ରାହୁଲଙ୍କ ଆର୍ଥିକ ସହାୟତା ଯୋଜନାକୁ ଜେଟଲୀଙ୍କ କଟାକ୍ଷ

ନୂଆଦିଲ୍ଲୀ: କଂଗ୍ରେସ କ୍ଷମତାକୁ ଫେରିଲେ ସରକାର ଦେଶର ପ୍ରତି ଗରିବ ପରିବାରକୁ ବର୍ଷକୁ ୭୨ ହଜାର ଟଙ୍କାର ଆର୍ଥିକ ସହାୟତା କରିବେ ବୋଲି ରାହୁଲ ଗାନ୍ଧି କରିଥିବା ଘୋଷଣାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କେବଳ ମିଛ ପ୍ରଚାର ବୋଲି କହିଛନ୍ତି। କଂଗ୍ରେସ କେମିତି ଦେଶରୁ ଗରିବୀ ଦୂରୀକରଣ କରି ଆସୁଛି, ସେକଥା ସମସ୍ତେ ଜାଣିଛନ୍ତି। ତେଣୁ କଂଗ୍ରେସ ମିଛ ପ୍ରତିଶ୍ରୁତି ନ ଦେଉ ବୋଲି ଜେଟଲୀ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଜେଟଲୀ କହିଛନ୍ତି, “ଦେଶର […]

uy

Hemant Lenka
  • Published: Monday, 25 March 2019
  • , Updated: 25 March 2019, 09:59 PM IST

ନୂଆଦିଲ୍ଲୀ: କଂଗ୍ରେସ କ୍ଷମତାକୁ ଫେରିଲେ ସରକାର ଦେଶର ପ୍ରତି ଗରିବ ପରିବାରକୁ ବର୍ଷକୁ ୭୨ ହଜାର ଟଙ୍କାର ଆର୍ଥିକ ସହାୟତା କରିବେ ବୋଲି ରାହୁଲ ଗାନ୍ଧି କରିଥିବା ଘୋଷଣାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କେବଳ ମିଛ ପ୍ରଚାର ବୋଲି କହିଛନ୍ତି। କଂଗ୍ରେସ କେମିତି ଦେଶରୁ ଗରିବୀ ଦୂରୀକରଣ କରି ଆସୁଛି, ସେକଥା ସମସ୍ତେ ଜାଣିଛନ୍ତି। ତେଣୁ କଂଗ୍ରେସ ମିଛ ପ୍ରତିଶ୍ରୁତି ନ ଦେଉ ବୋଲି ଜେଟଲୀ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଜେଟଲୀ କହିଛନ୍ତି, “ଦେଶର ୨୦% ଗରିବ ଲୋକ ମୋଦି ସରକାର କରିଥିବା ବିଭିନ୍ନ ଯୋଜନାରୁ ଏବେ ବାର୍ଷିକ ୧.୦୬ ଲକ୍ଷ କୋଟି ଟଙ୍କା ପାଉଛନ୍ତି। ତେଣୁ ବିରୋଧୀ ଦଳ ଘୋଷଣା କରିଥିବା ବାର୍ଷିକ ୭୨ ହଜାର ଟଙ୍କା ଏହା ଆଗରେ କିଛି ନୁହେଁ। ଶ୍ରୀ ଗାନ୍ଧି ଯେତିକି ଅର୍ଥ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ତା’ଠାରୁ ୧.୫ ଗୁଣ ଅଧିକ ଟଙ୍କା ଲୋକେ ଏବେ ମୋଦି ସରକାରଙ୍କ ଠାରୁ ପାଉଛନ୍ତି। ଦେଶର ସବୁଠାରୁ ପୁରୁଣା ରାଜନୀତିକ ଦଳ ଭୋଟ୍‌ ବେଳେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେବା ଜାଣିଛି।

୨୦୦୮ରେ କଂଗ୍ରେସ ୭୦ ହଜାର କୋଟିର କୃଷିଋଣ ଛାଡ଼ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ଦଳ ମାତ୍ର ୫୨ ହଜାର କୋଟିର କୃଷି ଋଣ ଛାଡ଼ କରିଥିଲା।

ପରବର୍ତ୍ତୀ ସମୟରେ ଚାଷୀଙ୍କ ବଦଳରେ ଦିଲ୍ଲୀର ବ୍ୟବସାୟୀମାନେ ଏହି କୃଷି ଋଣ ନେଇଥିବା ସିଏଜି ରିପୋର୍ଟରେ ପ୍ରକାଶ ପାଇଥିଲା। ଠିକ୍‌ ନିର୍ବାଚନ ପୂର୍ବରୁ କଂଗ୍ରେସର ଗରିବଙ୍କ କଥା ମନେପଡ଼େ। ସଂସଦରେ କଂଗ୍ରେସ ଆଧାର ବିଲ୍‌କୁ ବିରୋଧ କଲା ଏବଂ କୋର୍ଟରେ ଦଳର ନେତା ଏହାକୁ ବିରୋଧ କଲେ। ଆଧାର ଦ୍ୱାରା ଗରିବଙ୍କୁ ସିଧାସଳଖ ସବୁ ଫାଇଦା ମିଳିଥାଆନ୍ତା। ଏବେ ସେମାନେ ଗରିବଙ୍କୁ ସିଧାସଳଖ ଟଙ୍କା ପଠାଇବେ ବୋଲି କହୁଛନ୍ତି।

Related story