ମୁମ୍ୱାଇ: ଆତଙ୍କୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍)ର ଜଣେ ମୁଖପାତ୍ର ହେବା ପାଇଁ ମୁମ୍ୱାଇର ଜଣେ ସାମ୍ୱାଦିକ ଇଚ୍ଛୁକ ଅଛନ୍ତି। ଏହା ଜଣାପଡିବା ପରେ ମୁମ୍ୱାଇ ପୋଲିସ ତାକୁ ଖୋଜୁଛି। ଏକ ରିପୋର୍ଟ ଅନୁସାରେ, ଜୁବେର ଅହମ୍ମଦ ଖାଁ ନାମକ ଜଣେ ବ୍ୟକ୍ତି ୟାକୁବ୍ ମେମନକୁ ଫାଶି ଦିଆଯିବା ପରେ ସୋସିଆଲ ମିଡିଆରେ ଭାରତର ନାଗରିକତ୍ୱ ଛାଡି ଇସଲାମିକ୍ ଷ୍ଟେଟରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାଇଥିଲେ। ସେ ନିଜକୁ ସାମ୍ୱାଦିକ ଭାବେ ପରିଚୟ ଦେଇଥିଲେ।
ତେବେ ମୁମ୍ୱାଇର ବାନ୍ଦ୍ରା ନିକଟରୁ ପୋଲିସ ତାକୁ ଗିରଫ କରିବା ପୂର୍ବରୁ ସେ ଫେରାର ହୋଇଯାଇଥିଲା।
କ୍ରାଇମବ୍ରାଞ୍ଚର କହିବାନୁସାରେ ଜୁବେର ଅହମ୍ମଦ ଖାଁ ନାମକ ଏହି ବ୍ୟକ୍ତି ଜଣକ ନଭୀ ମୁମ୍ୱାଇର ବାସିନ୍ଦା। କିଛି ଦିନ ପୂର୍ବରୁ ଜୁବେର ଅହମ୍ମଦ ଖାଁଙ୍କ ଏଭଳି ସମ୍ୱେଦନଶୀଳ ପୋଷ୍ଟ ସଂପର୍କରେ ଜଣେ ବ୍ୟକ୍ତି ପୋଲିସକୁ ସୂଚନା ଦେଇଥିଲେ।