Advertisment

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ରେଡ୍ଡୀ

ଅମରାବାତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଓ୍ୱାଇଏସଆର କଂଗ୍ରେସ ବିଧାୟକ ଦଳର ନେତା ଜଗନ ମୋହନ ରେଡ୍ଡୀ। ବିଜୟଓ୍ୱାଡାର ଇନ୍ଦିରା ଗାନ୍ଧି ମ୍ୟୁନିସିପାଲଟି ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଜଗନଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟପାଳ ଇ.ଏସ୍‍.ଏଲ୍‍. ନରସିଂହନ୍‍ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୪୬ ବର୍ଷୀୟ ଏହି ନେତା ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ଡିଏମକେ ସଭାପତି ଏମ୍.କେ ଷ୍ଟାଲିନ୍, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର […]

ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ରେଡ୍ଡୀ

jagan reddy new cm of andhra

Advertisment

ଅମରାବାତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଓ୍ୱାଇଏସଆର କଂଗ୍ରେସ ବିଧାୟକ ଦଳର ନେତା ଜଗନ ମୋହନ ରେଡ୍ଡୀ। ବିଜୟଓ୍ୱାଡାର ଇନ୍ଦିରା ଗାନ୍ଧି ମ୍ୟୁନିସିପାଲଟି ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଜଗନଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟପାଳ ଇ.ଏସ୍‍.ଏଲ୍‍. ନରସିଂହନ୍‍ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୪୬ ବର୍ଷୀୟ ଏହି ନେତା ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Advertisment

ଏହି ଶପଥ ଗ୍ରହଣ ସମାରୋହରେ ଡିଏମକେ ସଭାପତି ଏମ୍.କେ ଷ୍ଟାଲିନ୍, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ତେଲୁଗୁ ଦେଶମ ପାର୍ଟିର କୌଣସି ବିଧାୟକ ଯୋଗ ଦେଇନହାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସମାବେଶରେ ଯୋଗ ନଦେଇ ଗତକାଲି ଦଳୀୟ ବିଧାୟକଙ୍କ ଦ୍ୱାରା ଏକ ଶୁଭେଚ୍ଛା ପତ୍ର ଜଗନଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି।

ଜଗନଙ୍କ ଏହି ଶପଥ ସମାରୋହରେ ୧ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ ବୋଲି ଜଣାପଡ଼ିଛି। ଜଗନ ରେଡ୍ଡୀ ଶପଥ ସମାରୋହ ସ୍ଥଳୀରେ ପହଞ୍ଚିବା ପରେ ଉପସ୍ଥିତ ସମର୍ଥକ ‘ବାଏ ବାଏ ବାବୁ’ର ନାରା ଦେଇଥିଲେ। ୧୭୫ ବିଧାନସଭା ଆସନରୁ ୧୫୧ଟି ଆସନରେ ବିଜୟୀ ହୋଇଥିଲା ଓ୍ୱାଇଏସଆର କଂଗ୍ରେସ ଦଳ।

Advertisment

ଜଗନ ରେଡ୍ଡୀ ଆନ୍ଧ୍ରପ୍ରଦେଶର ଲୋକପ୍ରିୟ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଓ୍ୱାଇଏସଆର ରାଜଶେଖର ରେଡ୍ଡୀଙ୍କ ପୁଅ ଅଟନ୍ତି। ୨୦୦୯ ମସିହାରେ ହେଲିକପ୍ଟର ଦୁର୍ଘଟଣାରେ ରାଜେଶଖରଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ୨୦୧୧ ମସିହାରେ ଜଗନ ରେଡ୍ଡୀ ନିଜ ବାପାଙ୍କ ନାମରେ ଓ୍ୱାଇଏସଆର କଂଗ୍ରେସ ଦଳ ଗଢ଼ିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe