୧୪ ବର୍ଷର ଜେଲ୍‌ ପରେ ପୂରଣ କଲେ ଡାକ୍ତର ହେବାର ସ୍ୱପ୍ନ

କାଲବୁର୍ଗୀ: ଦୀର୍ଘ ୧୪ ବର୍ଷ ଜେଲରେ ରହିବା ପରେ ମଧ୍ୟ ସ୍ୱପ୍ନ ପୂରଣ କରିପାରିଛନ୍ତି ସୁଭାଷ ପାଟିଲ ନାମକ ଜଣେ ବ୍ୟକ୍ତି। ଯେତିକି ବର୍ଷ ଜେଲରେ ରହିଲେ ମଣିଷ ଜୀବନର ସବୁକିଛି ଏକ ପ୍ରକାର ସରିଯାଏ, ସେ ସେହିଠାରୁ ହିଁ ନୂଆ ଜୀବନ ପାଇଁ ଆଶା ବାନ୍ଧିଥିଲେ। ଆଉ ଶେଷରେ ସଫଳ ମଧ୍ୟ ହୋଇଥିଲେ। କର୍ଣ୍ଣାଟକାର ଅଫଜଲପୁରା ଜନ୍ମିତ ଏହି ୪୦ ବର୍ଷ ବୟସ୍କ ବ୍ୟକ୍ତି ୧୯୯୭ ମସିହାରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ଯୋଗଦେଇଥିଲେ।। ସେ ନିଜର ଏହି […]

Doctor

Subrat Kumar Nayak
  • Published: Saturday, 15 February 2020
  • , Updated: 15 February 2020, 06:32 PM IST

କାଲବୁର୍ଗୀ: ଦୀର୍ଘ ୧୪ ବର୍ଷ ଜେଲରେ ରହିବା ପରେ ମଧ୍ୟ ସ୍ୱପ୍ନ ପୂରଣ କରିପାରିଛନ୍ତି ସୁଭାଷ ପାଟିଲ ନାମକ ଜଣେ ବ୍ୟକ୍ତି। ଯେତିକି ବର୍ଷ ଜେଲରେ ରହିଲେ ମଣିଷ ଜୀବନର ସବୁକିଛି ଏକ ପ୍ରକାର ସରିଯାଏ, ସେ ସେହିଠାରୁ ହିଁ ନୂଆ ଜୀବନ ପାଇଁ ଆଶା ବାନ୍ଧିଥିଲେ। ଆଉ ଶେଷରେ ସଫଳ ମଧ୍ୟ ହୋଇଥିଲେ।

କର୍ଣ୍ଣାଟକାର ଅଫଜଲପୁରା ଜନ୍ମିତ ଏହି ୪୦ ବର୍ଷ ବୟସ୍କ ବ୍ୟକ୍ତି ୧୯୯୭ ମସିହାରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ଯୋଗଦେଇଥିଲେ।।

ସେ ନିଜର ଏହି ଅଦ୍ଭୁତ ନିଷ୍ଠା ବାବଦରେ କହିଛନ୍ତି, ସେ ୨୦୦୨ରେ ଏକ ହତ୍ୟା ମାମଲାରେ ଜେଲ୍‌ ଯାଇଥିଲେ। ସେ ଜେଲରେ ଓପିଡିରେ କାମ କରୁଥିଲେ। ୨୦୧୬ ମସିହାରେ ‘ଭଲ ବ୍ୟବହାର’ ପାଇଁ ତାଙ୍କୁ ମୁକ୍ତ କରାଯାଇଥିଲା। ସେ ୨୦୧୯ ମସିହାରେ ଡାକ୍ତରୀ ପାସ୍‌ କରିଛନ୍ତି। ସେ ଗିରଫ ହେବା ବେଳକୁ ତାଙ୍କର ଏମ୍‌ବିବିଏସ୍‌ ତୃତୀୟ ବର୍ଷ ହୋଇଥିଲା। ୨୦୦୬ ମସିହାରେ ତାଙ୍କୁ ଜୀବନ ହୋଇଥିଲା। ୨୦୧୬ ମସିହା ସ୍ୱାଧୀନତା ଦିବସରେ ତାଙ୍କୁ ମୁକ୍ତି ମିଳିଥିଲା।

Related story