ଭାରତକୁ ମହାକାଶ ବିଜ୍ଞାନରେ ଆଉ ଏକ ସଫଳତା: ୮ଟି ଉପଗ୍ରହ ଉତ୍‌କ୍ଷେପଣ ସଫଳ

ହାଇଦ୍ରାବାଦ: ଆଜି ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା ମିଳିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ପିଏସ୍‌ଏଲ୍‌ଭି ରକେଟ୍‌ ଦ୍ୱାରା ଭାରତ ୮ଟି ଉପଗ୍ରହ ଉତ୍‌କ୍ଷେପଣ କରିବାରେ ସଫଳ ହୋଇଛି। ଏହି ରକେଟ୍‌ରେ ମହାକାଶକୁ ସ୍କାଟ୍‌ସାଟ୍‌ ସମେତ ୮ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଯାଇଛି। ଏଥି ମଧ୍ୟରେ ୩ଟି ଭାରତୀୟ ଓ ୫ଟି ବିଦେଶୀ ଉପଗ୍ରହ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଉପଗ୍ରହ ଗୁଡ଼ିକ ମଧ୍ୟରେ ପାଣିପାଗ ସମ୍ୱନ୍ଧୀୟ ଅନୁଧ୍ୟାନ ପାଇଁ ସ୍କାଟସ୍ୟାଟ୍‌-୧ ରହିଛି। ଆଇଆଇଟି-ମୁମ୍ୱାଇ ଦ୍ୱାରା […]

isro

Rakesh Mallick
  • Published: Monday, 26 September 2016
  • , Updated: 26 September 2016, 03:17 PM IST

ହାଇଦ୍ରାବାଦ: ଆଜି ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା ମିଳିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ପିଏସ୍‌ଏଲ୍‌ଭି ରକେଟ୍‌ ଦ୍ୱାରା ଭାରତ ୮ଟି ଉପଗ୍ରହ ଉତ୍‌କ୍ଷେପଣ କରିବାରେ ସଫଳ ହୋଇଛି। ଏହି ରକେଟ୍‌ରେ ମହାକାଶକୁ ସ୍କାଟ୍‌ସାଟ୍‌ ସମେତ ୮ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଯାଇଛି। ଏଥି ମଧ୍ୟରେ ୩ଟି ଭାରତୀୟ ଓ ୫ଟି ବିଦେଶୀ ଉପଗ୍ରହ ରହିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଉପଗ୍ରହ ଗୁଡ଼ିକ ମଧ୍ୟରେ ପାଣିପାଗ ସମ୍ୱନ୍ଧୀୟ ଅନୁଧ୍ୟାନ ପାଇଁ ସ୍କାଟସ୍ୟାଟ୍‌-୧ ରହିଛି।

ଆଇଆଇଟି-ମୁମ୍ୱାଇ ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରଥମ ଓ ବେଙ୍ଗଲୁରୁ ପିଇଏସ୍‌ ବିଶ୍ୱବିଦ୍ୟାଳୟ ଦ୍ୱାରା ପି ସ୍ୟାଟ୍‌ ନିର୍ମିତ। ଇସ୍ରୋର ଏହା ସବୁଠୁ ଦୀର୍ଘତମ ମିଶନ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପୂର୍ବରୁ ମଧ୍ୟ ଇସ୍ରୋ ଏକାଧିକ ସାଟେଲାଇଟ୍‌ ସଫଳତାର ସହ ଉତ୍‌କ୍ଷେପଣ କରିସାରିଛି। ଆଜିର ମିଶନର ବିଶେଷତ୍ୱ ହେଉଛି ଏହି ସବୁ ସାଟେଲାଇଟ୍‌ ଅଲଗା ଅଲଗା କକ୍ଷପଥରେ ଅବସ୍ଥାପିତ କରାଯିବା।

Related story