ନୂଆଦିଲ୍ଲୀ: ‘ଭାରତ ମାତା କି ଜୟ’ ନ କହିବାରୁ ୩ ଯୁବକଙ୍କୁ ମାଡ଼ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀର ବେଗାମ୍‌ପୁର ଅଞ୍ଚଳରେ ‘ଜୟ ମାତା କି’ ଓ ‘ଭାରତ ମାତା କି ଜୟ’ ନ କହିବାରୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ୩ ଜଣ ଯୁବକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସେମାନେ ଗୁରୁତର ଅବସ୍ଥାରେ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତ ମାଡ଼ର ଶିକାର ହୋଇଥିବା ଯୁବକମାନେ ହେଲେ ଦିଲ୍‌କାଶ୍, ମହମ୍ମଦ ଅଜ୍‌ମଲ୍‌ ଏବଂ ନୟୀମ୍‌। ଆକ୍ରମଣର ଶିକାର ଦିଲ୍‌କାଶ କହିଛନ୍ତି, “ମୁଁ ମୋ ବନ୍ଧୁମାନଙ୍କ ସହ ନିକଟସ୍ଥ ପାର୍କକୁ ଯାଇଥିଲି। ଏହି […]

madrasa_student_nitisha

Rakesh Mallick
  • Published: Wednesday, 30 March 2016
  • , Updated: 30 March 2016, 09:55 AM IST

ନୂଆଦିଲ୍ଲୀ: ଦିଲ୍ଲୀର ବେଗାମ୍‌ପୁର ଅଞ୍ଚଳରେ ‘ଜୟ ମାତା କି’ ଓ ‘ଭାରତ ମାତା କି ଜୟ’ ନ କହିବାରୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ୩ ଜଣ ଯୁବକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସେମାନେ ଗୁରୁତର ଅବସ୍ଥାରେ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତ ମାଡ଼ର ଶିକାର ହୋଇଥିବା ଯୁବକମାନେ ହେଲେ ଦିଲ୍‌କାଶ୍, ମହମ୍ମଦ ଅଜ୍‌ମଲ୍‌ ଏବଂ ନୟୀମ୍‌।

ଆକ୍ରମଣର ଶିକାର ଦିଲ୍‌କାଶ କହିଛନ୍ତି, “ମୁଁ ମୋ ବନ୍ଧୁମାନଙ୍କ ସହ ନିକଟସ୍ଥ ପାର୍କକୁ ଯାଇଥିଲି। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ଆମକୁ ଧମକଚମକ ଦେବା ସହ ମାଡ଼ ମାରିଥିଲେ। ଆମକୁ ‘ଜୟ ମାତା କି’ ଓ ‘ଭାରତ ମାତା କି ଜୟ’ କହିବାକୁ ବାଧ୍ୟ କରିଥିଲେ। ଆମେ ଏହା ନ କହିବାରୁ ମାଡ଼ ମାରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଆମେ ସେମାନଙ୍କୁ ଜାଣିନାହୁଁ, ହେଲେ ଦେଖିଲେ ଚିହ୍ନି ପାରିବୁ।”

ମହମ୍ମଦ ଅଜମଲ କହିଛନ୍ତି, “ଦୁର୍ବୃତ୍ତମାନେ ଆମକୁ କିଛି କହିବାକୁ ସୁଯୋଗ ଦେଇ ନ ଥିଲେ। କିଛି କିହିବାକୁ ଚାହିଁଲେ ବି ମାଡ଼ ମାରିଥିଲେ। ଆମେ ପିନ୍ଧିଥିବା ଟୋପିକୁ ପାଦରେ ଦଳି ଦେଇଥିଲେ। ପରେ ମୋତେ ‘ଜୟ ମାତା କି’ କହିବାକୁ ବାଧ୍ୟ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୋଟିଏ ବାଉଁଷରେ ମାଡ଼ ମାରିଥିଲେ।”

ସେମାନଙ୍କ ଚିତ୍କାର ଶୁଣି କିଛି ଦୂରରେ ଥିବା ପୋଲିସ ଆସି ପହଞ୍ଚିବା ପରେ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ। ଏ ନେଇ ପୋଲିସ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଲ୍‌ ଇଣ୍ଡିଆ ଇମାମ୍‌ ଅରର୍ଗାନାଇଜେସନ(ଏଆଇଆଇଓ)ର ମୁଖ୍ୟ ଇମାମ୍‌ ଉମର ଅହମ୍ମଦ ଇଲାଇସି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସେ କହିଛନ୍ତି,ଜଣେ ମାଦ୍ରାସା ଛାତ୍ରଙ୍କୁ ଏପରି ମାଡ ମରାଯିବା ଠିକ୍‌ ହୋଇନାହିଁ। ଅଶହିଷ୍କୁ ମାନେ ଏପରି କରିବା ସମାଜ ପ୍ରତି ଅଶୋଭନୀୟ । ଏଥରୁ ବରିତ ରହିବା ଉଚିତ।

Related story