ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ ଦ୍ୱାରା ଉତ୍ତୋଳିତ ପୃଥିବୀର ୫ଟି ଫଟୋ ରିଲିଜ୍ କରାଯାଇଛି। ପୂର୍ବରୁ କିଛି ଆନିମେଟେଡ୍ ଏବଂ ନକଲି ଫଟୋକୁ ଚନ୍ଦ୍ରଯାନ-୨ ଉତ୍ତୋଳିତ ଫଟୋ ବୋଲି କୁହାଯାଇଥିଲା। କିନ୍ତୁ ଏସବୁ ଅସଲି ନୁହେଁ ବୋଲି ପରେ ଜଣାପଡ଼ିଥିଲା। ତେବେ ଆଜି ଚନ୍ଦ୍ରଯାନ-୨ ପଠାଇଥିବା ଫଟୋ ଇସ୍ରୋ ପକ୍ଷରୁ ହିଁ ସୂଚନା ଦିଆଯାଇଛି। ଆଜି ଦିନ ୧୦.୫୮ରୁ ୧୧.୦୭ ମଧ୍ୟରେ ଏହି ଫଟୋ ସବୁ ଉଠାଯାଇଥିଲା।
https://twitter.com/isro/status/1157904014421311488
https://twitter.com/isro/status/1157903612862844928
https://twitter.com/isro/status/1157902981431357440
ଭାରତର ସବୁଠାରୁ ଶକ୍ତିଶାଳୀ ଏବଂ ବୃହତ୍ ରକେଟ୍ ଜିଏସ୍ଏଲ୍ଭି ଏମ୍କେ ୩ ଦ୍ୱାରା ଉତ୍କ୍ଷେପଣ କରାଯାଇଥିବା ଏହି ମହାକାଶ ଯାନରେ ଇସ୍ରୋ ପ୍ରତିଷ୍ଠାତା ବିକ୍ରମ ସରାଭାଇଙ୍କ ନାମରେ ନାମିତ ବିକ୍ରମ ଲ୍ୟାଣ୍ଡର୍ ରହିଛି। ଏଥିରେ ପ୍ରଜ୍ଞାନ୍ ନାମରେ ଏକ ରୋଭର୍ ମଧ୍ୟ ରହିଛି। ଚନ୍ଦ୍ରଯାନ-୨ ଶୁକ୍ରବାର ୩.୨୭ରେ ଚତୁର୍ଥ ଥର ପାଇଁ ପୃଥିବୀ ପ୍ରଦିକ୍ଷଣ କରିଥିଲା। ଆସନ୍ତା ମଙ୍ଗଳବାର ୨.୩୦ରୁ ୩.୩୦ ମଧ୍ୟରେ ଏହା ପଞ୍ଚମ ଥର ପାଇଁ ପ୍ରଦିକ୍ଷଣ ସାରିବ। ଚନ୍ଦ୍ରଯାନ-୨ ଅଗଷ୍ଟ ୧୪ ତାରିଖରେ ଚନ୍ଦ୍ର ଆଡ଼କୁ ଯାତ୍ରା କରିବ। ପ୍ରାୟ ଅଗଷ୍ଟ ୨୦ ତାରିଖ ବେଳକୁ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଏହାକୁ ନିଜଆଡ଼କୁ ଟାଣିବ।
https://twitter.com/isro/status/1157902228511870977
ମିଳିଥିବା ସୂଚନା ଅନୁଯାୟୀ, ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସିଧାପ୍ରସାରଣ ଦେଖିବା ପାଇଁ ଉପସ୍ଥିତ ରହିବେ। ଏହା ସେପ୍ଟେମ୍ବର ୭ରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଜଣାପଡ଼ିଛି।
https://twitter.com/isro/status/1157901184520167424