ସୁଷମା ସ୍ୱରାଜ ଜଣେ ଚମତ୍କାରୀ ନେତ୍ରୀ: ଇୱାଙ୍କା ଟ୍ରମ୍ପ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ତଥା ପରାମର୍ଶଦାତା ଇୱାଙ୍କା ଟ୍ରମ୍ପ। ସୁଷମା ସ୍ୱରାଜ ଜଣେ ଚମତ୍କାରୀ ନେତ୍ରୀ ବୋଲି କହିଛନ୍ତି ଇୱାଙ୍କା। ୟୁଏନ୍‌ ସାଧାରଣ ସମ୍ମିଳନୀରେ ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ଏହା କହିଛନ୍ତି ଇୱାଙ୍କା। ଏଥିରେ ମହିଳାଙ୍କ ପାଇଁ ଏଣ୍ଟରପ୍ରେନିୟୋରସିପ୍‌ ଓ ୱାର୍କଫୋର୍ସ ଡେଭଲପମେଣ୍ଟ ଉପରେ ଚର୍ଚ୍ଚା ହୋଇଥିଲା। ସୂଚନାଯୋଗ୍ୟ ନଭେମ୍ୱରରେ ହେବାକୁ ଥିବା ଗ୍ଲୋବାଲ୍ ଇଣ୍ଟରପ୍ରେନିୟୋରସିପ୍ ସମିଟ୍ (ଜିଇଏସ୍‌)ରେ ଇୱାଙ୍କା ଆମେରିକାର […]

Rakesh Mallick
  • Published: Tuesday, 19 September 2017
  • , Updated: 19 September 2017, 02:01 PM IST

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ତଥା ପରାମର୍ଶଦାତା ଇୱାଙ୍କା ଟ୍ରମ୍ପ। ସୁଷମା ସ୍ୱରାଜ ଜଣେ ଚମତ୍କାରୀ ନେତ୍ରୀ ବୋଲି କହିଛନ୍ତି ଇୱାଙ୍କା। ୟୁଏନ୍‌ ସାଧାରଣ ସମ୍ମିଳନୀରେ ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ଏହା କହିଛନ୍ତି ଇୱାଙ୍କା। ଏଥିରେ ମହିଳାଙ୍କ ପାଇଁ ଏଣ୍ଟରପ୍ରେନିୟୋରସିପ୍‌ ଓ ୱାର୍କଫୋର୍ସ ଡେଭଲପମେଣ୍ଟ ଉପରେ ଚର୍ଚ୍ଚା ହୋଇଥିଲା।

ସୂଚନାଯୋଗ୍ୟ ନଭେମ୍ୱରରେ ହେବାକୁ ଥିବା ଗ୍ଲୋବାଲ୍ ଇଣ୍ଟରପ୍ରେନିୟୋରସିପ୍ ସମିଟ୍ (ଜିଇଏସ୍‌)ରେ ଇୱାଙ୍କା ଆମେରିକାର ନେତୃତ୍ୱ କରିବେ। ଉଭୟ ଭାରତ ଓ ଆମେରିକା ମିଳିତ ଭାବେ ଏହି ସମିଟ୍‌କୁ ହୋଷ୍ଟ କରୁଛନ୍ତି। ନଭେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ସମିଟ୍‌ ଭାରତର ହାଇଦ୍ରାବାଦ୍‌ରେ ଅନୁଷ୍ଠିତ ହେବ।

ଇୱାଙ୍କା ଟ୍ୱିଟ୍‌ କରି କହିଛନ୍ତି- “ସୁଷମା ସ୍ୱରାଜ ଜଣେ ଚମତ୍କାରୀ ନେତ୍ରୀ। ତାଙ୍କୁ ଜାଣିବା ଦିନରୁ ମୁଁ ତାଙ୍କୁ ସମ୍ମାନ କରୁଛି। ତାଙ୍କ ସହ ଭେଟ ହେବା ମୋ ପାଇଁ ସମ୍ମାନର ବିଷୟ।”

Related story