ଜାମିନରେ ବାହାରିଲେ ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ଓ ଝିଅ

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦକୁ ବିରୁଦ୍ଧ କରି ଗତକାଲି ଜେଲ ଯାଇଥିବା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ଓ ଝିଅ ଆଜି ଜାମିନରେ ବାହାରିଛନ୍ତି। ଭୁଉଣୀ ସୁରୈୟା ଏବଂ ଝିଅ ସାଫିୟାଙ୍କ ସମେତ ୧୧ ଜଣ ମହିଳା ଜାମିନରେ ମୁକୁଳିଛନ୍ତି। ଧାରା ୧୦୭ ଅନୁସାରେ ୧୦,୦୦୦ ଓ ୪୦,୦୦୦ ଟଙ୍କା ମୂଲଚାଲରେ ଏମାନେ ସମସ୍ତେ ଜାମିନରେ ବାହାରିଛନ୍ତି। ଗତକାଲି ଏମାନେ ଗିରଫ ହେବା ପରେ ଶ୍ରୀନଗର ସେଣ୍ଟ୍ରାଲ ଜେଲ୍‌ରେ ଥିଲେ। ସଫିୟା, ସୁରିୟା […]

Farooq Abdullah Daughter SISTER

Subhransu Sekhar
  • Published: Thursday, 17 October 2019
  • , Updated: 17 October 2019, 03:28 PM IST

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦକୁ ବିରୁଦ୍ଧ କରି ଗତକାଲି ଜେଲ ଯାଇଥିବା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ଓ ଝିଅ ଆଜି ଜାମିନରେ ବାହାରିଛନ୍ତି। ଭୁଉଣୀ ସୁରୈୟା ଏବଂ ଝିଅ ସାଫିୟାଙ୍କ ସମେତ ୧୧ ଜଣ ମହିଳା ଜାମିନରେ ମୁକୁଳିଛନ୍ତି। ଧାରା ୧୦୭ ଅନୁସାରେ ୧୦,୦୦୦ ଓ ୪୦,୦୦୦ ଟଙ୍କା ମୂଲଚାଲରେ ଏମାନେ ସମସ୍ତେ ଜାମିନରେ ବାହାରିଛନ୍ତି। ଗତକାଲି ଏମାନେ ଗିରଫ ହେବା ପରେ ଶ୍ରୀନଗର ସେଣ୍ଟ୍ରାଲ ଜେଲ୍‌ରେ ଥିଲେ।

ସଫିୟା, ସୁରିୟା ଅବଦୁଲ୍ଲା ଏବଂ ଅନେକ ମହିଳା ଗତକାଲି ଧାରା ୩୭୦ ଉଚ୍ଛେଦକୁ ବିରୋଧ କରିଥିଲେ। ଏଥିସହ ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏହାପରେ ପୁଲିସ ତାଙ୍କ ବିରୋଧରେ ଧାରା ୧୦୭ ଏବଂ ୧୫୧ ଅନୁଯାୟୀ ଗିରଫ କରି ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଇଥିଲା।

ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ  ଫାରୁକ ଅବଦୁଲ୍ଲା, ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା, ପିଡିପି ମୁଖ୍ୟ ମେହବୁବା ମୁଫତି  ଏବଂ ଅନ୍ୟାନ୍ୟ ନେତା ଗୃହବନ୍ଦୀ ହୋଇ ରହିଛନ୍ତି।

Related story