ଆତଙ୍କୀ ହମ୍‌ଲାରେ ଜଣେ ମୃତ

ପୁଲ୍‌ୱାମା: ଫେବୃଆରୀ ୧୪ ପୁଲ୍‌ୱାମା ଆତଙ୍କୀ ହମ୍‌ଲାକୁ ବର୍ଷେ ପୁରିବାକୁ ଆଉ ଅଳ୍ପ ଦିନ ବାକି ଅଛି। ଆତଙ୍କବାଦୀଙ୍କ ବର୍ବରକାଣ୍ଡ ପୁଣି ସକ୍ରିୟ ହୋଇଉଠିଛି। ଆଜି ସେହି ପୁଲ୍‌ୱାମାରେ ହିଁ ଏଭଳି ଏକ ଆତଙ୍କବାଦୀ ହମ୍‌ଲାରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି। ପୁଲ୍‌ୱାମାର ତ୍ରାଲ ଅଞ୍ଚଳରେ ଏଭଳି ଘଟିଛି। ମୃତକ ଜଣକ ୫୫ ବର୍ଷ ବୟସ୍କ ଗୁଲାମ୍‌ ନବୀ ମିର ବୋଲି ଜଣାପଡ଼ିଛି। ବୃତ୍ତିରେ କଣ୍ଟ୍ରାକ୍ଟର ଗୁଲାମ୍‌ଙ୍କୁ ତାଙ୍କ ଘର ସାମ୍ନାରେ ହିଁ ସନ୍ଧ୍ୟା ୭ଟାରେ […]

Kashmir

Subrat Kumar Nayak
  • Published: Sunday, 09 February 2020
  • , Updated: 09 February 2020, 09:34 PM IST

ପୁଲ୍‌ୱାମା: ଫେବୃଆରୀ ୧୪ ପୁଲ୍‌ୱାମା ଆତଙ୍କୀ ହମ୍‌ଲାକୁ ବର୍ଷେ ପୁରିବାକୁ ଆଉ ଅଳ୍ପ ଦିନ ବାକି ଅଛି। ଆତଙ୍କବାଦୀଙ୍କ ବର୍ବରକାଣ୍ଡ ପୁଣି ସକ୍ରିୟ ହୋଇଉଠିଛି। ଆଜି ସେହି ପୁଲ୍‌ୱାମାରେ ହିଁ ଏଭଳି ଏକ ଆତଙ୍କବାଦୀ ହମ୍‌ଲାରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି। ପୁଲ୍‌ୱାମାର ତ୍ରାଲ ଅଞ୍ଚଳରେ ଏଭଳି ଘଟିଛି।

ମୃତକ ଜଣକ ୫୫ ବର୍ଷ ବୟସ୍କ ଗୁଲାମ୍‌ ନବୀ ମିର ବୋଲି ଜଣାପଡ଼ିଛି। ବୃତ୍ତିରେ କଣ୍ଟ୍ରାକ୍ଟର ଗୁଲାମ୍‌ଙ୍କୁ ତାଙ୍କ ଘର ସାମ୍ନାରେ ହିଁ ସନ୍ଧ୍ୟା ୭ଟାରେ ହତ୍ୟା କରିଛନ୍ତି।

ଗୁଲାମ୍‌ଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏଥିପାଇଁ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି।

Related story