ସିଏଏ ବିରୋଧୀ ଶୋଭାଯାତ୍ରାରେ ଜାମିଆ ଛାତ୍ର-ପୁଲିସ୍‌ ମୁହାଁମୁହିଁ

ନୂଆଦିଲ୍ଲୀ: ସୋମବାର ସଂସଦ ମୁହାଁ ଏକ ସିଏଏ ବିରୋଧୀ ଶୋଭାଯାତ୍ରାକୁ ଅଟକାଇବାକୁ ନେଇ ଜାମିଆ ମିଲିଆ ଛାତ୍ରଛାତ୍ରୀଙ୍କର ଦିଲ୍ଲୀ ପୁଲିସ୍‌ ସହ ମୁହାଁମୁହିଁ ସ୍ଥିତି ହୋଇଛି। କ୍ୟାମ୍ପସ୍‌ ଚାରିପଟେ କଡ଼ା ସୁରକ୍ଷାର ବଳୟ ସୃଷ୍ଟି କରିଥିବା ପୁଲିସ୍‌ ଓଖ୍‌ଲାର ହୋଲି ଫ୍ୟାମିଲି ହସ୍ପିଟାଲ ନିକଟରେ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ ଅଟକାଇଥିଲା। ଏହାପରେ ଛାତ୍ରଛାତ୍ରୀ ବ୍ୟାରିକେଡ୍‌ ଡେଇଁବା ଭଳି ଉଦ୍ୟମ କରିଥିଲେ। ସୋମବାର ଜାମିଆ ନଗରର କିଛି ବାସିନ୍ଦା ମଧ୍ୟ ସିଏଏ ଓ ଏନ୍‌ଆରସି ବିରୋଧରେ ବିକ୍ଷୋଭ କରିଥିଲେ। ଜାମିଆ […]

Jamia

Subrat Kumar Nayak
  • Published: Monday, 10 February 2020
  • , Updated: 10 February 2020, 04:45 PM IST

ନୂଆଦିଲ୍ଲୀ: ସୋମବାର ସଂସଦ ମୁହାଁ ଏକ ସିଏଏ ବିରୋଧୀ ଶୋଭାଯାତ୍ରାକୁ ଅଟକାଇବାକୁ ନେଇ ଜାମିଆ ମିଲିଆ ଛାତ୍ରଛାତ୍ରୀଙ୍କର ଦିଲ୍ଲୀ ପୁଲିସ୍‌ ସହ ମୁହାଁମୁହିଁ ସ୍ଥିତି ହୋଇଛି।

କ୍ୟାମ୍ପସ୍‌ ଚାରିପଟେ କଡ଼ା ସୁରକ୍ଷାର ବଳୟ ସୃଷ୍ଟି କରିଥିବା ପୁଲିସ୍‌ ଓଖ୍‌ଲାର ହୋଲି ଫ୍ୟାମିଲି ହସ୍ପିଟାଲ ନିକଟରେ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ ଅଟକାଇଥିଲା। ଏହାପରେ ଛାତ୍ରଛାତ୍ରୀ ବ୍ୟାରିକେଡ୍‌ ଡେଇଁବା ଭଳି ଉଦ୍ୟମ କରିଥିଲେ। ସୋମବାର ଜାମିଆ ନଗରର କିଛି ବାସିନ୍ଦା ମଧ୍ୟ ସିଏଏ ଓ ଏନ୍‌ଆରସି ବିରୋଧରେ ବିକ୍ଷୋଭ କରିଥିଲେ।

ଜାମିଆ ମିଲିଆର ପୁରାତନ ଛାତ୍ର ଏବଂ ବର୍ତ୍ତମାନ ଛାତ୍ରଙ୍କ ସଂଗଠନ ଜାମିଆ କୋର୍ଡିନେସନ୍‌ କମିଟି ସିଏଏ ଏବଂ ଏନ୍‌ଆରସି ବିରୋଧରେ ସ୍ୱର ଉତ୍ତୋଳନ କରି ଏହି ଶୋଭାଯାତ୍ରା ଆୟୋଜନ କରିଥିଲେ। ପୁଲିସ୍‌ କହିଥିଲା, ଏହି ବିକ୍ଷୋଭ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ହିଁ ସୀମିତ ରହିବ। ସଂସଦ ଆଡ଼କୁ ଶୋଭାଯାତ୍ରା ପାଇଁ ଅନୁମତି ନଥିବାରୁ ସେମାନଙ୍କୁ ନିୟନ୍ତ୍ରଣରେ ରହିବାକୁ ହେବ ବୋଲି ପୁଲିସ୍ ଅନୁରୋଧ କରିଥିଲା। ତେବେ ପ୍ରତିକ୍ରିୟାରେ ବିକ୍ଷୋଭକାରୀ କହିଥିଲେ, ସଂସଦ ଆଡ଼କୁ ଶୋଭାଯାତ୍ରାରେ ଯିବା ଆମ ଅଧିକାର। ଆମେ ଶୋଭାଯାତ୍ରା ଜାରି ରଖିବୁ।

ଜାମିଆ ଚିଫ୍‌ ପ୍ରୋକ୍ଟୋର ୱାସିମ କହିଛନ୍ତି, “ମୁଁ ଉଭୟ ଛାତ୍ର ଏବଂ ପୁଲିସ୍‌ଙ୍କୁ ଅନୁରୋଧ କରୁ ଶାନ୍ତିର ସହ ସବୁ କିଛି ହେଉ। ମୁଁ ଛାତ୍ରମାନଙ୍କୁ ଆହ୍ୱାନ କରୁଛି ସେମାନେ ପଛକୁ ଫେରିଯା’ନ୍ତୁ।” ତେବେ ବିକ୍ଷୋଭସ୍ଥଳରୁ କିଛି ଦୂରରେ ହିଁ ପୁଲିସ୍‌ ଟିୟର ଗ୍ୟାସ୍‌ ଏବଂ ୱାଟର କ୍ୟାନନ୍‌ ସହ ପ୍ରସ୍ତୁତ ଅଛି। ବିକ୍ଷୋଭ ୧ ଘଣ୍ଟା ଡେରିରେ ଆରମ୍ଭ ହୋଇଛି। ବିକ୍ଷୋଭାରୀମାନେ ‘ଆଇନକେ ଦମ୍‌ ପେ ମାର୍ଚ୍ଚ କରେଙ୍ଗେ’ ନାରା ଦେଉଥିବାର ଶୁଣିବାକୁ ମିଳିଛି। ପୁଲିସ୍‌ ବିଭିନ୍ନ ସ୍ତରରେ ବ୍ୟାରିକେଡ୍‌ ସହ ପ୍ରସ୍ତୁତ ଅଛି।

Related story