ଶ୍ରୀହରିକୋଟା: ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଆଜି ପିଏସଏଲଭି ସି-୨୮ ରକେଟ୍ ସଫଳ ଉତକ୍ଷେପଣ କରାଯାଇଛି। ଏହି ରକେଟ୍ ଏକାସାଙ୍ଗରେ ୫ଟି ବ୍ରିଟିଶ ସାଟେଲାଇଟକୁ କକ୍ଷ ପଥରେ ସଫଳତାର ସହିତ ଅବସ୍ଥାପିତ କରିଛି। ଏହା ଥିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ସବୁଠୁ ବଡ଼ ବ୍ୟାବସାୟିକ ମିଶନ।
ପୂର୍ବ ପ୍ରସ୍ତୁତି ମୁତାବକ ରାତି ଠିକ୍ ୯ଟା ୫୮ ମିନିଟରେ ଏହାକୁ ଉତକ୍ଷେପଣ କରାଯାଇଥିଲା। ଏଥିପାଇଁ ବୁଧବାର ସକାଳ ୭ଟା ୨୮ମିନିଟରୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା। ଏହା ଇସ୍ରୋର ପଞ୍ଚମ ବ୍ୟବସାୟିକ ଉତକ୍ଷେପଣ ଥିଲା। ସେହିପରି ଇସ୍ରୋ ଇତିହାସରେ ଏହା ଥିଲା ସର୍ବବୃହତ ଉତକ୍ଷେପଣ। ୫ଟି ବ୍ରିଟିଶ ସାଟେଲାଇଟର ଓଜନ ୧୪ ଶହ କିଲୋଗ୍ରାମ ହୋଇଥିବା ବେଳେ ପିଏସଏଲଭି ରକେଟର ଓଜନ ପ୍ରାୟ ୩୨୦ ଟନ୍। ପିଏସଏଲବି-ଏକ୍ସ ଏଲ ରକେଟ ସାହାଯ୍ୟରେ ଏହି ଉତକ୍ଷେପଣ କରାଯାଇଥିଲା। ୧୯୯୯ ମସିହା ପରଠାରୁ ଇସ୍ରୋ ଏପର୍ଯ୍ୟନ୍ତ ୪୦ଟି ବିଦେଶୀ ସାଟେଲାଇଟକୁ ସଫଳତାର ସହିତ କକ୍ଷ ପଥରେ ଅବସ୍ଥାପିତ କରିସାରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ଯାଉଥିବା ବିମାନକୁ ଜୟପୁରରେ ଛାଡ଼ି ପଳେଇଲେ ପାଇଲଟ
ଏୟାର ଇଣ୍ଡିଆ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ଏୟାରଲାଇନ ପକ୍ଷରୁ ଜୟପୁରରେ ଫସି ରହିଥିବା ଲୋକଙ୍କ ପାଇଁ କୌଣସି ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇ ନଥିଲା।
National
କରିମଗଞ୍ଜର ନାଁ ବଦଳି ହେଲା ଶ୍ରୀଭୂମି
ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଥିବା ସେ କହିଛନ୍ତି।
National
ନକଲି ଡାକ୍ତରଙ୍କ ମେଳି: ଭବ୍ୟ ଉଦଘାଟନର ଦିନକ ପରେ ସିଲ୍ ହେଲା ହସ୍ପିଟାଲ
ଦିନକ ତଳେ ବିରାଟକାୟ ହସ୍ପିଟାଲକୁ ବେଶ ଭବ୍ୟ ଢଙ୍ଗରେ ଉଦଘାଟନ କରାଯାଇଥିଲା। ହେଲେ ଦିନକ ପରେ ନକଲି ଡାକ୍ତରମାନଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି।
Guest Column
ସ୍ୱାଧୀନତାର ୭୫ ବର୍ଷ ପରେ ନୂଆ ଚିନ୍ତନର ଆବଶ୍ୟକତା
କେନ୍ଦ୍ରରେ କ୍ଷମତାସୀନ ବିଜେପି ରାଷ୍ଟ୍ରବାଦ ଏବଂ ଗୋଟିଏ ଦେଶ ଓ ନିର୍ବାଚନ କଥା କହୁଥିଲେ ମଧ୍ୟ ପ୍ରତ୍ୟେକ ଅଞ୍ଚଳର ଭାବନା ଓ ନିଜସ୍ୱ ପରିଚୟ ପାଇଁ ରହିଥିବା ଚେତନା ବିଷୟରେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି। ସେଥିପାଇଁ ଓଡ଼ିଶାରେ ଗତ ନିର୍ବାଚନରେ ରାଜ୍ୟରେ ଗୋଟିଏ ଆଞ୍ଚଳିକ ଦଳ କ୍ଷମତାସୀନ ଥିଲେ ମଧ୍ୟ ତାହା ବିରୋଧରେ ଓଡ଼ିଆ ଅସ୍ମିତାର ସ୍ଳୋଗାନ ଦିଆଯାଇ ସେହି ଦଳକୁ କ୍ଷମତାଚ୍ୟୁତ କରାଗଲା।