ଜାଣନ୍ତୁ, ଚନ୍ଦ୍ରର ଦକ୍ଷିଣ ମେରୁ ଉପରେ ସବୁ ଦେଶଙ୍କ ନଜର କାହିଁକି

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବା ସହ ଏବେ ଚନ୍ଦ୍ର ଚାରିପଟେ ପରିକ୍ରମା ଆରମ୍ଭ କରିସାରିଛି। ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ‘ଚନ୍ଦ୍ରଯାନ-୨’କୁ ସଫ୍ଟ ଲ୍ୟାଣ୍ଡ୍ କରାଇ ଇତିହାସ ରଚିବା ପାଇଁ ଇସ୍ରୋ ପୂରା ଦମ୍‌ ଲଗାଇଦେଇଛି। କାହିଁକି ବିଭିନ୍ନ ଦେଶ ଏବଂ କମ୍ପାନୀ ଚନ୍ଦ୍ରର ଦକ୍ଷିଣ ମେରୁରେ ମହାକାଶ ଯାନ ଅବତରଣ କରିବାକୁ ଚାହାଁନ୍ତି ସେ ସମ୍ପର୍କରେ ଆଜି ଇସ୍ରୋ କେତେକ […]

Moon

Subrat Kumar Nayak
  • Published: Tuesday, 20 August 2019
  • , Updated: 20 August 2019, 05:26 PM IST

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ 'ଚନ୍ଦ୍ରଯାନ-୨' ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବା ସହ ଏବେ ଚନ୍ଦ୍ର ଚାରିପଟେ ପରିକ୍ରମା ଆରମ୍ଭ କରିସାରିଛି। ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ 'ଚନ୍ଦ୍ରଯାନ-୨'କୁ ସଫ୍ଟ ଲ୍ୟାଣ୍ଡ୍ କରାଇ ଇତିହାସ ରଚିବା ପାଇଁ ଇସ୍ରୋ ପୂରା ଦମ୍‌ ଲଗାଇଦେଇଛି। କାହିଁକି ବିଭିନ୍ନ ଦେଶ ଏବଂ କମ୍ପାନୀ ଚନ୍ଦ୍ରର ଦକ୍ଷିଣ ମେରୁରେ ମହାକାଶ ଯାନ ଅବତରଣ କରିବାକୁ ଚାହାଁନ୍ତି ସେ ସମ୍ପର୍କରେ ଆଜି ଇସ୍ରୋ କେତେକ ସୂଚନା ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରର ଆଗ୍ନେୟଗିରିଗୁଡ଼ିକ ଉପରେ ଲକ୍ଷ ଲକ୍ଷ ବର୍ଷ ଧରି ସୂର୍ଯ୍ୟ କିରଣ ପଡ଼ିନାହିଁ। ଏହା ସୌରମଣ୍ଡଳରେ ଏକ ବଡ଼ ରେକର୍ଡ। ଚନ୍ଦ୍ରର ଅନ୍ଧାର ଅଞ୍ଚଳରେ ୧୦୦ ମିଲିଅନ୍‌ ଟନ୍‌ ଜଳ ଗଚ୍ଛିତ ରହିଥିବା କଳନା କରାଯାଇଛି। ଏହାର ମାଟି ତଳେ ହାଇଡ୍ରୋଜେନ୍‌, ଆମୋନିଆ, ମିଥେନ୍‌, ସୋଡିୟମ୍‌, ମର୍କୁରୀ ଏବଂ ସିଲଭର ଆଦି ବୃହତ୍‌ ପରିମାଣରେ ଗଚ୍ଛିତ ଥିବା କୁହାଯାଉଛି। ଭବିଷ୍ୟତରେ ମହାକାଶ ଗବେଷଣା ଦିଗରେ ଚନ୍ଦ୍ରର ଦକ୍ଷିଣ ମେରୁ ହିଁ ସବୁଠାରୁ ବଡ଼ ଆଧାର ହେବ ବୋଲି ବିଶ୍ୱାସ କରାଯାଉଛି।

Related story