ଜାଲ‍ ଡିଗ୍ରୀ ମାମଲା: ପୋଲିସକୁ ଅସହଯୋଗ କରୁଛନ୍ତି ତୋମାର

ନୂଆଦିଲ୍ଲୀ: ଜାଲ‍ ଡିଗ୍ରୀ ମାମଲାରେ ଦିଲ୍ଲୀର ପୂର୍ବତନ ଆଇନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ତୋମାର ପୋଲିସକୁ ତଦନ୍ତରେ ଅସହଯୋଗ କରୁଛନ୍ତି । ତଦନ୍ତ ପାଇଁ ନିୟୋଜିତ ହୋଇଥିବା ଟିମର ପ୍ରଶ୍ନର ଯବାବ୍ ନ ଦେଇ ଏଆଡୁ ସିଆଡୁ ଉତ୍ତର ଦେଉଥିବା କହିଛନ୍ତି ଜଣେ ତଦନ୍ତକାରୀ ଅଧିକାରୀ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ବୋଲି ସେ ବାରମ୍ବାର କହୁଛନ୍ତି। ତୋମାର ଜିଦ ଧରି ତଦନ୍ତକାରୀ ଟିମକୁ ଉତ୍ତର ଦେଉ ନ ଥିବା ଦିଲ୍ଲୀ ପୋଲିସ କହିଛି। ସୂଚନାଯୋଗ୍ୟ […]

tomar

Rakesh Mallick
  • Published: Monday, 15 June 2015
  • , Updated: 15 June 2015, 03:48 AM IST

ନୂଆଦିଲ୍ଲୀ: ଜାଲ‍ ଡିଗ୍ରୀ ମାମଲାରେ ଦିଲ୍ଲୀର ପୂର୍ବତନ ଆଇନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ତୋମାର ପୋଲିସକୁ ତଦନ୍ତରେ ଅସହଯୋଗ କରୁଛନ୍ତି । ତଦନ୍ତ ପାଇଁ ନିୟୋଜିତ ହୋଇଥିବା ଟିମର ପ୍ରଶ୍ନର ଯବାବ୍ ନ ଦେଇ ଏଆଡୁ ସିଆଡୁ ଉତ୍ତର ଦେଉଥିବା କହିଛନ୍ତି ଜଣେ ତଦନ୍ତକାରୀ ଅଧିକାରୀ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ବୋଲି ସେ ବାରମ୍ବାର କହୁଛନ୍ତି। ତୋମାର ଜିଦ ଧରି ତଦନ୍ତକାରୀ ଟିମକୁ ଉତ୍ତର ଦେଉ ନ ଥିବା ଦିଲ୍ଲୀ ପୋଲିସ କହିଛି।

ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିଲ୍ଲୀର ସାକେତ କୋର୍ଟ ୨ଦିନ ଲାଗି ପୋଲିସ ହାଜତକୁ ପଠାଇ ଦେଇଥିଲେ। ଜାଲ‍ ଡିଗ୍ରୀ ମାମଲାର ଯାଞ୍ଚ କରୁଥିବା ଦିଲ୍ଲୀ ପୋଲିସ ପକ୍ଷରୁ ତୋମାରଙ୍କୁ ୧୧ଦିନ ରିମାଣ୍ଡରେ ନେବାକୁ ଦାବି କରାଯାଇଥିଲା।

ଶୁକ୍ରବାର ତୋମାରଙ୍କ ୪ଦିନିଆ ପୋଲିସ ରିମାଣ୍ଡ ଶେଷ ହେବା ପରେ ଶନିବାର ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କୁ କୋର୍ଟରେ ହାଜର କରିଥିଲା। ଜାଲ‍ ଡିଗ୍ରୀ ମାମଲାରେ ହେଉଥିବା ଯାଞ୍ଚକୁ ଲାଗି ତୋମାରଙ୍କ ପୋଲିସ ହାଜତ ସମୟ ସୀମାକୁ ଆଉ ୨ଦିନ ପାଇଁ ବଢାଇବା ଲାଗି ବିଚାରପତି ନିର୍ଦ୍ଦେଶ ଦେଇଥିଲେ।

ପୂର୍ବତନ ଆଇନ ମନ୍ତ୍ରୀ ତୋମାରଙ୍କ ବିରୋଧରେ ବିଏସ‍‌ସି ଓ ଆଇନ ଡିଗ୍ରୀ ଜାଲ‍ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଯାଞ୍ଚରୁ ଜଣାପଡିଛି ଯେ, ତୋମାରଙ୍କ ବିଏସ‍ସି ଡିଗ୍ରୀ ଜାଲ ଓ ଆଇନ ଡିଗ୍ରୀରେ ସତ୍ୟତା ରହିଛି।

Related story