ପ୍ୟାରିସ୍: ପ୍ୟାରିସରେ ଆତଙ୍କବାଦୀ ଆକ୍ରମଣ ପରେ ଫ୍ରାନ୍ସର ପାଲଟା ଆକ୍ରମଣ ଆରମ୍ଭ କରିଛି। ସିରିଆରେ ଆଇଏସର ଆଡ୍ଡାସ୍ଥଳ ଉପରେ ଫ୍ରାନ୍ସ ସେନା ଆକାଶମାର୍ଗରୁ ବୋମା ବର୍ଷଣ କରିଛି । ଦକ୍ଷିଣ ସିରିଆର ରାକ୍କା ସହରରେ ଥିବା ଆଇଏସ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ପ୍ରାନ୍ସ ସେନା ଟାର୍ଗେଟ କରିଛନ୍ତି। ଇସଲାମିକ ଷ୍ଟେଟ ପକ୍ଷରୁ ରାକ୍କା ସହରକୁ ନିଜର ଆତ୍ମଘୋଷିତ ରାଜଧାନୀ ବୋଲି କୁହାଯାଏ। ତେଣୁ ପ୍ରଥମେ ଫ୍ରାନ୍ସ ସେନା ଏହି ସହର ଉପରେ ଆକ୍ରମଣ ଆରମ୍ଭ କରିଛି। ଏଥିରେ କେହି ମୃତାହତ ହୋଇଥିବା ଜଣାପଡିନି।
ପ୍ୟାରିସ ଆକ୍ରମଣ ଘଟଣା ନେଇ ଆଇଏସ ନିଜକୁ ଦାୟୀ କରିଥିଲା । ଆକ୍ରମଣ ସହ ସମ୍ପୃକ୍ତ ଆତଙ୍କବାଦୀ ସିରିଆରେ ଥିବା ଆଇଏସ୍ ସଂଗଠନ ସହ ଯୋଗାଯୋଗ କରିଥିବା ଫ୍ରାନ୍ସ ଓ ଆମେରିକା ଗୁଇନ୍ଦା ବିଭାଗ ସୂଚନା ଦେଇଛନ୍ତି। ତେଣୁ ଫ୍ରାନ୍ସ ସେନା ପାଲଟା ଆକ୍ରମଣ ଆରମ୍ଭ କରିଛି। ଆମେରିକା ସେନା ଫ୍ରାନ୍ସକୁ ଏଥିରେ ସହଯୋଗ କରୁଛି। ଫ୍ରାନ୍ସ ସେନା ଆଗକୁ ସିରିଆରେ ଆଗକୁ ଆହୁରି ଜୋରଦାର ଆକ୍ରମଣ କରିବା ସମ୍ଭାବନା ରହିଛି।