ଶ୍ରୀହରିକୋଟା: ବୈଜ୍ଞାନିକ ଏବଂ ଇଞ୍ଜିନିୟର ଏବେ ଚନ୍ଦ୍ରଯାନ-୨କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବା ପାଇଁ ପୂରା ଦମ୍ ଲଗାଇଛନ୍ତି। ଅନ୍ୟପଟେ ଇସ୍ରୋର ବହୁ ବରିଷ୍ଠ ଅଧିକାରୀ ଏବଂ ସରକାରୀ କଳର ବହୁ ପଦାଧିକାରୀ ବର୍ତ୍ତମାନ ଏହି ଅବତରଣ ସ୍ଥଳର ନାଁ ବାଛିବାରେ ବ୍ୟସ୍ତ ଅଛନ୍ତି। ଲ୍ୟାଣ୍ଡର ବିକ୍ରମ୍ ଯେଉଁ ସ୍ଥାନରେ ଅବତରଣ କରିବ ସେଠାରେ ଏହି ନୂଆ ନାଁ ଦିଆଯିବ। ଏହି ନାଁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ସୋମବାର ଚନ୍ଦ୍ରଯାନ ଉତ୍କ୍ଷେପଣ ପରେ ହିଁ ଇସ୍ରୋ ମୁଖ୍ୟ କେ ଶିବନ୍ ଘୋଷଣା କରିଥିଲେ, ବିକ୍ରମ ଯେଉଁଠାରେ ଲ୍ୟାଣ୍ଡ କରିବ ଆମେ ସେହି ସ୍ଥାନର ନାମକରଣ କରିବା ଯୋଜନାରେ ଅଛୁ। ଆମେ ବର୍ତ୍ତମାନ ଅନେକ ନାଁ ମଧ୍ୟରୁ ଗୋଟିଏ ବାଛିବୁ। ବର୍ତ୍ତମାନ ଆମ ପାଖରେ ଯଥେଷ୍ଟ ସମୟ ରହିଛି। ସେ କହିଛନ୍ତି ଏଥିପାଇଁ କିଛି ନାଁର ଶର୍ଟଲିଷ୍ଟ କରାଯାଇଛି। ବର୍ତ୍ତମାନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।
କୁହାଯାଉଛି ଏହି ମିଶନ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବା। ଶେଷ ୧୫ ମିନିଟ୍ ସବୁଠାରୁ ବଡ଼ ଭୂମିକା ନିଭାଇବ। ଏହାପରେ ହିଁ ନୂଆ ନାଁ ଘୋଷଣା କରାଯିବ। ୨୦୦୮ ମସିହାରେ ଚନ୍ଦ୍ରଯାନ-୧ ଚନ୍ଦ୍ରକୁ ଯିବା ଅବସରରେ ଏକ ସ୍ଥାନକୁ ଜବାହାର ପଏଣ୍ଟରେ ନାମିତ କରାଯାଇଛି। ତେବେ ଏହା କ୍ରାଶ୍ଲ୍ୟାଣ୍ଡ କରିଥିଲା ଏବଂ ଏହା ଶିଶୁ ଦିବସ ବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜନ୍ମତିଥିରେ ଅବତରଣ କରିଥିଲା। ଚଳିତ ଥର ଚନ୍ଦ୍ରଯାନ-୨ ସଫ୍ଟଲ୍ୟାଣ୍ଡ କରିବ।