୩ ବର୍ଷର ଝିଅ ଓ ଶହେ କୋଟିର ସମ୍ପତ୍ତି ଛାଡ଼ି ଜୈନଭିକ୍ଷୁ ସାଜିବେ ଦମ୍ପତି

ଭୋପାଳ: ବିବାହକୁ ୪ ବର୍ଷ ପୁରିନି। ସଂସାର ଛାଡ଼ି ସନ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି। ପୁଣି   ୩ ବର୍ଷର ଝିଅ ଓ ଶହେ କୋଟିରୁ ଅଧିକ ଟଙ୍କାର ସଂପତ୍ତିକୁ ପର କରିଦେଇଛନ୍ତି। ଘରଦ୍ୱାର ଧନ ସମ୍ପତ୍ତିର ସବୁ ମାୟାମୋହ ତ୍ୟାଗ କରି ସନ୍ଥର ପଥ ବାଛିଲେ ଯୁବ ଜୈନଦମ୍ପତି। ମଧ୍ୟପ୍ରଦେଶର ସୁମିତ ରାଠୋର ଓ ତାଙ୍କ ପତ୍ନୀ ଅନାମିକାଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା।  ସଂସାରର ମୋହ ମାୟାକୁ ଛାଡ଼ି ଏହି ଦମ୍ପତ୍ତି ଆସନ୍ତା ୨୩ […]

Rakesh Mallick
  • Published: Sunday, 17 September 2017
  • , Updated: 23 September 2017, 01:58 PM IST

ଭୋପାଳ: ବିବାହକୁ ୪ ବର୍ଷ ପୁରିନି। ସଂସାର ଛାଡ଼ି ସନ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି। ପୁଣି   ୩ ବର୍ଷର ଝିଅ ଓ ଶହେ କୋଟିରୁ ଅଧିକ ଟଙ୍କାର ସଂପତ୍ତିକୁ ପର କରିଦେଇଛନ୍ତି। ଘରଦ୍ୱାର ଧନ ସମ୍ପତ୍ତିର ସବୁ ମାୟାମୋହ ତ୍ୟାଗ କରି ସନ୍ଥର ପଥ ବାଛିଲେ ଯୁବ ଜୈନଦମ୍ପତି। ମଧ୍ୟପ୍ରଦେଶର ସୁମିତ ରାଠୋର ଓ ତାଙ୍କ ପତ୍ନୀ ଅନାମିକାଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା।  ସଂସାରର ମୋହ ମାୟାକୁ ଛାଡ଼ି ଏହି ଦମ୍ପତ୍ତି ଆସନ୍ତା ୨୩ ତାରିଖରେ ଗୁଜୁରାଟର ସୁରତରେ ଜୈନମୁନିର ଦୀକ୍ଷା ନେବେ। ସନ୍ଥତ୍ୱ ପ୍ରାପ୍ତି ଆଗରେ ସବୁ କିଛି ତୁଚ୍ଛ ହୋଇଯାଛି ଏହି ଦମ୍ପତ୍ତିଙ୍କ ଆଗରେ। ସବୁ କିଛି ଅସାର।  ସଂସାର ଲାଳସା, ଚାକଚକ୍ୟଭରା ଜୀବନକୁ ପଛ କରି ଏହି ସ୍ୱାମୀସ୍ତ୍ରୀ ଏବେ ଜୈନମୁନିଙ୍କ ରାସ୍ତାରେ ପାଦ ଥାପିଛନ୍ତି। ୩୫ ବର୍ଷିୟ ସୁମିତ ରାଠୋର ଓ ପତ୍ନୀ ଅନାମିକା(୩୪) ଉଭୟେ ଉଚ୍ଚଶିକ୍ଷିତ।

ସୁମିତ ନିଜ ପରିବାରର ଶହେ କୋଟିର ବ୍ୟବସାୟ ବୁଝୁଥିବା ବେଳେ ଅନାମିକା ବି ଜଣେ ଇଞ୍ଜିନିୟର ମାତ୍ର ୪ ବର୍ଷର ବୈବାହିକ ଜୀବନ। ହେଲେ ଏବେ ଜୀବନ ଏ ଦୁହିଁଙ୍କ ପାଇଁ ତପସ୍ୟା।  ଆସନ୍ତା ୨୩ ତାରିଖରେ ସୁରତର ଏଇ ଜୈନ ମନ୍ଦିରରେ ସୁଦ୍ଧମାର୍ଗି ଜୈନ ଆଚାର୍ଯ୍ୟ ରାମଲାଲ ମହାରାଜଙ୍କ ଠାରୁ ଏ ଦମ୍ପତ୍ତି ନେବେ ଜୈନମୁନିର ଦୀକ୍ଷା। ଅୟସ୍ ଆରାମର ଜୀବନ ଛାଡ଼ି ଦେହରେ ପିନ୍ଧିବେ ସଫା ବସ୍ତ୍ର। ଖାଲି ପାଦ।

ଜିଇଁବେ ଭିକ୍ଷୁକର ଜୀବନ। ଝିଅକୁ ମାତ୍ର ୮ମାସ ହୋଇଥିଲା ବେଳେ ସଂସାର ତ୍ୟାଗ କରିବାକୁ ଇଚ୍ଛା କରିଥିଲେ ସୁମିତ।  ହେଲେ ପରେ ତାଙ୍କ ଏଇ ଇଚ୍ଛାକୁ ସମ୍ମାନ ଦେବା ସହ ପତ୍ନୀ ଅନାମିକା ବି ସେଇ ଆଧ୍ୟାତ୍ମିକତାର ରାସ୍ତାକୁ ଆପଣାଇବାକୁ ଇଚ୍ଛା କଲେ। ଏଭଳି ନିଷ୍ପତ୍ତିରୁ ଓହରି ଯିବାକୁ ପରିବାର ଲୋକ ବୁଝାଇବା ସତ୍ତ୍ୱେ ନିଜ ନିଷ୍ପତ୍ତିରେ  ଅଟଳ ରହିଥିଲେ ଉଭୟେ।  ୩ ବର୍ଷର ଶିଶୁକୁ ଅଜାଙ୍କ ହାତରେ ଟେକି ଦେଇ ଏ ଦୁହେଁ ଏବେ ସନ୍ଥର ଦୀକ୍ଷା ନେବା ଅପେକ୍ଷାରେ। ହେଲେ କୋଳ ଛାଡ଼ି ନ ଥିବା କଅଁଳା ଛୁଆର ଭବିଷ୍ୟତ ପ୍ରତି ଆଖି ବୁଜିଦେଇ ଉଭୟେ ବାପା-ମା’ ସନ୍ନ୍ୟାସୀର ପଥ ବାଛିବା କେତେ ଦୂର ଠିକ୍? କେହି କେହି ଏଭଳି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ବି ଉଠାଉଛନ୍ତି। ଏହା ଶିଶୁ ଅଧିକାରର ଉଲ୍ଲଂଘନ ଓ କର୍ତ୍ତବ୍ୟରୁ ପଳାୟନ ବୋଲି କହୁଛନ୍ତି। ହେଲେ ଯିଏ ଭଗବାନଙ୍କ ପାଖରେ ନିଜକୁ ସମର୍ପି ସାରିଛି, ତାଙ୍କ ପାଇଁ ଏସବୁର ମାନେ ବା କ’ଣ?

Related story