗିରଫ କରି ତାକୁ ଅଧିକ ପଚରାଉଚରା ଚଳାଇଛି।

Related story