ହାଇଦ୍ରାବାଦ: ଏକ ବିରଳ ପ୍ରୟାସ କ୍ରମେ ଆସନ୍ତା ୨୭ ତାରିଖରେ ଇସ୍ରୋ ୨୭ ମିନିଟ୍ରେ ୧୪ଟି ସ୍ୟାଟେଲାଇଟ୍ ଉତ୍କ୍ଷେପଣ କରାଯିବ। ଏସବୁ ପୋଲାର ସ୍ୟାଟେଲାଟ୍ ଲଞ୍ଚ ଭେଇକିଲ (ପିଏସ୍ଏଲ୍ଭି) ରକେଟ୍ ମାଧ୍ୟମରେ ଉତ୍କ୍ଷେପଣ କରାଯିବ।
ସକାଳ ସମୟରେ ଉତ୍କ୍ଷେପଣ ହେବାକୁ ଥିବା ଏହି ରକେଟ୍ ସବୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ ହେବ। ଏହି ୧୪ଟି ସ୍ୟାଟେଲାଇଟ୍ସବୁକୁ ପିଏସ୍ଏଲ୍ଭି-ଏକ୍ସଏଲ୍ ଭାରିଆଣ୍ଟ ଜରିଆରେ ମଧ୍ୟ ପଠାଇବ।
ଏଥିରେ ଯିବାକୁ ଥିବା କାର୍ଟୋସାଟ୍-୩ ୧୬୨୫ କିଲୋ ଓଜନର। ଏହା ସହ ଅନ୍ୟ ୧୩ଟି ନାନୋ ସ୍ୟାଟେଲାଇଟ୍ ଯିବ। କାର୍ଟସାଟ୍ ଏକ ଆଡଭାନ୍ସ ୩ଡି ସ୍ୟାଟେଲାଇଟ୍। ଶକ୍ତିଶାଳୀ ଇମେଜିଂ ଦକ୍ଷତା ଥିବା ଏହି ସ୍ୟାଟେଲାଇଟ୍କୁ ୫୦୯ କିଲୋମିଟର ଦୂରତା ମଧ୍ୟରେ ଅବସ୍ଥାପିତ କରାଯିବ। ଏହି ସ୍ୟାଟେଲାଇଟ୍ ସହରୀ ଯୋଜନା, ଗ୍ରାମୀଣ ସମ୍ବଳ ଏବଂ ଭିତ୍ତିଭୂମି ଆଦି କ୍ଷେତ୍ରରେ କରାଯାଉଥିବା ଯୋଜନା ଓ ବିକାଶମୂଳକ ପ୍ରକଳ୍ପ ଆଦିରେ ସହାୟକ ହେବ।