ଆଇଏସରେ ମିଶିବାକୁ ଯାଉଥିବା ଯୁବକଙ୍କୁ ୮୨ ମାସ ଜେଲ୍

ୱାଶିଂଟନ: ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍)ରେ ଯୋଗ ଦେବା ପାଇଁ ସିରିଆ ଯାଉଥିବା ଆମେରିକାର ୨୪ ବର୍ଷୀୟ ଯୁବକଙ୍କୁ ୮୨ ମାସ ଜେଲ ଦଣ୍ଡ ଦିଆଯାଇଛି। ଯାଞ୍ଚ ଏଜେନ୍ସି ଏଫବିଆଇ ଅଧିକାରୀଙ୍କ ବୟାନକୁ ଭିତ୍ତିକରି ଆମେରିକା ଜିଲ୍ଲା ଅଦାଲତ  ଏହି ସଜ୍ଜା ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ସ୍ୱୀକାର କରିଛି ଯେ,ଆଇଏସକୁ ସହାୟତା ପ୍ରଦାନ କରିବା ପାଇଁ  ସେ ସିରିଆ ଯିବାକୁ ଯୋଜନା କରିଥିଲା। ସୂଚନାନୁଯାୟୀ ଆମେରିକାରୁ ୧୦୦ ଜଣ ବ୍ୟକ୍ତିଙ୍କ ସହିତ ସାରା ବିଶ୍ୱରୁ ପ୍ରାୟ […]

criminal

Rakesh Mallick
  • Published: Saturday, 06 June 2015
  • , Updated: 04 May 2017, 03:45 PM IST

ୱାଶିଂଟନ: ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍)ରେ ଯୋଗ ଦେବା ପାଇଁ ସିରିଆ ଯାଉଥିବା ଆମେରିକାର ୨୪ ବର୍ଷୀୟ ଯୁବକଙ୍କୁ ୮୨ ମାସ ଜେଲ ଦଣ୍ଡ ଦିଆଯାଇଛି।

ଯାଞ୍ଚ ଏଜେନ୍ସି ଏଫବିଆଇ ଅଧିକାରୀଙ୍କ ବୟାନକୁ ଭିତ୍ତିକରି ଆମେରିକା ଜିଲ୍ଲା ଅଦାଲତ  ଏହି ସଜ୍ଜା ଶୁଣାଇଛନ୍ତି।

ଅଭିଯୁକ୍ତ ଜଣକ ସ୍ୱୀକାର କରିଛି ଯେ,ଆଇଏସକୁ ସହାୟତା ପ୍ରଦାନ କରିବା ପାଇଁ  ସେ ସିରିଆ ଯିବାକୁ ଯୋଜନା କରିଥିଲା। ସୂଚନାନୁଯାୟୀ ଆମେରିକାରୁ ୧୦୦ ଜଣ ବ୍ୟକ୍ତିଙ୍କ ସହିତ ସାରା ବିଶ୍ୱରୁ ପ୍ରାୟ ୨୨,୦୦୦ରୁ ଅଧିକ ବ୍ୟକ୍ତି ଆଇଏସରେ ସାମିଲ ହେବା ପାଇଁ ସିରିଆ ଯାଇଥିବା ଜଣାପଡିଛି।

Related story