ଆୟକର ପଞ୍ଝାରେ କମଲ ନାଥଙ୍କ ଭଣଜା ରତୁଲ ପୁରୀ, ୩୦୦ କୋଟିର ବଙ୍ଗଳା ଜବତ

ନୂଆଦିଲ୍ଲୀ: ଆୟକର ବିଭାଗ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀଙ୍କ ନାମରେ ଦିଲ୍ଲୀର ସମ୍ଭ୍ରାନ୍ତ ଅଞ୍ଚଳରେ ଥିବା ୩୦୦ କୋଟି ଟଙ୍କା ମୂଲ୍ୟର ଏକ ବଙ୍ଗଳା ଜବତ କରିଛି। କମଲଙ୍କ ଭଣଜା ରତୁଲଙ୍କ ନାମରେ ଥିବା ୪୦ ମିଲିଅନ୍‌ ଡଲାରର ଏଫ୍‌ଡିଆଇ ମଧ୍ୟ ଜବତ କରିଛି ଆୟକର ବିଭାଗ। ଏପିଜେ ଅବଦୁଲ କଲାମ ରୋଡ୍‌ରେ ଥିବା ଲଟିଏନ୍ସ ଜୋନ୍‌ ଅଞ୍ଚଳରେ ଏହି ବଙ୍ଗଳାଟି ଅଛି। ଏହା ମୋଜର ବାଏର ଗ୍ରୁପ୍‌ର ଏକ ଫାର୍ମ ନାମରେ […]

ratul

Subrat Kumar Nayak
  • Published: Sunday, 11 August 2019
  • , Updated: 11 August 2019, 10:44 PM IST

ନୂଆଦିଲ୍ଲୀ: ଆୟକର ବିଭାଗ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀଙ୍କ ନାମରେ ଦିଲ୍ଲୀର ସମ୍ଭ୍ରାନ୍ତ ଅଞ୍ଚଳରେ ଥିବା ୩୦୦ କୋଟି ଟଙ୍କା ମୂଲ୍ୟର ଏକ ବଙ୍ଗଳା ଜବତ କରିଛି। କମଲଙ୍କ ଭଣଜା ରତୁଲଙ୍କ ନାମରେ ଥିବା ୪୦ ମିଲିଅନ୍‌ ଡଲାରର ଏଫ୍‌ଡିଆଇ ମଧ୍ୟ ଜବତ କରିଛି ଆୟକର ବିଭାଗ। ଏପିଜେ ଅବଦୁଲ କଲାମ ରୋଡ୍‌ରେ ଥିବା ଲଟିଏନ୍ସ ଜୋନ୍‌ ଅଞ୍ଚଳରେ ଏହି ବଙ୍ଗଳାଟି ଅଛି। ଏହା ମୋଜର ବାଏର ଗ୍ରୁପ୍‌ର ଏକ ଫାର୍ମ ନାମରେ ଅଛି ଯାହାକି ରତୁଲଙ୍କ ବାପା ଦୀପକ ପୁରୀଙ୍କ ଦ୍ୱାରା ପରିଚାଳିତ।

ଗତ ଏପ୍ରିଲ ମାସରେ ଆୟକର ବିଭାଗ ପକ୍ଷରୁ ରତୁଲଙ୍କ କମ୍ପାନୀ ଉପରେ ରେଡ୍‌ କରାଯିବା ପରେ କୁହାଯାଇଥିଲା ରତୁଲ ଅନେକ ବେଆଇନ ଅର୍ଥ କାରବାର କରିବା ସହ ୧୩୫୦ କୋଟି ଟଙ୍କାର ଟିକସ ଠକେଇ କରିଛନ୍ତି। ଆୟକର ବିଭାଗ ବେନାମୀ ସମ୍ପତ୍ତି ନିରୋଧୀ ଆଇନ ବଳରେ ଏହି ଚଢ଼ଉ କରିଥିଲା। ଆହୁରି ମଧ୍ୟ ରତୁଲଙ୍କ ନାମରେ ୩୭୦ କୋଟି ଟଙ୍କାର ଅନ୍‌ସେକ୍ୟୁଅର୍‌ଡ ଋଣ ରହିଥିବା ଏଥିରୁ ଜଣାପଡ଼ିଥିଲା।

Related story