ଲାଇବ୍ରେରୀରେ ଶରଣ ପଶିଥିଲେ ଜାମିଆ ଦଙ୍ଗାକାରୀ!

ନୂଆଦିଲ୍ଲୀ: ଡିସେମ୍ବର ୧୫ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ହିଂସା ଘଟଣାର ବିଭିନ୍ନ ଦିଗ ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ କିଛି ଭିଡିଓ ଭାଇରାଲ କରାଯାଇ କୁହାଯାଇଥିଲା ପୁଲିସ୍‌ ଲାଇବ୍ରେରୀରେ ପଶି ନୀରିହ ଛାତ୍ରମାନଙ୍କୁ ଅକଥନୀୟ ମାଡ଼ ମାରିଛି। ଏହି ସମୟରେ ଭିଡିଓରେ ଦେଖାଯାଉଛି ସେମାନେ ବାହାରେ କ’ଣ ହେଉଛି କିଛି ନ ଜାଣିବା ପରି ବସିଥିଲେ। ତେବେ ବର୍ତ୍ତମାନ ପୁଲିସ୍‌ ଅଭିଯୋଗ ଆଣିଛି ଲାଇବ୍ରରୀରେ ଦଙ୍ଗାକାରୀମାନେ ଶରଣ ପଶିଥିଲେ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ’ […]

Jamia

Subrat Kumar Nayak
  • Published: Sunday, 16 February 2020
  • , Updated: 16 February 2020, 06:06 PM IST

ନୂଆଦିଲ୍ଲୀ: ଡିସେମ୍ବର ୧୫ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ହିଂସା ଘଟଣାର ବିଭିନ୍ନ ଦିଗ ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ କିଛି ଭିଡିଓ ଭାଇରାଲ କରାଯାଇ କୁହାଯାଇଥିଲା ପୁଲିସ୍‌ ଲାଇବ୍ରେରୀରେ ପଶି ନୀରିହ ଛାତ୍ରମାନଙ୍କୁ ଅକଥନୀୟ ମାଡ଼ ମାରିଛି। ଏହି ସମୟରେ ଭିଡିଓରେ ଦେଖାଯାଉଛି ସେମାନେ ବାହାରେ କ’ଣ ହେଉଛି କିଛି ନ ଜାଣିବା ପରି ବସିଥିଲେ। ତେବେ ବର୍ତ୍ତମାନ ପୁଲିସ୍‌ ଅଭିଯୋଗ ଆଣିଛି ଲାଇବ୍ରରୀରେ ଦଙ୍ଗାକାରୀମାନେ ଶରଣ ପଶିଥିଲେ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ’ କିଛି ସିସିଟିଭି ଫୁଟେଜ୍‌ ଆଧାରରେ ଏକ ରିପୋର୍ଟରେ କହିଛି କିଛି ବ୍ୟକ୍ତି ପଥର ସହ ଲାଇବ୍ରେରିରେ ପଶିଥିଲେ।

କିଛି ଭିଡିଓରେ ଦର୍ଶାଯାଇଛି କିଛି ଛାତ୍ର ପଢ଼ୁଥିବାବେଳେ, ପରେ କିଛି ବ୍ୟକ୍ତି ମୁହଁ ଘୋଡ଼ାଇ ଜାମିଆ ଲାଇବ୍ରରୀ ଭିତରକୁ ପଶୁଛନ୍ତି। ସେମାନଙ୍କ ହାତରେ ପଥର ଥିଲା। ୧୫-୨୦ ଜଣ ଲାଇବ୍ରେରି ଭିତରକୁ ପଶିବା ପରେ ଏକ ଟେବୁଲ ଟାଣିବା ସହ ଗେଟ୍‌ ବନ୍ଦ କରିଦେଉଛନ୍ତି।

ଦିଲ୍ଲୀ ପୁଲିସ୍‌ ଦାବି କରିଛି, ଲୁଚିଥିବା ଏହି ଦଙ୍ଗାକାରୀମାନଙ୍କୁ ଖୋଜିବା ପାଇଁ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ବିଶେଷ ସୂତ୍ରରୁ ଜଣାଯାଇଛି, ଏହି ଦଙ୍ଗାକାରୀ ଲାଇବ୍ରେରିରେ ଲୁଚିଯାଇଥିଲେ।

Related story