ଆଇଏସଆଇଏସରେ ଇଂଲଣ୍ଡର ୧୭ ବର୍ଷିୟ ଯୁବ ବମର 'ବ୍ରିଟାନି'

ଲଣ୍ଡନ: ଏବେ ଆଇଏସଆଇଏସ ଆତଙ୍କବାଦୀମାନେ ଟାର୍ଗେଟରେ ଯୁବପିଢୀ। ଏହିପରି ଏକ ରୋଚକ ଖବର ଲଣ୍ଡନ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଛି। ଗଣମାଧ୍ୟମରେ ଚର୍ଚ୍ଚା ଧରିଥିବା ପ୍ରସଙ୍ଗଟି ହେଲା ଉତ୍ତର ଇଂଲଣ୍ଡରୁ ଜଣେ ୧୭ ବର୍ଷର ଯୁବ ଆତ୍ମଘାତୀ ବମର ଆଇଏସଆଇଏସରେ  ଯୋଗ ଦେଇଛନ୍ତି । ତାଙ୍କ ନାଁ ଆବୁ ୟୁସୁଫ୍ ଅଲ-ବ୍ରିଟାନି। ଏହି ପୋଷ୍ଟ ଆଇଏସଆଇଏସର ସମାଜିକ ଗଣମାଧ୍ୟମ ସାଇଟରେ ପ୍ରକାଶିତ ହୋଇଛି। ଏଥିରେ ସେ ଗୋଟିଏ ଆତଙ୍କବାଦୀ ପତକା ଲାଗିଥିବା ଏକ ମିଲିଟାଣ୍ଟ ଗାଡିରେ ବସିଥିବା […]

is-teenage

Rakesh Mallick
  • Published: Monday, 15 June 2015
  • , Updated: 04 May 2017, 03:45 PM IST

ଲଣ୍ଡନ: ଏବେ ଆଇଏସଆଇଏସ ଆତଙ୍କବାଦୀମାନେ ଟାର୍ଗେଟରେ ଯୁବପିଢୀ। ଏହିପରି ଏକ ରୋଚକ ଖବର ଲଣ୍ଡନ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଛି। ଗଣମାଧ୍ୟମରେ ଚର୍ଚ୍ଚା ଧରିଥିବା ପ୍ରସଙ୍ଗଟି ହେଲା ଉତ୍ତର ଇଂଲଣ୍ଡରୁ ଜଣେ ୧୭ ବର୍ଷର ଯୁବ ଆତ୍ମଘାତୀ ବମର ଆଇଏସଆଇଏସରେ  ଯୋଗ ଦେଇଛନ୍ତି । ତାଙ୍କ ନାଁ ଆବୁ ୟୁସୁଫ୍ ଅଲ-ବ୍ରିଟାନି। ଏହି ପୋଷ୍ଟ ଆଇଏସଆଇଏସର ସମାଜିକ ଗଣମାଧ୍ୟମ ସାଇଟରେ ପ୍ରକାଶିତ ହୋଇଛି। ଏଥିରେ ସେ ଗୋଟିଏ ଆତଙ୍କବାଦୀ ପତକା ଲାଗିଥିବା ଏକ ମିଲିଟାଣ୍ଟ ଗାଡିରେ ବସିଥିବା ଦେଖିବାକୁ ମଳିଛି।ଏହି ପୋଷ୍ଟରେ ଦର୍ଶାଯାଇଛି ଯେ, ଯୁବକ ଜଣଙ୍କ ଇରାକର ସଲହୁଦ୍ଧିନ୍ ପ୍ରଦେଶରେ ଆତ୍ମଘାତୀ ଆକ୍ରମଣ କରିବେ। ଏହି ୧୭ ବର୍ଷିୟ ଯୁବକ ଜଣଙ୍କ ପଶ୍ଚିମ ୟର୍କ ସାଇରିନର ତଲହା ଅସମଲ ନାମକ ଜଣେ ଯୁବ ଜିହାଦୀଙ୍କଠାରୁ ପ୍ରେରଣା ପାଇଥିଲେ ବୋଲି ତାଙ୍କ ପରିବାର ବର୍ଗ ସଫେଇ ଦେଇଛନ୍ତି। ଅନ୍ୟପକ୍ଷରେ ଲଣ୍ଡନ ପୋଲିସର କହିବା କଥା ହେଲା ଘଟଣା ଉପରେ ନଜର ରଖାଯାଇଛି। ଘଟଣାର ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଲଣ୍ଡନ ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ସିରିଆ ଓ ଇରାକର ଆତଙ୍କବାଦରେ ଯୋଗଦେବା ପାଇଁ ୬୦୦ରୁ ଅଧିକ ଜିହାଦୀ ଯାଇଛନ୍ତି। ଏମାନଙ୍କୁ ‘ଜିହାଦୀ ଜନ୍’ କୁହାଯାଉଛି । ସମ୍ପୃକ୍ତ ଯୁବକ ଜଣକ ମଧ୍ୟ ଏହି ଦଳର ବୋଲି ପ୍ରାଥମିକ ସୂଚନା ମିଳିଛି। ଗଣମାଧ୍ୟମରେ ପ୍ରଚାରିତ ତଥ୍ୟ ଅନୁସାରେ ଆଇଏସଆଇଏସ ପକ୍ଷରୁ ୪ଟି ୪ଜଣିଆ ଅଲ-ବ୍ରିଟାନୀ ବମର ଗଠିତ ହୋଇଛି। ଏହି ଦଳ ଜର୍ମାନ, କୁଏତ ଓ ପାଲେଷ୍ଟାଇନରେ ଆତ୍ମଘାତୀ ବୋମା ବିସ୍ଫୋରଣ କରିବାର ଯୋଜନା କରିଛନ୍ତି। ସୂଚନାଯୋଗ୍ୟ ଯେ, ସିରିଆର ପୂର୍ବାଞ୍ଚଳ ଓ ଇରାକର ଉତ୍ତରାଞ୍ଚଳକୁ ନେଇ ନୂତନ ଭାବ ଆତ୍ମ ଘୋଷିତ ହୋଇଛି ଇସଲାମିକ ଷ୍ଟେଟ।

Related story